BALASORE BANK ROBBERY : ଦିନ ଦ୍ୱିପ୍ରହରରେ ବ୍ୟାଙ୍କ ଲୁଟ୍ ,10 ଲକ୍ଷରୁ ଅଧିକ ଟଙ୍କା ନେଇ ଚମ୍ପଟ
ଦିନ ଦ୍ୱିପହରରେ ଲୁଟ୍ | ମଙ୍ଗଳବାର ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତରେ ଖପରାପଦା ଓଡିଶା ଗ୍ରାମୀଣ ବ୍ୟାଙ୍କ ଶାଖାରୁ ଅସ୍ତ୍ର ଦେଖାଇ ଦୁର୍ବୁର୍ତ୍ତମାନେ 10 ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଯାଇଥିବାର ଅଭିଯୋଗ ହୋଇଛି |

ଦିନ ଦ୍ୱିପହରରେ ଲୁଟ୍ | ମଙ୍ଗଳବାର ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତରେ ଖପରାପଦା ଓଡିଶା ଗ୍ରାମୀଣ ବ୍ୟାଙ୍କ ଶାଖାରୁ ଅସ୍ତ୍ର ଦେଖାଇ ଦୁର୍ବୁର୍ତ୍ତମାନେ 10 ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଯାଇଥିବାର ଅଭିଯୋଗ ହୋଇଛି | ରିପୋର୍ଟ ଅନୁଯାୟୀ, ପ୍ରାୟ ୭ ଜଣ ଦୁର୍ବୃତ୍ତ ଏକ ଏସ୍ୟୁଭିରେ ବ୍ୟାଙ୍କ ନିକଟରେ ପହଞ୍ଚି ଗ୍ରାହକ ବେଶରେ ଶାଖା ଭିତରକୁ ପ୍ରବେଶ କରିଥିଲେ। ପରେ ସେମାନେ ଆଗ୍ନେୟାସ୍ତ୍ର ଓ ଧାରୁଆ ଅସ୍ତ୍ର ଦେଖାଇ ବ୍ୟାଙ୍କ ମ୍ୟାନେଜର ଓ କର୍ମଚାରୀଙ୍କୁ ଆକ୍ରମଣ କରିବା ସହ ଭୟଙ୍କର ପରିଣାମର ଧମକ ଦେଇଥିବା ଅଭିଯୋଗ ହୋଇଛି। ବ୍ୟାଙ୍କ ମ୍ୟାନେଜର ଅଜୟ କୁମାର ସେଠୀଙ୍କ କହିବା ଅନୁଯାୟୀ, ଦିନ ପ୍ରାୟ ୧ଟା ୪୦ ମିନିଟ୍ ସମୟରେ ହେଲମେଟ୍ ପିନ୍ଧିଥିବା ୪ ଜଣ ବ୍ୟକ୍ତି ବନ୍ଧୁକ ଓ ଭୁଜାଲି ଧରି ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ସେମାନେ ବ୍ୟାଙ୍କ କର୍ମଚାରୀଙ୍କୁ ଆକ୍ରମଣ କରିବା ପରେ ଏକ କୋଠରୀ ଭିତରେ ବନ୍ଦ କରି ଦେଇଥିଲେ। ଏହାପରେ କାଉଣ୍ଟରରେ ଥିବା ନଗଦ ଟଙ୍କା ଲୁଟି ନେଇ ସେମାନେ ଫେରାର ହୋଇଯାଇଥିବା ମ୍ୟାନେଜର କହିଛନ୍ତି । ଆକ୍ରମଣରେ ବ୍ୟାଙ୍କ ମ୍ୟାନେଜର ଗୁରୁତର ଅବସ୍ଥାରେ ଆହତ ହୋଇଛନ୍ତି ଏବଂ ତାଙ୍କୁ ବାଲିଆପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଏହି ଲୁଟରେ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଥିଲା | କେହି ପ୍ରତିରୋଧ କରିବା ପୂର୍ବରୁ ଦୁର୍ବୁର୍ତ୍ତମାନେ ଫେରାର ହୋଇଯାଇଥିଲେ | ଖବର ପାଇ ବାଲିଆପାଳ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା | ବ୍ୟାଙ୍କ ଓ ଆଖପାଖରେ ଥିବା ସିସିଟିଭି ଫୁଟେଜର ତଦନ୍ତ କରି ଲୁଟରେ ବ୍ୟବହାର ହୋଇଥିବା SUV ଗାଡିର ଗତିପଥ ଚିହ୍ନଟ କରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି |

