BALESWAR ALOCOHOL RAID: ଦେଶୀ ଓ ବିଦେଶୀ ମଦ ସହିତ ବିଅର ଜବତ, ୦୪ ଗିରଫ ।
ବାଲେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠନ କରିଥିଲେ | ଏହି ସ୍ୱତନ୍ତ୍ର ଟିମ ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ଜାତୀୟ ରାଜପଥ ଓ ମାର୍କୋଣା ରେଲୱେ କଲୋନୀ ଓ ନିଶ୍ଚନ୍ତା ଗ୍ରାମରେ ଚଢ଼ାଉ କରିଥିଲା | ଯେଉଁଥିରେ ୩୦ ଲିଟର ଦେଶୀ ମଦ, ୫.୪୦୦ ଲିଟର ବିଦେଶୀ ମଦ ଓ ୨୫ ଲିଟର ବିଅର ଜବତ କରିଛି |

ବାଲେଶ୍ୱର ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଖଇରା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠନ କରିଥିଲେ | ଏହି ସ୍ୱତନ୍ତ୍ର ଟିମ ସିମୁଳିଆ ଥାନା ଅନ୍ତର୍ଗତ ମାର୍କୋଣା ଜାତୀୟ ରାଜପଥ ଓ ମାର୍କୋଣା ରେଲୱେ କଲୋନୀ ଓ ନିଶ୍ଚନ୍ତା ଗ୍ରାମରେ ଚଢ଼ାଉ କରିଥିଲା | ଯେଉଁଥିରେ ୩୦ ଲିଟର ଦେଶୀ ମଦ, ୫.୪୦୦ ଲିଟର ବିଦେଶୀ ମଦ ଓ ୨୫ ଲିଟର ବିଅର ଜବତ କରିଛି | ଏହି ଚଢ଼ାଉର ମୁଖ୍ୟ ଉଦ୍ଧେଷ୍ୟ ଥିଲା ବେଆଇନ ମଦ ମହଜୁଦ ଉପରେ ରୋକ ଲଗାଇବା | ଏଥିରେ ବଣା ଗ୍ରାମର ବିକାଶ ସିଂ, ନିଶ୍ଚନ୍ତା ଗ୍ରାମର ତ୍ରିଲୋଚନ ନାୟକ ଏବଂ ମାର୍କୋଣା ଗ୍ରାମର କମଳାକାନ୍ତ ବେହେରା ଓ ମୁକୁନ୍ଦ ଚନ୍ଦ୍ର ବେହେରା ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୨୫ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ଖଇରା ଅବକାରୀ ଥାନା ସହ ଉପ-ନିରୀକ୍ଷକ ଦୀପିକା ପରିଡ଼ା ଓ କନେଷ୍ଟବଳ ଦେବାଶିଷ ମଲ୍ଲିକ ସାମିଲ ଥିଲେ । ଏନେଇ ଖଇରା ଅବକାରୀ ଥାନା ପକ୍ଷରୁ ୪ଟି ମାମଲା ରୁଜ୍ଜୁ କରାଯାଇଛି । ଅଞ୍ଚଳରେ ବେଆଇନ ମଦ କାରବାର ରୋକିବା ପାଇଁ ଅବକାରୀ ବିଭାଗର ଚଢ଼ାଉ ଓ ତଦନ୍ତ ଆଗକୁ ମଧ୍ୟ ଜାରି ରହିବ ବୋଲି ଲୋକେ ଆସ କରୁଛନ୍ତି | ଅବାକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଉପରେ ନଜର ରଖାଯାଇଥିବା ବେଳେ ଆଗାମୀ ଦିନରେ ଏହି ପରି ଚଢ଼ାଉ ଜାରି ରହିବ ବୋଲି ଜଣାପଡିଛି |
