Cuttack Durga Puja:ଦୁର୍ଗାପୂଜାରେ କମ୍ପୁଛି ସିଲଭର ସିଟି
ଦୁର୍ଗାପୂଜା ରେ କମ୍ପୁଛି ସିଲଭରସିଟି। ଆଜି କଟକର ସମସ୍ତ ଶକ୍ତିପୀଠ ମାନଙ୍କରେ ନବମୀ ପୂଜା ଅନୁଷ୍ଠିତ ହେଉଥିଲା ବେଳେ ପୂଜା ମଣ୍ଡପ ରେ ଅଷ୍ଟମୀ ବିହିତ ପୂଜା ହେଉଛି। ଶେଖ୍ ବଜାରରେ ମା’ଙ୍କ ଅପରୂପ ରୂପ ଓ ସୁନାଚାନ୍ଦିର ଆଭୂଷଣ ଭକ୍ତଙ୍କୁ ଆକର୍ଷିତ କରୁଛି।

କଟକ:ଦୁର୍ଗାପୂଜାରେ କମ୍ପୁଛି ସିଲଭର ସିଟି କଟକ। ମା’ଙ୍କ ଆଗମନରେ ସାରା ସହର ଉତ୍ସବମୁଖର ହୋଇଉଠିଥିବା ବେଳେ ବିଭିନ୍ନ ପୂଜା ମଣ୍ଡପରେ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼। ମା’ ଦୁର୍ଗାଙ୍କ ଦର୍ଶନ ପାଇଁ ସକାଳୁ ଭକ୍ତଙ୍କ ସମାଗମ ଲାଗି ରହିଛି। ଘଣ୍ଟ, ଶଙ୍ଖ ଓ ମନ୍ତ୍ରୋଚ୍ଚାରଣରେ ପୂଜା ମଣ୍ଡପଗୁଡ଼ିକରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ।ଆଜି କଟକର ବିଭିନ୍ନ ଶକ୍ତିପୀଠରେ ନବମୀ ପୂଜା ଅନୁଷ୍ଠିତ ହେଉଥିବା ବେଳେ ପୂଜା ମଣ୍ଡପଗୁଡ଼ିକରେ ଚାଲିଛି ଅଷ୍ଟମୀ ବିହିତ ପୂଜା। ଏହି କ୍ରମରେ ଶେଖ୍ ବଜାର ପୂଜା କମିଟି ପକ୍ଷରୁ ମଧ୍ୟ ବିଧିବିଧାନ ଅନୁସାରେ ମା’ଙ୍କ ଅଷ୍ଟମୀ ପୂଜା କରାଯାଉଛି। ପୂଜାର୍ଚ୍ଚନା ସହ ମା’ଙ୍କ ଦର୍ଶନ ପାଇଁ ମଣ୍ଡପରେ ଭକ୍ତଙ୍କ ଭିଡ଼ ଲାଗି ରହିଛି।ଶେଖ୍ ବଜାରରେ ମା’ ଜଗତଜନନୀଙ୍କ ଆକର୍ଷଣୀୟ ସାଜସଜ୍ଜା ଭକ୍ତଙ୍କ ମନ ମୋହୁଛି। ସାଢ଼େ ୩ କୁଇଣ୍ଟାଲରୁ ଅଧିକ ଚାନ୍ଦି ଏବଂ ୭ କିଲୋଗ୍ରାମରୁ ଅଧିକ ସୁନାରେ ନିର୍ମିତ ମୁକୁଟରେ ମା’ ଶୋଭା ପାଉଛନ୍ତି। ମା’ଙ୍କ ଏହି ଦିବ୍ୟ ରୂପ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖିବାକୁ ମିଳୁଛି।
