୫ଦିନରେ ବାବା ବରଫାନି ଅନ୍ତର୍ଦ୍ଧାନ!
ଶ୍ରଦ୍ଧାଳୁ ତାହେଲେ କାହାକୁ ଆସି ଦର୍ଶନ କରିବେ। ୫ ଦିନରେ ତ ବାବାଙ୍କ ହିମଲିଙ୍ଗ ତରଳିଗଲାଣି। ପ୍ରକୃତିକୁ ବାଜିରେ ଲଗାଇ ଅନ୍ୟାନ୍ୟ ସୁବିଧା ଓ ବିକାଶର ବିସ୍ତାରକୁ ଦାୟୀ କରାଯାଉଛି। ଦଶକ ତଳେ ଅମରନାଥ ଯାତ୍ରା ଏତେ ସହଜ ନଥିଲା।

ଅମରନାଥ ଯାତ୍ରା ଆରମ୍ଭ ହେବାର ମାତ୍ର ୫–୬ ଦିନ ମଧ୍ୟରେ ପ୍ରାକୃତିକ ବରଫରେ ସୃଷ୍ଟି ହେଉଥିବା ବାବା ବରଫାନୀ (ହିମଲିଙ୍ଗ) ପ୍ରାୟ ସମ୍ପୂର୍ଣ୍ଣ ଭାବେ ତରଳିଯାଇଛି। ଏହାଫଳରେ ଅନେକ ଶ୍ରଦ୍ଧାଳୁ ପ୍ରାକୃତିକ ହିମଲିଙ୍ଗ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ହେଲେ ଯାତ୍ରା ପ୍ରତି ଭକ୍ତଙ୍କ ଉତ୍ସାହ କମିନାହିଁ। ଯାତ୍ରାର ପ୍ରଥମ ପାଞ୍ଚ ଦିନରେ ୧.୧୩ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ପବିତ୍ର ଗୁମ୍ଫାରେ ପହଞ୍ଚି ବାବା ବରଫାନୀଙ୍କ ଦର୍ଶନ କରିଛନ୍ତି। ଜମ୍ମୁ-କାଶ୍ମୀର ପ୍ରଶାସନ କଡ଼ା ସୁରକ୍ଷା, ଚିକିତ୍ସା ସୁବିଧା, ଲଙ୍ଗର ଓ ରହିବା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିଛି। ବିଶେଷଜ୍ଞଙ୍କ ମତରେ, ବଢ଼ୁଥିବା ତାପମାତ୍ରା, ଜଳବାୟୁ ପରିବର୍ତ୍ତନ ଓ ଗୁମ୍ଫା ଭିତରେ ବୃଦ୍ଧି ପାଇଥିବା ମାନବ ଚଳାଚଳରୁ ହିମଲିଙ୍ଗ ଶୀଘ୍ର ତରଳିବାର ସମ୍ଭାବ୍ୟ କାରଣ ବୋଲି କୁହାଯାଉଛି। ତେବେ ଏହା ଧାର୍ମିକ ଆସ୍ଥା ସହ ଜଡ଼ିତ ବିଷୟ ହୋଇଥିବାରୁ ଏହାର ଆଧ୍ୟାତ୍ମିକ ବ୍ୟାଖ୍ୟା ଭକ୍ତମାନଙ୍କ ବିଶ୍ୱାସ ଉପରେ ନିର୍ଭର କରେ। ଗଲା ୩ ବର୍ଷ ହେଲା ବାବା ବରଫାନିଙ୍କ ଉଚ୍ଚତା ବି ହ୍ରାସ ପାଇବାରେ ଲାଗିଥିଲା। ଚମତ୍କାର ନା ବିଜ୍ଞାନ। ଜୁଲାଇ ୬ ଯାଏ ବାବା ବରଫାନିଙ୍କ ହିମଲିଙ୍ଗ ୯୦ ପ୍ରତିଶତ ତରଳିଯାଇଛି। ଏତେ କଷ୍ଟସାଧ୍ୟ ଯାତ୍ରା କରି ବାବା ବରଫାନିଙ୍କ ଦର୍ଶନ ଲାଗି ଆସୁଥିବା ଶ୍ରଦ୍ଧାଳୁଙ୍କ ଭିତରେ ନିରାଶ ଖେଳିଯାଇଛି। ୭ ଫୁଟ ଉଚ୍ଚର ଭବ୍ୟ ପ୍ରାକୃତିକ ହିମଲିଙ୍ଗ କେମିତି ୫ ଦିନ ଭିତରେ ୫ଫୁଟକୁ ଖସିଯାଇଥିଲା। ଆଉ ଏବେ ପୁରା ଅନ୍ତର୍ଦ୍ଧାନ। ଗୁମ୍ଫାରେ ତାହେଲେ କାହାକୁ ଦର୍ଶନ କରି ନିଜ କଷ୍ଟ ଓ ସାଧନା ପୂରଣ ହେଲା ବୋଲି ଆଶ୍ୱସ୍ତ ହେବେ ଶ୍ରଦ୍ଧାଳୁ। ଏକଦା ବାବା ବରଫାନିଙ୍କ ଦର୍ଶନ କରିବାକୁ ଯାତ୍ରା ଚାଲୁଥିଲା ପ୍ରାୟ ୪୦ ଦିନ। ଏବେ ଦର୍ଶନ କରିବାକୁ ଯାତ୍ରାର ଅବଧି ୨୮ ଦିନକୁ ଖସିଗଲାଣି। ମହାଦେବଙ୍କ କୋପ ନା ପ୍ରକୃତି ସହ ଖେଳୁଥିବା ମଣିଷକୁ ଏହା ଶକ୍ତ ଚାପୁଡ଼ା। ୨୦୧୮ରେ ଯାତ୍ରାର ୨୯ ଦିନରେ ତରଳିଯାଇଥିଲେ ବାବା ବରଫାନି। ୨୦୨୦ରେ କୋଭିଡ ସମୟରେ ୩୮ ଦିନରେ ତରଳିଯାଇଥିଲା ହିମଲିଙ୍ଗ। ୨୦୨୨ରେ ୨୮ ଦିନରେ ତରଳିଥିବା ବେଳେ ୨୦୨୪ରେ ମାତ୍ର ସପ୍ତାହକ ଭିତରେ ଅନ୍ତର୍ଦ୍ଧାନ ହୋଇଗଲା ଶିବଲିଙ୍ଗ।ଅମରନାଥ ଗୁମ୍ଫାରେ ବାବା ବରଫାନିଙ୍କ ପ୍ରାକୃତିକ ରୂପ ତରଳିଯିବାକୁ ନେଇ ଉଠୁଥିବା ପ୍ରଶ୍ନ ଭିତରେ ଜମ୍ମୁକଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦ୍ଦୁଲା କହିଛନ୍ତି, ପବିତ୍ର ହିମଲିଙ୍ଗ କେତେ ଦିନ ରହିବ, ଏହାକୁ ମଣିଷ ସ୍ଥିର କରିପାରିବନି। କାରଣ ଏହା ପ୍ରକୃତି ଓ ଭଗବାନ ଦେଇଛନ୍ତି। ଏଥର ୬ ଦିନ ରହିଲା ହିମଲିଙ୍ଗ। ଅମରନାଥ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସଂଖ୍ୟାକୁ ନେଇ ପୂର୍ବରୁ ସୁପ୍ରିମକୋର୍ଟ ସୀମା ନିର୍ଧାରଣ କରିଛନ୍ତି। ଆଉ ଏହି ସଂଖ୍ୟାର ସୀମାକୁ ଅନୁପାଳନ କରିବା ଅମରନାଥ ଭକ୍ତ ବୋର୍ଡର ଦାୟିତ୍ୱ। ଅନେକ ଥର ବିନା ପଞ୍ଜୀକରଣରେ ଦର୍ଶନ ଲାଗି ଶ୍ରଦ୍ଧାଳୁ ପହଞ୍ଚିଯାଉଛନ୍ତି। ସେଥିଲାଗି ଯାତ୍ରୀଙ୍କ ସଂଖ୍ୟା ଓ ଯାତ୍ରା ପ୍ରବନ୍ଧନ ସହ ଜଡ଼ିତ ମାମଲାକୁ ବୋର୍ଡ ଧ୍ୟାନ ଦେବା ଜରୁରୀ। ଦୁଇ ଦଶନ୍ଧି ତଳେ ସର୍ବାଧିକ ଲକ୍ଷେ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିପାରୁଥିଲେ। ଆଉ ସୁବିଧା ବଢ଼ିବାକୁ ତାଳ ଦେଇ ୨୦୦୩ରେ ୧ଲକ୍ଷ୭୦ହଜାରକୁ ବୃଦ୍ଧି ପାଇଥିଲା ଶ୍ରଦ୍ଧାଳୁ ସଂଖ୍ୟା। ୨୦୧୧ ଓ ୨୦୧୨ରେ ଏହି ସଂଖ୍ୟା ୬ଲକ୍ଷକୁ ଟପିଗଲା। ୨୦୧୬ରେ ଯେବେ ଆତଙ୍କବାଦୀ ବୁରହାନ ବାନି ମଲା, ଶ୍ରଦ୍ଧାଳୁଙ୍କ ସଂଖ୍ୟା ଅଢ଼େଇ ଲକ୍ଷରୁ କମ ହୋଇଗଲା। ୨୦୨୨ ପରେ ପୁଣି ଶ୍ରଦ୍ଧାଳୁଙ୍କ ସଂଖ୍ୟା ବଢ଼ିଛି। ଗଲା ବର୍ଷ ୪ଲକ୍ଷ ୧୦ହଜାର ଯାତ୍ରୀ ଅମରନାଥ ଯାତ୍ରା କରିଥିଲେ। ୫ ଦିନରେ ଅନ୍ତର୍ଦ୍ଧାନ ହୋଇଗଲେ ବାବା ବରଫାନି। ସେପଟେ ଦର୍ଶନ ଲାଗି ଧାଡ଼ିରେ ୩ ଲକ୍ଷ ଯାତ୍ରୀ। ୫୭ ଦିନ ଯାଏ ଜାରି ଯାତ୍ରାରେ ଶ୍ରଦ୍ଧାଳୁ ତାହେଲେ କାହାକୁ ଆସି ଦର୍ଶନ କରିବେ। ୫ ଦିନରେ ତ ବାବାଙ୍କ ହିମଲିଙ୍ଗ ତରଳିଗଲାଣି। ପ୍ରକୃତିକୁ ବାଜିରେ ଲଗାଇ ଅନ୍ୟାନ୍ୟ ସୁବିଧା ଓ ବିକାଶର ବିସ୍ତାରକୁ ଦାୟୀ କରାଯାଉଛି। ଦଶକ ତଳେ ଅମରନାଥ ଯାତ୍ରା ଏତେ ସହଜ ନଥିଲା। ହେଲେ ଏହା ପରେ ସୁବିଧା ନାଁରେ ଅମରନାଥ ଯାତ୍ରାର ମାର୍ଗକ ବିକାଶ ପହଞ୍ଚିବାରେ ଲାଗିଲା। ଗୁମ୍ଫା ଯାଏ ପହଞ୍ଚିବାକୁ ରାସ୍ତା ଚଉଡ଼ା କରାଗଲା। ଯାତ୍ରା ମାର୍ଗରେ ଅସ୍ଥାୟୀ ଟେଣ୍ଟ ଓ ଦୋକାନ ଗଢ଼ିଉଠିଲା। ଯେଉଁ ଲଙ୍ଗର ବ୍ୟବସ୍ଥା ଚାଲୁଥିଲା, ତାହା ଗୁମ୍ଫାର ନିକଟ ଯାଏ ପହଞ୍ଚିଗଲାଣି। ଏତିକିରେ ବିକାଶ ଅଟକିନି। ନିକଟରେ ଅମରନାଥ ଯାତ୍ରା ପାଇଁ ରୋପଓ୍ୱେ ପ୍ରୋଜେକ୍ଚକୁ ବି ମଞ୍ଜୁରୀ ଦିଆଯାଇଛି। ଏହା ସହ ଶେଷନାଗ ଓ ପଞ୍ଜତରଣି ଭିତରେ ସୁଡ଼ଙ୍ଗ କରିବାର ଚର୍ଚ୍ଚା ବି ହେଉଛି। ହେଲେ ଏଭଳି ବିକାଶ ନାଁରେ ଅମରନାଥ ଗୁମ୍ଫାର ଆଖପାଖ ପ୍ରକୃତି ପ୍ରଭାବିତ ହେଉଛି କି। ଜୁନ୍ ୨୯ରେ ଅମରନାଥ ଗୁମ୍ଫାର ପ୍ରଥମ ପୂଜା ହେବା ବେଳେ ଶିବଲିଙ୍ଗର ଆକାର ୧୨ ଫୁଟ ଥିଲା। ଜୁଲାଇ ୩ରୁ ଅମରନାଥ ଯାତ୍ରା ଆରମ୍ଭ ହେଲା। ପ୍ରାୟ ୧୮ହଜାର ଫୁଟ ଉଚ୍ଚରେ ଥିବା ଅମରନାଥ ଗୁମ୍ଫାରେ ତାପମାତ୍ରା ଦ୍ରୁତ ଗତିରେ ବଢୁଛି। ୧୦ ବର୍ଷ ତଳେ ଅମରନାଥ ଯାତ୍ରୀ ନିଜ ସାଙ୍ଗରେ ଥର୍ମାଲ କପଡ଼ା, ଫୁଲ ସ୍ଲିଭ ଜ୍ୟାକେଟ, ଭାରି ଜୋତା, ଟୋପି ପିନ୍ଧିକି ଯାଉଥିଲେ। ପୁରା ଏରିଆ ବରଫରେ ଘୋଡ଼େଇ ହେଉଥିଲା। ଆଉ ଏବେ ତ ଥଣ୍ଡା ନଥିବାରୁ ଲୋକେ ବିନା ଗରମ ପୋଷାକରେ ଯାତ୍ରା କରୁଛନ୍ତି।
