Big update on 'Sigma' ;ବାପାଙ୍କ ଷ୍ଟାରଡମ୍ରୁ ଅଲଗା ହେବ ‘ସିଗମା’ର ପରିଚୟ, କହିଲେ ଜେସନ
ଜେସନ ସଞ୍ଜୟଙ୍କ ଫିଲ୍ମ ' SIGMA 'ର ପ୍ରମୋଶନ ପାଇଁ ବାପା ଥଲପତି ବିଜୟ | ଫିଲ୍ମର ରିଲିଜ ପୂର୍ବରୁ ଏହାର କାରଣ ନିଜେ କହିଛନ୍ତି ପୁଅ ଜେସେନ ସଞ୍ଜୟ | ' SIGMA ' ରିଲିଜର ତାରିଖ ମଧ୍ୟ ସାମ୍ନାକୁ ଆସିଛି |

ତାମିଲ ସିନେମାର ସୁପରଷ୍ଟାର ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ବିଜୟଙ୍କ ପୁଅ ଜେସନ ସଞ୍ଜୟ ଏବେ ତାଙ୍କ ନିର୍ଦ୍ଦେଶନାରେ ଡେବ୍ୟୁ କରୁଥିବା ଫିଲ୍ମ ‘ସିଗମା’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମ ରିଲିଜ୍ ପୂର୍ବରୁ ମଙ୍ଗଳବାର ସେଲମରେ ଏହାର ପ୍ରି-ରିଲିଜ୍ ଇଭେଣ୍ଟ ଆୟୋଜିତ ହୋଇଥିଲା । ଏହି ଅବସରରେ ଜେସନ ତାଙ୍କ ବାପା ବିଜୟଙ୍କ ସହ ଜଡିତ ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ । ଜେସନ ସ୍ପଷ୍ଟ କରିଛନ୍ତି ଯେ ବିଜୟ ଫିଲ୍ମର ପ୍ରମୋସନରେ ସାମିଲ ହେବେ ନାହିଁ । ଜେସନଙ୍କ କହିବା ଅନୁଯାୟୀ, ସେ ଚାହୁଁଛନ୍ତି ‘ସିଗମା’କୁ ନେଇ ଚର୍ଚ୍ଚା ଫିଲ୍ମର କାହାଣୀ, କଳାକାର ଏବଂ ପୂରା ଟିମ୍ର କାମକୁ ନେଇ ହେଉ । କେବଳ ଏହି କାରଣରୁ ନୁହେଁ ଯେ ଫିଲ୍ମଟି ବିଜୟଙ୍କ ପୁଅ ନିର୍ଦ୍ଦେଶନା ଦେଇଛନ୍ତି । ଇଭେଣ୍ଟ ସମୟରେ ଜେସନ ସଞ୍ଜୟ କହିଥିଲେ ଯେ, ତାଙ୍କ ବାପା ଫିଲ୍ମର ରିଲିଜ୍କୁ ଅପେକ୍ଷା କରିଛନ୍ତି ଏବଂ ସେ ନିଜେ ମଧ୍ୟ ଫିଲ୍ମ ଦେଖିବାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ତେବେ ବିଜୟ ଫିଲ୍ମର ପ୍ରମୋସନରେ ସାମିଲ ହେବେ ନାହିଁ । ଏହାର କାରଣ ମଧ୍ୟ ଜେସନ କହିଛନ୍ତି । ତାଙ୍କ କହିବା ଅନୁଯାୟୀ, ସେ ଚାହୁଁନାହାନ୍ତି ଯେ ଫିଲ୍ମର ପ୍ରମୋସନ ତାଙ୍କ ବାପାଙ୍କୁ କେନ୍ଦ୍ର କରି ହେଉ । ସେ ଚାହୁଁଛନ୍ତି ଦର୍ଶକ ‘ସିଗମା’କୁ ଏହାର କାହାଣୀ ଏବଂ ପୂରା ଟିମ୍ର ପରିଶ୍ରମ ଆଧାରରେ ଜାଣନ୍ତୁ ଓ ଏହା ସହିତ କହିଛନ୍ତି ବିଜୟ ବର୍ତ୍ତମାନ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏବଂ ପୂର୍ବ ଅପେକ୍ଷା ତାଙ୍କ ଦାୟିତ୍ୱ ଅଧିକ ବଢ଼ିଛି । ଏଭଳି ସ୍ଥିତିରେ ତାଙ୍କର ଫିଲ୍ମ ପ୍ରମୋସନରେ ସାମିଲ ହେବା ଜରୁରୀ ନୁହେଁ । ଜେସନଙ୍କ ଅନୁଯାୟୀ, ତାଙ୍କ ବାପା ବର୍ତ୍ତମାନ ସେ ନିର୍ଦ୍ଦେଶକ ଭାବେ କ’ଣ ତିଆରି କରିଛନ୍ତି, ତାହା ଦେଖିବାକୁ ଅପେକ୍ଷା କରିଛନ୍ତି। ବିଜୟ ଫିଲ୍ମଟି ଦେଖିବା ପାଇଁ ବେଶ୍ ଉତ୍ସାହିତ ଥିବା ଜେସନ କହିଛନ୍ତି । ଇଭେଣ୍ଟରେ କୋଣସି ବିଜୟ ଓ ତାଙ୍କ ସମ୍ପର୍କର ଚର୍ଚ୍ଚା ଉପରେ ସାର୍ବଜନୀନ ଭାବେ କୌଣସି ସ୍ପଷ୍ଟ ମତ ଦେଇନାହାନ୍ତି | ଏହା ସହ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କ ସହ ବିଜୟଙ୍କ ବନ୍ଧୁତାକୁ ନେଇ ମଧ୍ୟ ଅନେକ ଅଟକଳ ହୋଇଛି, କିନ୍ତୁ ଦୁହେଁ କୌଣସି ରୋମାଣ୍ଟିକ ସମ୍ପର୍କର ପୁଷ୍ଟି କରିନାହାନ୍ତି । ‘ସିଗମା’ର ନିର୍ମାଣ ଲାଇକା ପ୍ରୋଡକ୍ସନ୍ସ ପକ୍ଷରୁ କରାଯାଇଛି। ଫିଲ୍ମରେ ସୁନ୍ଦୀପ କିଶନ ଏବଂ ଫାରିଆ ଅବଦୁଲ୍ଲା ମୁଖ୍ୟ ଭୂମିକାରେ ଅଛନ୍ତି । ଏହା ବ୍ୟତୀତ ସମ୍ପତ ରାଜ, ଶିବ ପଣ୍ଡିତ, ଯୋଗ ଜାପି, ଶୀଲା ରାଜକୁମାର ଏବଂ ରାଜୁ ସୁନ୍ଦରମଙ୍କ ଭଳି କଳାକାର ମଧ୍ୟ ଫିଲ୍ମର ଅଂଶ ଅଛନ୍ତି । ଫିଲ୍ମର ସଙ୍ଗୀତ ଥମନ ଏସ୍ ପ୍ରସ୍ତୁତ କରିଛନ୍ତି । ନିର୍ଦ୍ଦେଶକ ଭାବେ ଜେସନ ସଞ୍ଜୟଙ୍କ ପାଇଁ ‘ସିଗମା’ ଏଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, କାରଣ ସେ ତାଙ୍କ ବାପା ବିଜୟଙ୍କ ଷ୍ଟାରଡମ୍ଠାରୁ ଅଲଗା ନିଜର ପରିଚୟ ତିଆରି କରିବାକୁ ଚେଷ୍ଟା କରୁଛନ୍ତି । ଫିଲ୍ମଟି ପ୍ରଥମେ ଜୁଲାଇ ୩୧ ତାରିଖରେ ସିନେମା ହଲ୍ରେ ରିଲିଜ୍ ହେବାର ଥିଲା । କିନ୍ତୁ ବିଜୟଙ୍କ ଫିଲ୍ମ ‘ଜନ ନାୟଗନ’ର ରିଲିଜ୍କୁ ଦୃଷ୍ଟିରେ ରଖି ‘ସିଗମା’ର ରିଲିଜ୍ ତାରିଖରେ ପରିବର୍ତ୍ତନ କରାଯାଇଥିଲା । ଏବେ ‘ସିଗମା’ ଅକ୍ଟୋବର ୨ ତାରିଖରେ ସିନେମା ହଲ୍ରେ ରିଲିଜ୍ ହେବାକୁ ପ୍ରସ୍ତୁତ ଅଛି ।
