ବାବା ଖତରନାକଙ୍କୁ ପାଠ ପଢାଇଲେ ସୁପ୍ରିମକୋର୍ଟ!
ସୁପ୍ରିମକୋର୍ଟର କୋଠାରେ ଅଶୋକଚକ୍ରକୁ ସ୍ଥାପିତ କରିବା ସମ୍ୱନ୍ଧିତ ଆବେଦନ ଉପରେ ବି ଶୁଣାଣୀ କରିବାକୁ ମନା କରିଦେଇଥିଲେ ସର୍ବୋଚ୍ଚ ଅଦାଲତ। ଆବେଦନକାରୀଙ୍କ ନାଁ ବଦରବାଦ ବେଣୁଗୋପାଳ ଓରଫ ବାବା ଖତରନାକ୍। ସିଜେଆଇ କହିଥିଲେ, ସୁପ୍ରିମକୋର୍ଟ ଗେଟ୍ ରେ କଅଣ ଲଗାଇବାକୁ ପଡ଼ିବ, ଆମେ ଦେଖିବୁ। ଦୁନିଆରେ ଏତେ ସମସ୍ୟା ଅଛି, କଅଣ ଆଉ କିଛି ଦେଖାଯାଉନି।

ବାବା ଖତରନାକଙ୍କୁ ପାଠ ପଢ଼ାଇଲେ ସୁପ୍ରିମକୋର୍ଟ। ଭାରତର ରାଷ୍ଟ୍ରୀୟ ପ୍ରତୀକ ଅଶୋକ ଚକ୍ର ସହ ଜଡ଼ିତ ଏକ ମାମଲାରେ ଆବେଦନକାରୀ ସାଜି ବେଶ୍ ଅପଦସ୍ଥ ହୋଇଛନ୍ତି ଏ ବାବା ଜଣକ। ସିଜେଆଇ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଲେ- ଏ ମାମଲା ନିଜେ ସୁପ୍ରିମକୋର୍ଟ ଦେଖିବେ। ଏଭଳି ମାମଲାର ନିର୍ଣ୍ଣୟ ନ୍ୟାୟାଳୟ ନିଜେ କରିବେ। ଆପଣ ଅଲଗା ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ। କଥା ପଡ଼ିଛି। ଏମିତି କଅଣ ହେଲା ଯେ, ବାବାଙ୍କୁ ଏଭଳି ରୋକଠୋକ ଶୁଣାଇଦେଲେ ସିଜେଆଇ। ସୁପ୍ରିମକୋର୍ଟର କୋଠାରେ ଅଶୋକଚକ୍ରକୁ ସ୍ଥାପିତ କରିବା ସମ୍ୱନ୍ଧିତ ଆବେଦନ ଉପରେ ବି ଶୁଣାଣୀ କରିବାକୁ ମନା କରିଦେଇଥିଲେ ସର୍ବୋଚ୍ଚ ଅଦାଲତ। ଆବେଦନକାରୀଙ୍କ ନାଁ ବଦରବାଦ ବେଣୁଗୋପାଳ ଓରଫ ବାବା ଖତରନାକ୍। ସିଜେଆଇ କହିଥିଲେ, ସୁପ୍ରିମକୋର୍ଟ ଗେଟ୍ ରେ କଅଣ ଲଗାଇବାକୁ ପଡ଼ିବ, ଆମେ ଦେଖିବୁ। ଦୁନିଆରେ ଏତେ ସମସ୍ୟା ଅଛି, କଅଣ ଆଉ କିଛି ଦେଖାଯାଉନି। ସୁପ୍ରିମକୋର୍ଟର ମୁଖ୍ୟ ପ୍ରବେଶଦ୍ୱାରରେ ଲାଗିଥିବା ଅଶୋକଚକ୍ରକୁ ଏହା ଅଦାଲତର ସାମ୍ୱିଧାନିକ ପରିଚୟ ବୋଲି କହିଥିଲେ ଆବେଦନକାରୀ। ଅନୁଛେଦ ୩୨ ଆଧାରରେ ରିଟ୍ ପିଟିସନ ଦାଏର କରି ଏ ମାମଲାରେ ନିର୍ଦ୍ଦେଶ ଦେବାକୁ ଦାବି କରିଥିଲେ ବେଣୁଗୋପାଳ। ତେବେ ଏହା ପୂର୍ବରୁ ମାର୍ଚ୍ଚ ୨୩ରେ ଆବେଦନ ଉପରେ ଶୁଣାଣୀ କରି ସୁପ୍ରିମକୋର୍ଟ କହିଥିଲେ ଯେ, ପ୍ରଶାସନିକସ୍ତରରେ ଏହାର ତଦନ୍ତ ଜରୁରୀ। ଏହା ସହ କୋର୍ଟର ସେକ୍ରେଟାରୀ ଜେନେରାଲଙ୍କୁ ନିର୍ଦେଶ ଦେଇଥିଲେ ଯେ, ପ୍ରାଧିକୃତ ଅଧିକାରୀଙ୍କ ଆଗରେ ଉଚିତ ତଥ୍ୟ ପ୍ରକାଶ କର। ସୁପ୍ରିମକୋର୍ଟ ରୁଲ୍ସ, ୨୦୧୩ ଆଧାରରେ ରେଜିଷ୍ଟ୍ରାର ବି ଜୁଲାଇ ୩ରେ ଏହି ପିଟିସନ ଦାଖଲ କରିଥିଲେ। ଏହା ପରେ ରେଜିଷ୍ଟ୍ରାରଙ୍କ ଆଦେଶ ବିରୁଦ୍ଧରେ ଅପିଲ କରିଥିଲେ ବାବା ଖତରନାକ। ଯାହା ଉପରେ ଗଲା ମଙ୍ଗଳବାର ଶୁଣାଣୀ ହୋଇଥିଲା। ଏ ମାମଲାରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା କରିବା ସହ ଆବେଦନକୁ ଖାରଜ କରିଦେଇଛନ୍ତି। ଆଉ କହିଥିଲେ କି, ସୁପ୍ରିମକୋର୍ଟ ପରିସରରେ କଅଣ ଦର୍ଶାଯିବ, କଅଣ ରଖାଯିବ। ଏ ମାମଲା କୋର୍ଟର ପ୍ରଶାସନିକ ଅଧିକାର କ୍ଷେତ୍ରରେ ଆସୁଛି। ଆଉ କେହି ମୁଣ୍ଡ ଖେଳାଇବା ଦରକାର ନାହିଁ।
