Cyclone Scare: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା! ଓଡ଼ିଶା ଉପକୂଳକୁ ନେଇ ବଢ଼ିଲା ଚିନ୍ତା
ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଆସନ୍ତା ୨୬ ଅକ୍ଟୋବର ସୁଦ୍ଧା ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇପାରେ ଏହି ସମ୍ଭାବ୍ୟ ବାତ୍ୟା। ଏପଟେ ସତର୍କ ହେଲା ରାଜ୍ୟ ସରକାର; ପ୍ରସ୍ତୁତି ସମୀକ୍ଷା କରିବେ ରାଜସ୍ୱ ମନ୍ତ୍ରୀ।

ପାଣିପାଗ ବିଭାଗ ବିଶେଷଜ୍ଞ ଅନୁସାରେ , ପୂର୍ବ-ମଧ୍ୟ ଓ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆଜି ସକାଳ ୫ଟା ୩୦ ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ୨୪ ଅକ୍ଟୋବର ସୁଦ୍ଧା ଅବପାତ ଏବଂ ୨୫ ଅକ୍ଟୋବରରେ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ପାଣିପାଗ ଆକଳନ ଅନୁଯାୟୀ, ୨୬ ଅକ୍ଟୋବର ସକାଳ ସୁଦ୍ଧା ଏହା ବାତ୍ୟାର ରୂପ ନେଇପାରେ। ପରବର୍ତ୍ତୀ ଦୁଇ ଦିନରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି। ବାତ୍ୟାର ସମ୍ଭାବ୍ୟ ଗତିପଥ ଓ ତୀବ୍ରତା ନେଇ ପରବର୍ତ୍ତୀ ପାଣିପାଗ ବୁଲେଟିନ୍ ଉପରେ ନଜର ରହିଛି।
ଅନ୍ୟପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଅନୁସାରେ ସମ୍ଭାବ୍ୟ ବାତ୍ୟାକୁ ନେଇ ଅପରାହ୍ନ 4 ଟାରେ ବଡ଼ ବୈଠକ କରିଛନ୍ତି | ରାଜସ୍ୱ ବିଭାଗ, SRC ଏବଂ ମୁଖ୍ୟ ଶାସନ ସଚିବଙ୍କ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ରହିବେ ଉପସ୍ଥିତ | 16 ଜିଲ୍ଲା ଜିଲ୍ଲାପାଳ VC ମାଧ୍ୟମରେ ଯୋଡି ହେବେ | କେଉଁଠାରେ ଲ୍ୟାଣ୍ଡ ଫଲ ହେବ ଯାଏଁ ଅକାଳନ ହୋଇନାହିଁ | ସମସ୍ତ ଜିଲ୍ଲାରେ ଚୂଡାନ୍ତ ପ୍ରସ୍ତୁତି ହୋଇସାରିଛି | ଭୟଭିତ ହୁଅନ୍ତୁ ନାହିଁ, ବ୍ୟସ୍ତ ବିବ୍ରତ ହୁଅନ୍ତୁ ନାହିଁ ସରକାର ପ୍ରସ୍ତୁତ ଅଛନ୍ତି | ସମ୍ଭାବ୍ୟ ବାତ୍ୟାର ଆକଳନ ଭାରତୀୟ ପାଣିପାଗ କରୁଛି | ବଙ୍ଗୋପସାଗରର ଆଣ୍ଡାମାନ ଦୀପକୁଞ୍ଜ ଏବଂ ଦକ୍ଷିଣ ରେ ଲଘୁଚାପ ସୃଷ୍ଟି ହୋଇଛି | ଉତ୍ତର ପଶ୍ଚିମ ମୁଁହା ଗତି କରିବ | ଧୀରେ ଧୀରେ 35-40 କିମି ଗତି କରିବ | ସମୁଦ ତଟବର୍ତ୍ତୀ ଅଞ୍ଚଳରେ ଆସନ୍ତାକାଲି ଠାରୁ ବର୍ଷା ଆରମ୍ବ ହେବ |
