NABARANGPUR BEAR:ରାତି ହେଲେ ଗାଁରେ ଆତଙ୍କ, ନାଳ ଭିତରୁ ଧରାପଡ଼ିଲା ଭାଲୁ
ନବରଙ୍ଗପୁର ସଦର ରେଞ୍ଜ ଅନ୍ତର୍ଗତ ବିକ୍ରମପୁର ବିଟ୍ର ଜାମ୍ବଗୁଡା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଏକ ଭାଲୁକୁ ଧରିବାରେ ସଫଳ ହୋଇଛି ବନ ବିଭାଗ ।

ନବରଙ୍ଗପୁର ସଦର ରେଞ୍ଜ ଅନ୍ତର୍ଗତ ବିକ୍ରମପୁର ବିଟ୍ର ଜାମ୍ବଗୁଡା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ଏକ ଭାଲୁକୁ ଧରିବାରେ ସଫଳ ହୋଇଛି ବନ ବିଭାଗ । ଗତ କିଛି ଦିନ ଧରି ସନ୍ଧ୍ୟା ହେଲେ ଭାଲୁଟି ଖାଦ୍ୟ ଅନ୍ୱେଷଣରେ ଗାଁ ଭିତରକୁ ପଶି ଆସୁଥିଲା । ସୂଚନା ଅନୁଯାୟୀ, ଭାଲୁଟି ଗ୍ରାମବାସୀଙ୍କ ଘର ଭିତରକୁ ପଶିବା ସହ ଗାଁରେ ଥିବା ବିଭିନ୍ନ ଦୋକାନରେ ପଶି ଖାଦ୍ୟ ଖାଇବା ସହ ଜିନିଷପତ୍ର ଭଙ୍ଗାରୁଜା କରୁଥିଲା । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିଲା । ପରେ ଗ୍ରାମବାସୀ ବନ ବିଭାଗକୁ ଏନେଇ ଖବର ଦେଇଥିଲେ । ଖବର ପାଇ ବନ ବିଭାଗର ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳ ଜାମ୍ବଗୁଡାରେ ପହଞ୍ଚି ଭାଲୁର ଗତିବିଧି ଉପରେ ନଜର ରଖିଥିଲେ | ଶେଷରେ ଗାଁ ନିକଟସ୍ଥ ଏକ ନାଳ ଭିତରେ ଭାଲୁଟି ରହିଥିବା ଜାଣିବା ପରେ ବନ ବିଭାଗ ଯନ୍ତା ବସାଇ ତାକୁ ସୁରକ୍ଷିତ ଭାବେ ଧରିଥିଲା । ବନ ବିଭାଗ କର୍ମଚାରୀଙ୍କ ସୂଚନା ଅନୁଯାୟୀ, ଭାଲୁଟିକୁ ଏକ ନିରାପଦ ସ୍ଥାନରେ ରଖାଯାଇଛି। ଏହାର ସ୍ୱାସ୍ଥ୍ୟ ପରୀକ୍ଷା ଓ ଆବଶ୍ୟକ ଚିକିତ୍ସା ପରେ ଭାଲୁଟିକୁ ଜଙ୍ଗଲରେ ଛାଡ଼ି ଦିଆଯିବ।
