Angul Durga Puja:ଦୁର୍ଗାପୂଜାରେ ଉତ୍ସବମୁଖର ଅନୁଗୋଳ ସହର
ମାଆଙ୍କ ଆଗମନରେ ଭକ୍ତିମୟ ହୋଇଉଠିଛି ଅନୁଗୋଳ ସହର। ଧୂପ, ଦୀପ, ମନ୍ତ୍ର ଉଚ୍ଚାରଣ ଆଉ ଶଙ୍ଖନାଦରେ ପ୍ରକମ୍ପିତ ହେଉଛି ପୂଜାମଣ୍ଡପ। ଦିନ ଅପେକ୍ଷା ସନ୍ଧ୍ୟା ହେଲେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼।

ଅନୁଗୋଳ:ମାଆଙ୍କ ଆଗମନରେ ଭକ୍ତିମୟ ହୋଇଉଠିଛି ଅନୁଗୋଳ ସହର। ଅମଲାପଡ଼ାଠାରୁ ହୁଲୁରିସିଂହା ଏପଟେ ହେମସୁରପଡରୁ ଶିମିଳିପଡ଼ା, ସହରର ବିଭିନ୍ନ ଅଞ୍ଚଳରେ ଚାଲିଛି ମାଆ ଦୁର୍ଗତିନାଶିନୀଙ୍କ ଆରାଧନା। ହୁଲୁରିସିଂହା ପୂଜା ମଣ୍ଡପରେ ଚାଲିଛି ଆଜି ମାଙ୍କ ଅଷ୍ଟମୀ ପୂଜା। ଧୂପ, ଦୀପ, ମନ୍ତ୍ର ଉଚ୍ଚାରଣ ଆଉ ଶଙ୍ଖନାଦରେ ପ୍ରକମ୍ପିତ ହେଉଛି ପୂଜାମଣ୍ଡପ। ସୁନ୍ଦର ସାଜସଜ୍ଜାରେ ଝଲସୁଛି ମଣ୍ଡପ।ଚାରିଆଡ଼େ ସୁନ୍ଦର ତୋରଣ, ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକମାଳା। ଦିନ ଅପେକ୍ଷା ସନ୍ଧ୍ୟା ହେଲେ ବଢୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ଆଶୀର୍ବାଦ ପାଇବାକୁ ଭକ୍ତଙ୍କ ମନରେ ଅସୀମ ଉତ୍ସାହ ଆଉ ଉଦ୍ଦୀପନା। ମାଆଙ୍କ ଦର୍ଶନ ପାଇଁ ଛୋଟ ପିଲାଙ୍କଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଉତ୍କଣ୍ଠା। ସହରରେ ପ୍ରାୟ ୧୦ଟି ପୂଜା ମଣ୍ଡପରେ ମା ଚଳିତ ବର୍ଷ ପୂଜା ପାଉଛନ୍ତି। ଆଜି ମାଙ୍କ ଅଷ୍ଟମୀ ପୂଜା ରହିଥିବା ବେଳେ ଆସନ୍ତା କାଲି ମଙ୍ଗଳବାର ମାଙ୍କ ନବମୀ ପୂଜା ଏବଂ ବୁଧବାର ରହିଛି ମାଙ୍କ ଦଶମୀ ପୂଜା, ଗୁରୁବାର ମା ମେଲାଣି ନେବେ ଏହାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଡିଜେ,ବାଣକୁ ବନ୍ଦ କରାଯାଇଛି, କେବଳ ପାରମ୍ପରିକ ବାଦ୍ୟ ଯନ୍ତ୍ର, ଲୋକନୃତ୍ୟରେ ଭଷାଣୀ କାର୍ଯ୍ୟକ୍ରମ କରିବାକୁ ଅନୁମତି ଦିଆଯାଇଛି। ଭିଡ଼କୁ ଦୃଷ୍ଟିରେ ରଖି ପୋଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ମଧ୍ୟ ରହିଛି।
