ନାମାଙ୍କନ ଭରିବା ପରେ ବନ୍ଧା ହେଲେ ବୀଣା
ବୀଣାଙ୍କ ଏଭଳି ଗିରଫଦାରିକୁ ରାଜନୀତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ତେଜପ୍ରତାପ। ବୀଣା କାନ୍ଦିକି କହିଛନ୍ତି, ବିଜେପି ଡରିଯାଇଛି। ଯେବେ ମହିଳାଙ୍କ ସହ ଏଭଳି ଅତ୍ୟାଚାର ହେଇଛି, ସେତେବେଳ ସୁଦର୍ଶନ ଚକ୍ର ଚାଲେ।

ନାମାଙ୍କନ ଭରିବା ପରେ ତୁରନ୍ତ ଗିରଫ କଲା ପୁଲିସ। ଗିରଫ ହେଲେ ତେଜପ୍ରତାପଙ୍କ ପ୍ରାର୍ଥୀ ବୀଣା ମାନବୀ। ୧୭ ବର୍ଷ ପୁରୁଣା ମାମଲାର ରେଡ୍ ଓ୍ୱାରେଣ୍ଟ। ଫେବୃଆରୀରେ ଇସ୍ୟୁ ହୋଇଥିଲା ଜାମିନ ବିହୀନ ଗିରଫ ପରଓ୍ୱାନା। ଧୋକାଦାରି ମାମଲାରେ ବନ୍ଧା ହେଲେ। ବାଙ୍କିପୁର ବିଧାନସଭା ଉପନିର୍ବାଚନରେ ଜନଶକ୍ତି ଜନତା ଦଳ ପକ୍ଷରୁ ବୀଣା ନାମାଙ୍କନ ଭରିଥିଲେ। ଆଜି ଥିଲା ନାମାଙ୍କନର ଶେଷ ଦିନ। ଆଉ ନାମାଙ୍କନ ଭରିବା ପରେ ବୀଣାଙ୍କୁ ଗିରଫ କଲା ଗାନ୍ଧୀମୈଦାନ ପୁଲିସ। ବାଙ୍କିପୁର ଉପନିର୍ବାଚନରେ ଜନଶକ୍ତି ଜନତା ଦଳ ପକ୍ଷରୁ ନାମାଙ୍କନ ଦାଖଲ କରିବା ପରେ ତୁରନ୍ତ ତାଙ୍କୁ ପୁଲିସ ହେପାଜତକୁ ନେଇଛି। ୨୦୦୯ରେ ତାଙ୍କ ବିରୁଦ୍ଧରେ ସିଭିଲ କୋର୍ଟ ମାମଲା ହୋଇଥିଲା।କଙ୍କଡ଼ବାଗ ଥାନାରେ ୨୦୧୬ରେ ବି ଠକେଇ, ଜାଲିଆତି ମାମଲା ରୁଜୁ ହୋଇଥିଲା। ବୀଣାଙ୍କ ଏଭଳି ଗିରଫଦାରିକୁ ରାଜନୀତିକ ଷଡ଼ଯନ୍ତ୍ର ବୋଲି କହିଛନ୍ତି ତେଜପ୍ରତାପ। ବୀଣା କାନ୍ଦିକି କହିଛନ୍ତି, ବିଜେପି ଡରିଯାଇଛି। ଯେବେ ମହିଳାଙ୍କ ସହ ଏଭଳି ଅତ୍ୟାଚାର ହେଉଛି, ତାହେଲେ ସୁଦର୍ଶନ ଚକ୍ର ଚାଲେ। ବୀଣା ଜଣେ ସମାଜସେବୀ ଭାବେ ଜଣା। ସେ ବାଙ୍କିପୁର ବିଧାନସଭା କ୍ଷେତ୍ରରେ ଲୋକଙ୍କ ଲାଗି ଲଗାତାର କାମ କରିଆସୁଛନ୍ତି। ସେ ବୈଶ୍ୟ ସମାଜରୁ ଆସିଛନ୍ତି। ତାଙ୍କ ଫେସବୁକରେ ୫ଲକ୍ଷ ଫଲୋଅର୍ସ ଅଛନ୍ତି। ମହିଳା ଭୋଟରଙ୍କ ଭିତରେ ତାଙ୍କର ବେଶ୍ ଦବଦବା ରହିଛି।
