ପରେଶଙ୍କୁ ୨୫କୋଟିର ନୋଟିସ- ହେରାଫେରି ବିବାଦରେ ଖୋଲିଲେ ମୁହଁ
ଅକ୍ଷୟ କୁମାରଙ୍କ ସହ ମତଭେଦରୁ ନୁହେଁ। ବରଂ କେବଳ କଣ୍ଟ୍ରାକ୍ଟ ଓ ଆଇନଗତ ପ୍ରକ୍ରିୟାରୁ ସେ ଛାଡ଼ିଥିଲେ। ହେରାଫେରି, ଆଓ୍ୱାରା ପାଗଲ ଦିଓ୍ୱାନା, ଓ୍ୱେଲକମ ଭଳି ଫିଲ୍ମର ଫ୍ରାଞ୍ଚାଇଜ୍ର ରାଇଟ୍ସ ପ୍ରଡ୍ୟୁସର ଫିରୋଜ ନାଡ଼ିଓ୍ୱାଡାବାଲାଙ୍କ ପାଖରେ ରହିଛି। ସେଥିଲାଗି ଫିଲ୍ମ କରିବାକୁ ଫିରୋଜଙ୍କ ଅନୁମତି ଜରୁରୀ ଥିଲା। ଆଇନଗତ ସମସ୍ୟାରେ ପଡ଼ିବା ଆଶଙ୍କାରେ ସେ ଫିଲ୍ମରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଥିଲେ।

ହେରାଫେରି। ଏହି ଫିଲ୍ମରେ ଅକ୍ଷୟ, ରାହୁଲ ଓ ସୁନୀଲ ସେଟ୍ଟୀଙ୍କ କମିକ୍ ଟାଇମିଂ ଓ ଏହାର ସିକ୍ୱେଲକୁ ଦର୍ଶକ ଆଦୃତି ଓ ବକ୍ସ ଅଫିସ କଲେକ୍ସନ କଥା ନକହିଲେ ଭଲ। ରାଜୁ, ଶାମ ଓ ବାବୁରାଓଙ୍କୁ ପୁଣି ହେରାଫେରି-୩ରେ ଦେଖିବାକୁ ଆତୁର ହୋଇ ଚାହିଁ ବସିଛନ୍ତି ଦର୍ଶକ। ହେଲେ ଲାଗୁଛି ଯେମିତି। ଏହି ବହୁ ପ୍ରତୀକ୍ଷିତ ଫିଲ୍ମ ବୋଧହୁଏ ନିକଟ ଭବିଷ୍ୟତରେ ବଡ଼ ପରଦାକୁ ଆସିବନି। ହେରାଫେରି -୩। ଏ ଫିଲ୍ମ ଗୋଟିଏ ପରେ ଗୋଟିଏ ବିବାଦରେ ଘେରିସାରିଲାଣି। ବିବାଦର ଆରମ୍ଭ ହୋଇଥିଲା ଯେତେବେଳେ ‘ବାବୁରାଓ ଗଣପତରାଓ ଆପ୍ଟେ’ ଚରିତ୍ରରେ ଅଭିନୟ କରୁଥିବା ପରେଶ ରାୱଲ ହଠାତ୍ ଫିଲ୍ମରୁ ଓହରିଯିବା ଘୋଷଣା କରିଥିଲେ। ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଥିଲା, କାରଣ ବାବୁରାଓ ଚରିତ୍ରକୁ ଏହି ଫ୍ରାଞ୍ଚାଇଜର ଜୀବନ ବୋଲି ଧରାଯାଏ। ଆକ୍ଚର ପରେଶ ରାଓ୍ୱଲ ଅଚାନକ ଏ ପ୍ରୋଜେକ୍ଟ ଛାଡ଼ିବାରୁ ଅକ୍ଷୟ କୁମାରଙ୍କ ପ୍ରଡ଼କ୍ସନ ହାଉସ କେପ୍ ଅଫ୍ ଗୁଡ୍ ଫିଲ୍ମସ୍ ପରେଶଙ୍କୁ ୨୫ କୋଟି ଟଙ୍କାର ନୋଟିସ୍ ପଠାଇଥିଲା। କେବଳ ଆକ୍ଟରଙ୍କୁ ନେଇ ନୁହେଁ। ଏହାର ନିର୍ଦେଶକ ପ୍ରିୟଦର୍ଶନଙ୍କୁ ବି ସାଇଡଲାଇନ କରିଦିଆଗଲା। ଆଉ ନିର୍ଦେଶକ ପ୍ରିୟଦର୍ଶନ ଏହା ପଛରେ ଫିରୋଜ ନଡିୟାଡ଼ଓ୍ୱାଲାଙ୍କୁ ଦାୟୀ କରି ଗମ୍ଭୀର ଆରୋପ ଲଦିଛନ୍ତି। ଆଉ ପରେଶ ରାଓ୍ୱଲ ଗଲା ଗୁରୁବାର ପ୍ରଥମ ଥର ଏ ବିବାଦରେ ନୀରବତା ଭଙ୍ଗ କରିଛନ୍ତି। ପରେଶ କହିଛନ୍ତି, ଏହା ପଛରେ କୌଣସି ବଡ଼ ଆଇନଗତ ବିବାଦ ନଥିଲା। ବରଂ ଏକ ଭାବପ୍ରବଣ ନିଷ୍ପତ୍ତି ଥିଲା। ଆଉ ସେ କାହିଁକି ଅକ୍ଷୟ କୁମାର, କଣ୍ଟ୍ରାକ୍ଟ ଓ ଫିଲ୍ମ ଛାଡ଼ିବାକୁ ବାଧ୍ୟ ହୋଇଥିଲେ, ଖୋଲିକରି କହିଛନ୍ତି। ଏକ ଇଣ୍ଟରଭ୍ୟୁରେ ପରେଶ କହିଛନ୍ତି, ଅକ୍ଷୟ କୁମାରଙ୍କ ସହ ମତଭେଦରୁ ନୁହେଁ। ବରଂ କେବଳ କଣ୍ଟ୍ରାକ୍ଟ ଓ ଆଇନଗତ ପ୍ରକ୍ରିୟାରୁ ସେ ଛାଡ଼ିଥିଲେ। ହେରାଫେରି, ଆଓ୍ୱାରା ପାଗଲ ଦିଓ୍ୱାନା, ଓ୍ୱେଲକମ ଭଳି ଫିଲ୍ମର ଫ୍ରାଞ୍ଚାଇଜ୍ର ରାଇଟ୍ସ ପ୍ରଡ୍ୟୁସର ଫିରୋଜ ନାଡ଼ିଓ୍ୱାଡାବାଲାଙ୍କ ପାଖରେ ରହିଛି। ସେଥିଲାଗି ଫିଲ୍ମ କରିବାକୁ ଫିରୋଜଙ୍କ ଅନୁମତି ଜରୁରୀ ଥିଲା। ଆଇନଗତ ସମସ୍ୟାରେ ପଡ଼ିବା ଆଶଙ୍କାରେ ସେ ଫିଲ୍ମରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଥିଲେ। ଅକ୍ଷୟ ଯେଉଁ ୨୫କୋଟିର ନୋଟିସ ପଠାଇଛନ୍ତି,ତା ପଛରେ ଅକ୍ଷୟଙ୍କ ବିଶ୍ୱାସ ଓ ଇମୋସନାଲ କନେକ୍ସନ ଥିଲା। ଅକ୍ଷୟଙ୍କ ସହ ଫିଲ୍ମ କରିବାକୁ ପରେଶ କେମିତି ମନା କରିପାରିବେ, ବୋଧହୁଏ ଏଥିରେ ଅକ୍ଷୟ ଭାଙ୍ଗିପଡ଼ିଥିଲେ। ଏହି ନୋଟିସ୍ ସମ୍ଭବତଃ ଭାବାବେଗରେ ପଠାଇଥିଲେ।