Pregnancy Rumours:"ହଁ ମୁଁ ପ୍ରେଗନାଣ୍ଟ ଅଛି": ଟ୍ରୋଲର୍ସଙ୍କୁ ଜବାବ୍ ଦେଲେ ନିନା ଗୁପ୍ତା
"ହଁ, ମୁଁ ପ୍ରେଗ୍ନାଣ୍ଟ!, ଆଜିକାଲି ୭୦ ବର୍ଷରେ ବି ମହିଳାମାନେ ଛୁଆ ଜନ୍ମ କରୁଛନ୍ତି, ତେବେ ମୋର ଚାନ୍ସ କାହିଁକି ନାହିଁ?" ଲୋକଙ୍କ ଅଜବ ପ୍ରଶ୍ନ ଶୁଣି ନିଜର ମୁହଁ ଖୋଲିଛନ୍ତି ନିନା ଗୁପ୍ତା
ସୋସିଆଲ ମିଡିଆର ଗୁଜବ କେବେ କେଉଁ କଥାରେ ରାଇକୁ ପାହାଡ଼ କରିଦେବ,ତାହା କାହାକୁ ଜଣା ନାହିଁ | ତେବେ ନିକଟରେ ଏହି ସୋସିଆଲ ମିଡ଼ିଆ ଗୁଜବ ର ନୂଆ ଶିକାର ହୋଇଛନ୍ତି ବଲିଉଡର ୬୭ ବର୍ଷୀୟା ଦମ୍ଦାର୍ ଅଭିନେତ୍ରୀ ନୀନା ଗୁପ୍ତା ! ସାଉଥ୍ ଷ୍ଟାର୍ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମନ୍ଦାନାଙ୍କ ବାହାଘର ରିସେପ୍ସନ୍ ପାର୍ଟିରେ ନୀନା ଏକ ଗୋଲାପୀ ରଙ୍ଗର ସିଲ୍କ ଶାଢ଼ୀରେ ଗ୍ଲାମରସ ଅନ୍ଦାଜରେ ପହଞ୍ଚିଥିଲେ। ମାତ୍ର ରେଡ୍ କାର୍ପେଟରେ ଉଠାଯାଇଥିବା ଫଟୋରେ ଶାଢ଼ୀର ପ୍ଲିଟ୍ସ କାରଣରୁ ତାଙ୍କ ପେଟ ସାମାନ୍ୟ ବାହାରକୁ ଦିଶିଥିଲା,ବାସ୍ ସେଇଠୁ ଆରମ୍ଭ ହେଲା ନୂଆ ଗୁଜବ, ନେଟିଜେନ୍ସମାନେ କିଛି ଆଗ ପଛ ଚିନ୍ତା ନକରି ୬୭ ବର୍ଷୀୟା ନୀନାଙ୍କ ଗର୍ଭବତୀ ଥିବାର ପ୍ରଚାର ଆରମ୍ଭ କରିଦେଇଥିଲେ । ଏହି ହାସ୍ୟାସ୍ପଦ ଗୁଜବ ଉପରେ ନୀନା, ନିଜର ମୁହଁ ଖୋଲିଛନ୍ତି । ନିକଟରେ ଏକ ସାକ୍ଷାତକାରରେ,ଲୋକଙ୍କ ଅଜବ ପ୍ରଶ୍ନ ଶୁଣି ପ୍ରଥମେ ଦୁଃଖିତ ଥିଲେ ଓ ପରେ ଏହି ଘଟଣାକୁ ମଜାକରେ ନେଇଥିଲେ ବୋଲି କହିଛନ୍ତି ନିନା , ତେବେ ଟ୍ରୋଲର୍ସଙ୍କୁ "ହଁ, ମୁଁ ପ୍ରେଗ୍ନାଣ୍ଟ!, ଆଜିକାଲି ୭୦ ବର୍ଷରେ ବି ମହିଳାମାନେ ଛୁଆ ଜନ୍ମ କରୁଛନ୍ତି, ତେବେ ମୋର ଚାନ୍ସ କାହିଁକି ନାହିଁ?" ବୋଲି କହି ନିଜ ଅନ୍ଦାଜରେ ଜବାବ ଦେଇ ଗୁଜବ ଉପରେ ତାଲା ଲଗାଇଥିଲେ ବଲିଉଡର 'ଲେଡି ବସ୍' | ନିଜ ସର୍ତ୍ତ ଅନୁସାରେରେ ସାରା ଜୀବନ ବଞ୍ଚିଥିବା ଏହି ସିଙ୍ଗଲ୍ ମଦରଙ୍କ ଜୀବନ କୌଣସି ବଲିଉଡ ସିନେମାରୁ କମ୍ ନୁହେଁ | ତେବେ ନିକଟରେ ସେ ତାଙ୍କର ୱେବ ସିରିଜ 'ଚୁମ୍ବକ' ରେ ଅଭିନୟ ପ୍ରଶଂସା ସାଉଁଟିଛନ୍ତି |
