Jaundice Death: ହଷ୍ଟେଲରେ ଜଣ୍ଡିସ୍ ଆକ୍ରାନ୍ତ, ଜଣେ ଛାତ୍ର ମୃତ
ବ୍ରହ୍ମପୁର ସହରର ଜଣାଶୁଣା ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ନେଇ ଉଠିଛି ଗମ୍ଭୀର ଅଭିଯୋଗ | ହଷ୍ଟେଲରେ ରହି ଅଧ୍ୟୟନ କରୁଥିବା ଏକାଧିକ ଛାତ୍ର ଜଣ୍ଡିସ୍ରେ ଆକ୍ରାନ୍ତ ହେବା ସହ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଛି |
ଛାତ୍ର ମୃତ୍ୟୁ ପରେ ହଷ୍ଟେଲର ପାଣି ଉପରେ ପ୍ରଶ୍ନ | ବ୍ରହ୍ମପୁର ସହରର ଜଣାଶୁଣା ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରକୁ ନେଇ ଉଠିଛି ଗମ୍ଭୀର ଅଭିଯୋଗ | ହଷ୍ଟେଲରେ ରହି ଅଧ୍ୟୟନ କରୁଥିବା ଏକାଧିକ ଛାତ୍ର ଜଣ୍ଡିସ୍ରେ ଆକ୍ରାନ୍ତ ହେବା ସହ ଜଣେ ଦଶମ ଶ୍ରେଣୀର ମେଧାବୀ ଛାତ୍ରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଅଭିଯୋଗ ସାମ୍ନାକୁ ଆସିଛି | ଘଟଣାକୁ ନେଇ ଦୂଷିତ ପାନୀୟ ଜଳ ଏବଂ ହଷ୍ଟେଲର ସ୍ୱଚ୍ଛତା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିଛି | ଛାତ୍ରଙ୍କ ମୃତ୍ୟୁ ପରେ ବିଦ୍ୟାଳୟର ପରିମଳ ଓ ପାନୀୟ ଜଳ ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି | ଏହି ଅଭିଯୋଗ ପରେ ଶିଶୁ ବିଦ୍ୟା ମନ୍ଦିର କର୍ତ୍ତୃପକ୍ଷ ସାମ୍ବାଦିକ ସମ୍ମିଳନୀ କରି ନିଜ ପକ୍ଷ ରଖିଛନ୍ତି | ତେବେ ଛାତ୍ରମାନେ ଜଣ୍ଡିସ୍ରେ କିପରି ଆକ୍ରାନ୍ତ ହେଲେ ଏବଂ ମୃତ୍ୟୁ ସହ ଦୂଷିତ ପାନୀୟ ଜଳର କୌଣସି ସମ୍ପର୍କ ରହିଛି କି ନାହିଁ, ସେନେଇ ତଦନ୍ତ ଓ ଚିକିତ୍ସା ସମ୍ପର୍କିତ ତଥ୍ୟ ଆଧାରରେ ସ୍ପଷ୍ଟତା ଆସିବା ଅପେକ୍ଷାରେ ରହିଛି | ଘଟଣାକୁ ନେଇ ଅଭିଭାବକ ଓ ସାଧାରଣ ଲୋକଙ୍କ ମଧ୍ୟରେ ମଧ୍ୟ ଚିନ୍ତା ବଢ଼ିଛି |
