ବିବାହର ୧୫ ବର୍ଷ ପରେ ଅଲଗା ହେଲେ ଷ୍ଟାର୍ ଦମ୍ପତ୍ତି..
ଆଦିନାଥ କୋଠାରେ ଓ ଉର୍ମିଳା କାନିଟକରଙ୍କ ପ୍ରେମ କାହାଣୀ ୨୦୦୬ରେ ଆରମ୍ଭ ହୋଇଥିଲା। ଫିଲ୍ମ ଶୁଭ ମଙ୍ଗଲ ସାବଧାନ ସୁଟିଂ ସେଟରୁ ଆରମ୍ଭ ହୋଇଥିଲା। ବିବାହର ପ୍ରାୟ ୧୫ ବର୍ଷ ପରେ ସହମତିରେ ପରସ୍ପରଠୁ ଅଲଗା ହେଉଛନ୍ତି କହି ଘୋଷଣା କରିଛନ୍ତି। ଏହା ସହ ସ୍ପଷ୍ଟ କରିଦେଇଛନ୍ତି ଯେ, ତାଙ୍କ ଝିଅ ଉଭୟଙ୍କ ଜୀବନର କେନ୍ଦ୍ରବିନ୍ଦୁରେ ରହିବେ।

ବିବାହର ୧୫ ବର୍ଷ ପରେ ଅଲଗା ହେଲେ ରାମାୟଣ ଆକ୍ଚର ଆଦିନାଥ କୋଠାରେ ଓ ଉର୍ମିଲା କାନିଟକର। ଦୀର୍ଘ ଦିନ ହେଲା ଦୁହେଁ ଅଲଗା ହୋଇଯାଇଛନ୍ତି ବୋଲି ଚାଲିଥିଲା ଚର୍ଚ୍ଚା। ଆଉ ଏବେ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ଚର୍ଚ୍ଚାରେ ମୋହର ଲଗାଇଛନ୍ତି ଦୁହେଁ। ମରାଠି ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ମନପସନ୍ଦର ଦମ୍ପତ୍ତିଙ୍କ ଭିତରେ ଏ ଯୋଡ଼ି ଅନ୍ୟତମ। ଜୁଲାଇ ୧୬ରେ ସୋସିଆଲ ମିଡିଆରେ ମିଳିତ ବୟାନ ଦେଇ ଏହି କଥାର ପୁଷ୍ଟି କରିଛନ୍ତି ଉଭୟ। ବିବାହର ପ୍ରାୟ ୧୫ ବର୍ଷ ପରେ ସହମତିରେ ପରସ୍ପରଠୁ ଅଲଗା ହେଉଛନ୍ତି କହି ଘୋଷଣା କରିଛନ୍ତି। ଏହା ସହ ସ୍ପଷ୍ଟ କରିଦେଇଛନ୍ତି ଯେ, ତାଙ୍କ ଝିଅ ଉଭୟଙ୍କ ଜୀବନର କେନ୍ଦ୍ରବିନ୍ଦୁରେ ରହିବେ। ପିତାମାତା ଭାବେ ଦୁହେଁ ମିଶିକି ଝିଅର ଦେଖାଶୁଣା ତଥା ଲାଳନପାଳନ କରିବେ। ତେବେ ପ୍ରଶଂସକ ଓ ମିଡିଆକୁ ଅପିଲ୍ କରିଛନ୍ତି, ଏଭଳି ସମ୍ୱେଦନଶୀଳ ସମୟରେ ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ସମ୍ମାନ ଦିଅନ୍ତୁ। ୨୦୨୫ ଶେଷ ବେଳକୁ ଖବର ଆସିଥିଲା ଯେ, ଏ ଯୋଡ଼ି ଏବେ ଅଲଗା ହୋଇସାରିଲେଣି। ହେଲେ ସେତେବେଳେ ଏହି ଖବରରେ ଷ୍ଟାର ଦମ୍ପତ୍ତି କୌଣସି ସିଧା ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ। ଆଦିନାଥ କୋଠାରେ ଓ ଉର୍ମିଳା କାନିଟକରଙ୍କ ପ୍ରେମ କାହାଣୀ ୨୦୦୬ରେ ଆରମ୍ଭ ହୋଇଥିଲା। ଫିଲ୍ମ ଶୁଭ ମଙ୍ଗଲ ସାବଧାନ ସୁଟିଂ ସେଟରୁ ଆରମ୍ଭ ହୋଇଥିଲା। ଏହି ଫିଲ୍ମର ନିର୍ଦେଶକ ଥିଲେ ଆଦିନାଥଙ୍କ ପିତା ପ୍ରଖ୍ୟାତ ନିର୍ମାତା ଓ ନିର୍ଦେଶକ ମହେଶ କୋଠାରେ। ଆଉ ଏହି ଫିଲ୍ମରେ ଅଭିନେତ୍ରୀ ଭାବେ ଡେବ୍ୟୁ କରିଥିଲେ ଉର୍ମିଳା। ସେଟରୁ ଆରମ୍ଭ ବନ୍ଧୁତା ପ୍ରେମରେ ବଦଳିଥିଲା ଓ ୨୦୧୧ରେ ଦୁହେଁ ଧୁମଧାମରେ ବିବାହ କରିଥିଲେ। ବିବାହର ୭ ବର୍ଷ ପରେ ୨୦୧୮ରେ ଝିଅ ଜନ୍ମ ନେଇଥିଲା। ଦୁନିଆଦାରି, ମଲା ଆଇ ହ୍ୱାଏଚ ଓ ତି ସଧ୍ୟା କାୟ କରତେଁ ଭଳି ବ୍ଲକବ୍ଲଷ୍ଟର ଫିଲ୍ମରେ ଅଭିନୟ କରି ନିଜର ପରିଚୟ ସୃଷ୍ଟି କରିଥିଲେ। ଆଉ ଆଦିନାଥ ଉଭୟ ଅଭିନେତା ଓ ନିର୍ଦେଶକ ଭାବେ ମରାଠୀ ସିନେମାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଆଦିନାଥଙ୍କ ବ୍ୟକ୍ତିଗତ ଜୀବନରେ ଯଦିଓ ଏକ ବଡ଼ ପରିବର୍ତ୍ତନ ଆସିଛି। କିନ୍ତୁ ପେଶାରେ ତାଙ୍କ କ୍ୟାରିଅର ଦମଦାର ମୋଡରେ ଅଛି। ସେ ନିତେଶ ତିଓ୍ୱାରୀଙ୍କ ବହୁ ପ୍ରତୀକ୍ଷିତ ପୌରାଣିକ ଫିଲ୍ମ ରାମାୟଣରେ ଭରତ ଭୂମିକାରେ ଅଛନ୍ତି। ଯେଉଁ ଫିଲ୍ମର ଟ୍ରେଲର ଜୁଲାଇ ୨୪ରେ ରିଲିଜ ହେବ। ଏହା ବ୍ୟତୀତ ହଂସଲ ମେହେଟ୍ଟାଙ୍କ ଆଗାମୀ ବହୁ ପ୍ରତୀକ୍ଷିତ ଫିଲ୍ମ ଗାନ୍ଧୀ ଟାକ୍ସରେ ବି କାମ କରୁଛନ୍ତି।
