ମା’ ଦଶଭୁଜାଙ୍କ ଦର୍ଶନ ପାଇଁ ବସ୍ତାର ଲେଲିନ ପୂଜା ମଣ୍ଡପରେ ଭକ୍ତଙ୍କ ସମାଗମ! ୧୯୯୨ରୁ ଚାଲିଆସୁଛି ମା’ଙ୍କ ପୂଜା, ମନସ୍କାମନା ପୂରଣ ଆଶାରେ ପହଞ୍ଚୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ।
ବସ୍ତା ବ୍ଲକ୍ର ୩ ହଜାରରୁ ଅଧିକ ଲୋକଙ୍କ ନାଁ ଭୋଟର ତାଲିକାରୁ କାଟିବା ପାଇଁ ଆବେଦନ ହୋଇଥିବା ଅଭିଯୋଗ କରିଛି ବସ୍ତା ଏନଏସି ବିଜେଡି। ଦୀର୍ଘବର୍ଷ ଧରି ବସ୍ତାରେ ବସବାସ କରୁଥିବା ଲୋକଙ୍କ ନାଁ କାହିଁକି କାଟିବା ପାଇଁ ଆବେଦନ କରାଯାଇଛି, ଏହାର କାରଣ ସ୍ପଷ୍ଟ କରିବା ସହ ଆବେଦନକାରୀଙ୍କ ନାଁ ପ୍ରକାଶ କରିବାକୁ ବିଜେଡି ଦାବି କରିଛି। ଏହା ନହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି।