ଆଉ ନାହାନ୍ତି ପ୍ରଖ୍ୟାତ ନିର୍ଦ୍ଦେଶକ ଭାରତୀ ରାଜା
ସେ ଷ୍ଟୁଡିଓ ଭିତରର ସିନେମାକୁ ଗାଁ ମାଟିକୁ ନେଇଯାଇ ଏକ ନୂଆ ଧାରାର ଆରମ୍ଭ କରିଥିଲେ। ପୁଅ ମନୋଜ ଭାରତୀଙ୍କ ୨୦୨୫ରେ ମୃତ୍ୟୁ ପରେ ସେ ମାନସିକ ଓ ଶାରୀରିକ ଭାବେ ଭାଙ୍ଗିଯାଇଥିଲେ। ଭାରତୀ ରାଜାଙ୍କ ମୃତ୍ୟୁ ସହିତ ଭାରତୀୟ ସିନେମା ଜଣେ ଏମିତି କଥାକାରଙ୍କୁ ହରାଇଲା, ଯିଏ ଗାଁ ମାଟିର ଗନ୍ଧକୁ ରୂପେଲି ପରଦାରେ ଜୀବନ୍ତ କରିଥିଲେ।

ପ୍ରସିଦ୍ଧ ତାମିଲ ଚଳଚ୍ଚିତ୍ର ନିର୍ଦ୍ଦେଶକ ଓ ଅଭିନେତା ଭାରତୀ ରାଜାଙ୍କ ପରଲୋକ। ୮୪ ବର୍ଷ ବୟସରେ ଚେନ୍ନାଇରେ ପରଲୋକ। ବୟସଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ଦୀର୍ଘ ଦିନ ଧରି ଥିଲେ ପୀଡ଼ିତ। ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାମିଲ ସିନେମାରେ ଗ୍ରାମୀଣ ଜୀବନ, ସାମାଜିକ ବାସ୍ତବତା ଓ ସରଳ କାହାଣୀକୁ ବଡ଼ ପରଦାରେ ଆଣି ଏକ ନୂଆ ଧାରା ଆରମ୍ଭ କରିଥିଲେ। ୨୦୦୪ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ୧୯୭୭ ମସିହାରେ ମୁକ୍ତିଲାଭ କରିଥିବା 16 Vayathinile ତାଙ୍କର ସବୁଠାରୁ ପ୍ରଭାବଶାଳୀ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ, ଯାହା ତାମିଲ ସିନେମାର ଗତିପଥକୁ ବଦଳାଇ ଦେଇଥିଲା। ସେ ନିଜ ଦୀର୍ଘ କ୍ୟାରିୟରରେ ଅନେକ ଜାତୀୟ ପୁରସ୍କାର ଜିତିଥିଲେ ଏବଂ ୨୦୦୪ ମସିହାରେ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ। ତାଙ୍କର ମୃତ୍ୟୁ ଖବରରେ ତାମିଲ ଓ ଭାରତୀୟ ଚଳଚ୍ଚିତ୍ର ଜଗତର ଅନେକ କଳାକାର ଓ ରାଜନେତା ଶୋକ ପ୍ରକାଶ କରିଛନ୍ତି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ବିଜୟ, ପୂର୍ବତନ ମୁଖ୍ୟମନ୍ତ୍ରୀ ଷ୍ଟାଲିନ, ଅଭିନେତ୍ରୀ ଖୁସବୁ ସୁନ୍ଦରଙ୍କ ସମେତ ଅନେକ ତାରକା ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଏବଂ ଭାରତୀୟ ସିନେମା ପାଇଁ ଏହାକୁ ଏକ ଅପୂରଣୀୟ କ୍ଷତି ବୋଲି କହିଛନ୍ତି। ସେ ଷ୍ଟୁଡିଓ ଭିତରର ସିନେମାକୁ ଗାଁ ମାଟିକୁ ନେଇଯାଇ ଏକ ନୂଆ ଧାରାର ଆରମ୍ଭ କରିଥିଲେ। ଜୁଲାଇ ୧୭, ୧୯୪୧ରେ ତାମିଲନାଡୁର ଥେନି ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଭାରତୀ ରାଜାଙ୍କ ପ୍ରକୃତ ନାମ ଥିଲା ଚିନ୍ନାସାମୀ। ଚଳଚ୍ଚିତ୍ର ଜଗତରେ ପ୍ରବେଶ ପରେ ସେ ଭାରତୀ ରାଜା ନାମରେ ପରିଚିତ ହୋଇଥିଲେ। ନିର୍ଦ୍ଦେଶକ ଭାବେ ସେ Sigappu Rojakkal, Alaigal Oivathillai, Muthal Mariyathai, Vedham Pudhithu, Karuthamma ଏବଂ Kizhakku Cheemayile ପରି ଅନେକ ସଫଳ ଚଳଚ୍ଚିତ୍ର ନିର୍ମାଣ କରିଥିଲେ। ତାଙ୍କ ଦୀର୍ଘ କ୍ୟାରିୟରରେ ସେ ଛଅଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସହ ଅନେକ ସମ୍ମାନ ଅର୍ଜନ କରିଥିଲେ। ଗତ କିଛି ମାସ ଧରି ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିଲା। ୨୦୨୫ ଶେଷରେ ତାଙ୍କୁ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୁଅ ମନୋଜ ଭାରତୀଙ୍କ ୨୦୨୫ରେ ମୃତ୍ୟୁ ପରେ ସେ ମାନସିକ ଓ ଶାରୀରିକ ଭାବେ ଭାଙ୍ଗିଯାଇଥିଲେ। ଭାରତୀ ରାଜାଙ୍କ ମୃତ୍ୟୁ ସହିତ ଭାରତୀୟ ସିନେମା ଜଣେ ଏମିତି କଥାକାରଙ୍କୁ ହରାଇଲା, ଯିଏ ଗାଁ ମାଟିର ଗନ୍ଧକୁ ରୂପେଲି ପରଦାରେ ଜୀବନ୍ତ କରିଥିଲେ। ତାଙ୍କ ଚଳଚ୍ଚିତ୍ର ଓ ସୃଜନଶୀଳତା ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ।
