ବକ୍ସ ଅଫିସରେ ଚହଳ ପକାଉଛି ଵିଜୟଙ୍କ ଶେଷ ସିନେମା ‘ଜନ ନାୟଗନ’
ବକ୍ସ ଅଫିସରେ ବିଜୟଙ୍କ ‘ଜନ ନାୟଗନ’ର ଧମାକା। ପ୍ରଥମ ଦିନରେ ୪୧ କୋଟି ଆୟ, ସେନ୍ସର ସାର୍ଟିଫିକେଟ୍ ପାଇବାରେ ବିଳମ୍ବ ହେତୁ ଫିଲ୍ମର ରିଲିଜ୍ ରେ ଵିଳମ୍ଵ ହୋଇଥିଲା ।

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏବଂ ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପଥି ବିଜୟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଜନ ନାୟଗନ’ ୨୦୨୬ ଜୁଲାଇ ୨୩ରେ ମୁକ୍ତିଲାଭ କରିଛି। ରିଲିଜର ପ୍ରଥମ ଦିନରେ ଫିଲ୍ମଟି ଭାରତୀୟ ବକ୍ସ ଅଫିସରେ ଆନୁମାନିକ ୪୧ କୋଟି ଟଙ୍କା ଆୟ କରିଥିବା ସୂଚନା ଦେଇଛି ବକ୍ସ ଅଫିସ ଟ୍ରାକର Sacnilk। ସେନ୍ସର ସାର୍ଟିଫିକେଟ୍ ପାଇବାରେ ବିଳମ୍ବ ହେତୁ ଫିଲ୍ମର ରିଲିଜ୍ ରେ ଵିଳମ୍ଵ ହୋଇଥିଲା । ତେବେ ରିଲିଜ୍ ପରେ ଫିଲ୍ମଟି ପ୍ରଥମ ଦିନରେ ଭାରତରେ ପ୍ରାୟ ୪୮.୨୭ କୋଟି ଟଙ୍କା ଆୟ କରିଛି। ସେହିପରି ବିଦେଶୀ ବଜାରରୁ ୩୦ କୋଟି ଟଙ୍କା ସଂଗ୍ରହ କରିଥିବା ବେଳେ ଏହାର ମୋଟ ବିଶ୍ୱବ୍ୟାପୀ ଆୟ ୭୮.୨୭ କୋଟି ଟଙ୍କାରେ ପହଞ୍ଚିଛି। ଏଚ୍. ବିନୋଥଙ୍କ ନିର୍ଦ୍ଦେଶିତ ‘ଜନ ନାୟଗନ’କୁ ବିଜୟଙ୍କ ଅଭିନୟ ଜୀବନର ଶେଷ ଚଳଚ୍ଚିତ୍ର ବୋଲି କୁହାଯାଉଛି। ପୂର୍ଣ୍ଣକାଳୀନ ରାଜନୀତିରେ ପ୍ରବେଶ ପୂର୍ବରୁ ଏହାକୁ ସେ ପ୍ରଶଂସକଙ୍କ ପାଇଁ ବିଦାୟୀ ଉପହାର ଭାବେ ଦେଇଛନ୍ତି। KVN ପ୍ରଡକ୍ସନ୍ସ ବ୍ୟାନରରେ ନିର୍ମିତ 'ଜନ ନାୟାଗନ୍'ରେ ବିଜୟଙ୍କ ସହ ପୂଜା ହେଗଡେ, ବବି ଦେଓଲ, ମମିତା ବୈଜୁ, ଗୌତମ ବାସୁଦେବ ମେନନ, ପ୍ରକାଶ ରାଜ ଏବଂ ନାରାୟଣଙ୍କ ପରି ଚର୍ଚ୍ଚିତ କଳାକାରମାନେ ଅଭିନୟ କରିଛନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନିରୁଦ୍ଧ ରବିଚନ୍ଦର।
