ମା’ ଦଶଭୁଜାଙ୍କ ଆଗମନରେ ଉତ୍ସବମୁଖର ଗାଁଠୁ ସହର
ମା’ ଦଶଭୁଜାଙ୍କ ଦର୍ଶନ ପାଇଁ ବସ୍ତାର ଲେଲିନ ପୂଜା ମଣ୍ଡପରେ ଭକ୍ତଙ୍କ ସମାଗମ! ୧୯୯୨ରୁ ଚାଲିଆସୁଛି ମା’ଙ୍କ ପୂଜା, ମନସ୍କାମନା ପୂରଣ ଆଶାରେ ପହଞ୍ଚୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ।
ଧରାପୃଷ୍ଠକୁ ଅବତରଣ କରିଛନ୍ତି ମା’ ଦଶଭୁଜା ଦୁର୍ଗା। ମା’ଙ୍କ ଆଗମନରେ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବା ବେଳେ ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍ର ଲେଲିନ ପୂଜା ମଣ୍ଡପରେ ମଧ୍ୟ ଦେଖିବାକୁ ମିଳିଛି ଭକ୍ତଙ୍କ ପ୍ରବଳ ସମାଗମ।ଆଖପାଖ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରିବା ସହ ନିଜ ମନସ୍କାମନା ପୂରଣ ପାଇଁ ପୂଜାର୍ଚ୍ଚନା କରିବାକୁ ଆସୁଛନ୍ତି। ମା’ଙ୍କ ଆଶୀର୍ବାଦ ଲାଭ କରିବା ଆଶାରେ ଭକ୍ତମାନେ ମଣ୍ଡପରେ ଭିଡ଼ ଜମାଉଛନ୍ତି।ସୂଚନା ଅନୁଯାୟୀ, ୧୯୯୨ ମସିହାରୁ ଏହି ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଥିଲା। ଦୀର୍ଘ ବର୍ଷ ଧରି ଏଠାରେ ପାରମ୍ପରିକ ରୀତିନୀତି ଅନୁସାରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଆସୁଛି। ପୂଜା କମିଟିର ସଦସ୍ୟ ଓ ଶ୍ରଦ୍ଧାଳୁଙ୍କ କହିବା ଅନୁଯାୟୀ, ଏହି ପୂଜା ମଣ୍ଡପ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ଆସ୍ଥା ଓ ବିଶ୍ୱାସର ଏକ ପ୍ରମୁଖ କେନ୍ଦ୍ର ପାଲଟିଛି।ମା’ଙ୍କ ଆଗମନକୁ ନେଇ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ଚଳଚଞ୍ଚଳ ହୋଇଉଠିଛି ସମଗ୍ର ପୂଜା ମଣ୍ଡପ।
