ଝିଅର ପ୍ରେମବିବାହକୁ ବିରୋଧ- ଗୁଳି କରି ଶବକୁ ସୁଟକେସରେ ଫିଙ୍ଗିଦେଇଥିଲେ
ଆୟୁଷି ଅକ୍ଟୋବର ୧୩, ୨୦୨୨ରେ ନିଜ ପ୍ରେମିକ ରାଜସ୍ଥାନ ଭରତପୁରର ଛତ୍ରପାଲ ଗୁର୍ଜରଙ୍କ ସହ ଦିଲ୍ଲୀର ଆର୍ଯ୍ୟସମାଜ ମନ୍ଦିରରେ ପ୍ରେମ ବିବାହ କରିଥିଲେ। ଯିଏ ଅନ୍ୟ ଜାତିର ଥିଲେ। ଆୟୁଷି ୨୦୨୨ରେ ଗ୍ଲୋବାଲ କଲେଜରୁ ବିସିଏ କରିଥିଲେ। ସେ ନିଟ୍ ପରୀକ୍ଷା ବି ପାସ୍ କରିଥିଲେ।

ମଥୁରାର ଚର୍ଚ୍ଚିତ ଆୟୁଷି ଯାଦବ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ଦମ୍ପତ୍ତିଙ୍କୁ ଆଜୀବନ କାରାଦଣ୍ଡର ସଜ୍ଜା ଦେଇଛନ୍ତି ଅଦାଲତ। ୪ ବର୍ଷ ପୂର୍ବରୁ ଯମୁନା ଏକ୍ସପ୍ରେସଓ୍ୱେ ଉପରେ ସୁଟକେସରେ ଯୁବତୀଙ୍କ ଶବ ମିଳିଥିଲା। ଆଉ ଏହାକୁ ନେଇ ସବୁଠି ଚର୍ଚ୍ଚା ହୋଇଥିଲା। ପ୍ରେମବିବାହରେ କ୍ଷୁବ୍ଧ ଝିଅକୁ ଗୁଳି କରି ହତ୍ୟା କରିଦେଇଥିଲେ ବାପା ମାଆ। ଯମୁନା ଏକ୍ସପ୍ରେସଓ୍ୱେରେ ଏକ ସୁଟକେସରେ ଶବକୁ ଭର୍ତ୍ତି କରି ଫିଙ୍ଗିଦେଇଥିଲେ। ନଭେମ୍ୱର ୧୮, ୨୦୨୨। ଯମୁନା ଏକ୍ସପ୍ରେସଓ୍ୱେର ଲିଂକ ରୋଡରେ କୃଷି ଅନୁସନ୍ଧାନ କେନ୍ଦ୍ର ପାଖରେ ଏକ ନାଲି ରଙ୍ଗର ସୁଟକେସରେ ୨୧ ବର୍ଷୀୟ ଯୁବତୀର ଶବ ଜବତ ହୋଇଥିଲା। ଶବର ହାତ,ଗୋଡ଼ ଓ ଶରୀରରେ ଅନେକ କ୍ଷତ ଚିହ୍ନ ଥିଲା। ନଭେମ୍ୱର ୨୧ରେ ମୃତକଙ୍କ ପରିଚୟ ଆୟୁଷି ଯାଦବ ବୋଲି ଜଣାପଡ଼ିଥିଲା। ପୁଲିସ ଏ ମାମଲାରେ ଆୟୁଷିଙ୍କ ବାପା ନିତେଶ ଯାଦବ ଓ ମାଆ ବୃଜବାଲାଙ୍କୁ ଗିରଫ କରିଥିଲା। ତଦନ୍ତରେ ଜଣାପଡ଼ିଥିଲା, ଆୟୁଷି ଅକ୍ଟୋବର ୧୩, ୨୦୨୨ରେ ନିଜ ପ୍ରେମିକ ରାଜସ୍ଥାନ ଭରତପୁରର ଛତ୍ରପାଲ ଗୁର୍ଜରଙ୍କ ସହ ଦିଲ୍ଲୀର ଆର୍ଯ୍ୟସମାଜ ମନ୍ଦିରରେ ପ୍ରେମ ବିବାହ କରିଥିଲେ। ଯିଏ ଅନ୍ୟ ଜାତିର ଥିଲେ। ଆୟୁଷି ୨୦୨୨ରେ ଗ୍ଲୋବାଲ କଲେଜରୁ ବିସିଏ କରିଥିଲେ। ସେ ନିଟ୍ ପରୀକ୍ଷା ବି ପାସ୍ କରିଥିଲେ। କିନ୍ତୁ କାଉନସିଲିଂରେ ସାମିଲ୍ ହୋଇନଥିଲେ। ଏ ବିବାହରେ କ୍ଷୁବ୍ଧ ଥିଲେ ବାପା ମାଆ। ବାପା ନିତେଶ ଯାଦବ ନିଜ ଲାଇସେନ୍ସ ରିଭଲଭରରେ ଗୁଳି କରି ଆୟୁଷିଙ୍କୁ ଘରେ ହତ୍ୟା କରିଦେଲେ। ଶବକୁ ଟ୍ରଲି ବ୍ୟାଗରେ ରଖି ମଥୁରାର ଯମୁନା ଏକ୍ସପ୍ରେସ ଓ୍ୱରେ ଫିଙ୍ଗିଦେଇଥିଲେ। ଉଭୟଙ୍କୁ ଏବେ ଅଦାଲତ ଆଜୀବନ କାରାଦଣ୍ଡର ସଜ୍ଜା ଶୁଣାଇଛନ୍ତି। ଉଭୟଙ୍କ ଉପରେ ୧୩ହଜାର ଟଙ୍କାର ଜରିମାନା ଦଣ୍ଡ ବି ଲଗାଯାଇଛି। ପୁରା ଘଟଣା ପଛରେ ଅନରକିଲିଂ ହିଁ ଥିଲା।