ତେବେ ହେରାଫେରି-୩ରେ ସେ କାମ କରିବେ। ଯିଏ ବି ଏହାକୁ କରୁ ବୋଲି ବି କହିଛନ୍ତି ପରେଶ। ଏ ବିବାଦ ଭିତରେ ବି ଅକ୍ଷୟ ଓ ପରେଶଙ୍କୁ ଭୁତବଙ୍ଗଲା ଫିଲ୍ମରେ ଦେଖିବାକୁ ମିଳିଛି। ଦୁହିଁଙ୍କ କମିକ୍ ଟାଇମିଂ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। ହେଲେ ଫ୍ୟାନ୍ସଙ୍କ ନଜର କେବେ ଆସିବ ହେରାଫେରି-୩। ନିର୍ଦ୍ଦେଶକ ପ୍ରିୟଦର୍ଶନ ବି ପ୍ରଡ୍ୟୁସର ଫିରୋଜଙ୍କ ଉପରେ ଗମ୍ଭୀର ଆରୋପ ଲଦିଥିଲେ। ଫିରୋଜ ତାଙ୍କୁ ଅପମାନିତ କରିଛନ୍ତି। ତାଙ୍କ ସହ ହେରାଫେରି-୩ କରିବାକୁ ଅକ୍ଷୟଙ୍କୁ ହିଁ ଫିରୋଜ ମନା କରିଦେଇଥିଲେ। ଫିଲ୍ମ ହେରାଫେରି ଭାରତୀୟ ସିନେମାର କ୍ଲାସିକ କଲ୍ଟ କମେଡି ଫିଲ୍ମ ଅଟେ। ଫିଲ୍ମ ବାରମ୍ୱାର ଆଇନଗତ ବିବାଦ, ପ୍ରଯୋଜନାଗତ ସମସ୍ୟା ଓ ସୃଜନଶୀଳ ମତଭେଦ ଯୋଗୁଁ ବିଳମ୍ୱ ହୋଇଚାଲିଛି। 'ହେରା ଫେରି ୩' ବର୍ଷ ବର୍ଷ ଧରି ବିଳମ୍ୱ ହେବାର ଅନେକ କାରଣ ରହିଛି। ସ୍କ୍ରିପ୍ଟରେ ବାରମ୍ୱାର ପରିବର୍ତ୍ତନ, ନିର୍ଦ୍ଦେଶକ ବଦଳ, କଳାକାରଙ୍କୁ ନେଇ ଅନିଶ୍ଚିତତା, ମୂଳ ଲେଖକ-ନିର୍ଦ୍ଦେଶକ ନୀରଜ ଭୋରାଙ୍କ ଅସୁସ୍ଥତା ଓ ପରବର୍ତ୍ତୀ ସମୟରେ ତାଙ୍କ ଦେହାନ୍ତ ସହ ପ୍ରଯୋଜନାଗତ ଓ ଆଇନଗତ ସମସ୍ୟା ଫିଲ୍ମକୁ ବାରମ୍ୱାର ପଛକୁ ଠେଲି ଦେଇଛି। ଫିଲ୍ମର ସତ୍ତ୍ୱାଧିକାର ବିବାଦ ଓ ନିର୍ଦ୍ଦେଶକଙ୍କ ବିଦାୟ ଯୋଗୁଁ ପ୍ରକଳ୍ପର ଭବିଷ୍ୟତକୁ ନେଇ ଏବେ ମଧ୍ୟ ଅନିଶ୍ଚିତତା ଜାରି ରହିଛି। ତଥାପି ସୁନିଲ ଶେଟ୍ଟୀ ଆଶା ପ୍ରକାଶ କରିଛନ୍ତି ଯେ ସମସ୍ତ ସମସ୍ୟାର ସମାଧାନ ହୋଇ ଫିଲ୍ମଟି ଶେଷରେ ଦର୍ଶକଙ୍କ ପାଖକୁ ପହଞ୍ଚିବ। ଏ ବିବାଦ ଭିତରେ ନିର୍ଦେଶକ ରାଜ ସାଣ୍ଡିଲ୍ୟା ବି ଅକ୍ଷୟ କୁମାର ଓ ପରେଶ ରାଓ୍ୱଲଙ୍କ ଦ୍ୱିତୀୟ କମେଡି ଫିଲ୍ମର ସିକ୍ୱେଲର ହିଣ୍ଟ୍ ଦେଇଛନ୍ତି। ରାଜ ସୋସିଆଲ ମିଡିଆରେ ଏକ୍ସରେ ପୋଷ୍ଟ କରିଛନ୍ତି ଯେ, ଆଉ ବାସ୍ କିଛି ସମୟର ଅପେକ୍ଷା। ଏହା ପରେ ସାରା ସିଗନାଲ ଖୋଲିଯିବ। ସିଗନାଲ ଫିଲ୍ମ ଭାଗମ ଭାଗର ପପୁଲାର ଗୀତ ଅଟେ।
