କଟକ ଝିଅ ‘ମିସେସ୍ ମାଲେସିଆ ୟୁନିଭର୍ସ’ରେ ଦ୍ୱିତୀୟ ରନର୍ସ-ଅପ୍
କଟକ ଝିଅ ଇପ୍ସିତା ପଟ୍ଟନାୟକ ମହାନ୍ତିଙ୍କ ସଫଳତା। ମାଲେସିଆରେ ‘ମିସେସ୍ ମାଲେସିଆ ୟୁନିଭର୍ସ’ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସ-ଅପ୍ ହେଲେ କଟକ ଇପ୍ସିତା ପଟ୍ଟନାୟକ ମହାନ୍ତି।
S
By Subhadra DasPublished: Jul 22, 2026, 06:17 PM •1 min read •4 Views
କଟକ ମାଟିର ଝିଅ ଓ ବୋହୂ ଇପ୍ସିତା ପଟ୍ଟନାୟକ ମହାନ୍ତି ସୁଦୂର ମାଲେସିଆରେ ଆୟୋଜିତ ‘ମିସେସ୍ ମାଲେସିଆ ୟୁନିଭର୍ସ’ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଦ୍ୱିତୀୟ ରନର୍ସ-ଅପ୍ ହୋଇ କଟକ ସମେତ ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଇପ୍ସିତା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଏକମାତ୍ର ଓଡ଼ିଆ ତଥା ଏକମାତ୍ର ଭାରତୀୟ ମହିଳା ଥିଲେ। ମୋଟ ୬୦ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ସେ ଦ୍ୱିତୀୟ ରନର୍ସ-ଅପ୍ ମୁକୁଟ ଜିତିବା ସହ ଆଉ ୪ଟି ସ୍ୱତନ୍ତ୍ର ବିଭାଗରେ ମଧ୍ୟ ବିଜେତା ହୋଇ ନିଜ ପ୍ରତିଭାର ପରିଚୟ ଦେଇଛନ୍ତି। ଇପ୍ସିତାଙ୍କ ସ୍ୱାମୀ ରୀତେଶ ମହାନ୍ତି ବର୍ତ୍ତମାନ ମାଲେସିଆର ଏକ କମ୍ପାନିରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ। ଏହାପୂର୍ବରୁ ଇପ୍ସିତା ଅନେକ ପ୍ରତିଷ୍ଠିତ ବହୁରାଷ୍ଟ୍ରୀୟ କମ୍ପାନିରେ ସଫଳତାର ସହ କାର୍ଯ୍ୟ କରିଥିଲେ।
S
Subhadra DasContent Writer
Comments0
Leave a Reply
Loading comments...
