Balasore Blood Donation Camp:ଶ୍ରୀଜଗନ୍ନାଥ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନରେ ରକ୍ତଦାନ ଶିବିର
ରକ୍ତର ଅଭାବ ଯୋଗୁଁ ଯେପରି କାହାରି ଚିକିତ୍ସା ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଆଗେଇ ଆସିଛନ୍ତି ଛାତ୍ରଛାତ୍ରୀ। ବାଲେଶ୍ୱରରେ ଶ୍ରୀଜଗନ୍ନାଥ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ ପକ୍ଷରୁ ଆୟୋଜିତ ଶିବିରରେ ୫୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି।
ବାଲେଶ୍ୱର:ରକ୍ତଦାନ ମହାପୁଣ୍ୟ। ଜଣେ ବ୍ୟକ୍ତିଙ୍କ ରକ୍ତଦାନ ଅନ୍ୟ ଜଣଙ୍କ ଜୀବନ ବଞ୍ଚାଇପାରେ। ଏହି ବାର୍ତ୍ତାକୁ ନେଇ ବାଲେଶ୍ୱରରେ ଶ୍ରୀଜଗନ୍ନାଥ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି। ଜିଲ୍ଲାର ବିଭିନ୍ନ ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ଏହି ମହତ୍ କାର୍ଯ୍ୟରେ ସାମିଲ ହୋଇଛନ୍ତି।ଏହି ଶିବିରକୁ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସେହିପରି ବାଲେଶ୍ୱର ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କର ସଭାପତି ଗଣେଶ ପ୍ରସାଦ ମହାପାତ୍ର ଏବଂ ଅନୁଷ୍ଠାନର ଚେୟାରମ୍ୟାନ ଗଙ୍ଗାଧର ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ଶିବିରରେ ମୋଟ ୫୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଦାନ ଭଳି ମହତ୍ କାର୍ଯ୍ୟ ମାଧ୍ୟମରେ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଛାତ୍ରଛାତ୍ରୀଙ୍କ ଏହି ପ୍ରୟାସକୁ ଉପସ୍ଥିତ ଅତିଥିମାନେ ପ୍ରଶଂସା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ଶ୍ରୀମତୀ ଲକ୍ଷ୍ମୀପ୍ରିୟା ଜେନାଙ୍କ ସମେତ ଅଧ୍ୟକ୍ଷ, ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ଶିବିରକୁ ସଫଳ କରିଥିଲେ।
