Maha Ashtami Special: ଚାନ୍ଦି ମେଢ଼ରେ ମନ ମୋହୁଛନ୍ତି ଦୁର୍ଗତିନାଶିନୀ
୧୮୬୭ରୁ ଆଜି ଯାଏଁ... ଅତୁଟ ଆସ୍ଥା, ଅପାର ଭକ୍ତି ଓ ରୁପାର ଝଲକରେ ଝଲସୁଛନ୍ତି ମା’ ଦୁର୍ଗା |
ଆଜି ପବିତ୍ର ମହାଷ୍ଟମୀରେ ମା’ଙ୍କ ଦର୍ଶନ ପାଇଁ ଉତ୍ସବମୁଖର ହୋଇଉଠିଛି ଆନନ୍ଦପୁର ଉପଖଣ୍ଡର ଫକୀରପୁର |ଦୀର୍ଘ ବର୍ଷର ପରମ୍ପରା, ଅଗାଢ଼ ଆସ୍ଥା ଓ ଭକ୍ତିର ଅପୂର୍ବ ସମନ୍ୱୟ ହେଉଛି ଫକୀରପୁରର ଦୁର୍ଗାପୂଜା | ୧୮୬୭ ମସିହାରୁ ଏଠାରେ ଆରମ୍ଭ ହୋଇଥିବା ମା’ଙ୍କ ପୂଜା ଆଜି ମଧ୍ୟ ସେହି ପାରମ୍ପରିକ ଶ୍ରଦ୍ଧା ଓ ଉତ୍ସାହର ସହ ଜାରି ରହିଛି | ପିଢ଼ି ପରେ ପିଢ଼ି ଧରି ମା’ଙ୍କ ଆରାଧନା ଏଠାକାର ଲୋକଙ୍କ ଭାବାବେଗ ସହ ଜଡ଼ିତ ହୋଇରହିଛି | ଫକୀରପୁର ଦୁର୍ଗାପୂଜାର ସବୁଠାରୁ ବଡ଼ ଆକର୍ଷଣ ହେଉଛି ମା’ଙ୍କ ମନୋରମ ଚାନ୍ଦି ମେଢ଼ | ୨୦୧୨ ମସିହାରୁ ରୁପାର ଚମକରେ ଝଲସୁଛନ୍ତି ମା’ ଦୁର୍ଗା। ମା’ଙ୍କ ଦିବ୍ୟ ରୂପ ଓ ଚାନ୍ଦି ମେଢ଼ର ଆକର୍ଷଣ ଶ୍ରଦ୍ଧାଳୁଙ୍କ ମନରେ ଭକ୍ତିଭାବ ଭରିଦେଉଛି | ମହାଷ୍ଟମୀର ଏହି ପବିତ୍ର ଅବସରରେ ମା’ଙ୍କ ଆଶୀର୍ବାଦ ଲାଭ ପାଇଁ ଭକ୍ତଙ୍କ ମନରେ ରହିଛି ଅପାର ଉତ୍ସାହ। ଆଡ଼ମ୍ବରପୂର୍ଣ୍ଣ ପୂଜାର୍ଚ୍ଚନା ସାଙ୍ଗକୁ ଆଧ୍ୟାତ୍ମିକ ପରିବେଶ ଫକୀରପୁରକୁ କରିଛି ଭକ୍ତିମୟ |୧୮୬୭ରୁ ଆରମ୍ଭ ହୋଇଥିବା ଏହି ପୂଜା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଫକୀରପୁରର ଐତିହ୍ୟ, ପରମ୍ପରା ଓ ଜନଆସ୍ଥାର ଏକ ଅନନ୍ୟ ପରିଚୟ। ପରମ୍ପରାର ଏହି ଧାରା ଆଜି ବି ମା’ଙ୍କ ଆଗମନରେ ନୂଆ ଉତ୍ସାହ ଓ ଭକ୍ତିର ସଞ୍ଚାର କରୁଛି।
