Arun Sahoo Target ECI:SIRକୁ ନେଇ ବର୍ଷିଲେ ଅରୁଣ ସାହୁ
SIR ପ୍ରକ୍ରିୟାକୁ ନେଇ ECI ଉପରେ ପ୍ରଶ୍ନ ଉଠାଇଲେ ନୟାଗଡ଼ ବିଧାୟକ ଅରୁଣ ସାହୁ। ଭୋଟର ତାଲିକାରୁ ନାମ ବାଦ ଓ ପୁନଃ ଯୋଡ଼ା ପ୍ରକ୍ରିୟା ସମ୍ପର୍କରେ ସେ ଚିନ୍ତା ପ୍ରକାଶ କରିଛନ୍ତି। ଏହାସହ BJD ଓ ନବୀନ ପଟ୍ଟନାୟକଙ୍କୁ ନେଇ ମଧ୍ୟ ସେ ନିଜର ମତ ରଖିଛନ୍ତି।
SIR ପ୍ରକ୍ରିୟାକୁ ନେଇ ନିର୍ବାଚନ କମିଶନଙ୍କ ଉପରେ ବର୍ଷିଲେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ । ତାଙ୍କ ଅଭିଯୋଗ ଅନୁସାରେ, SIR ନାଁରେ ଦେଶର ପ୍ରାୟ ୧୩ କୋଟି ଲୋକଙ୍କ ନାମ ଭୋଟର ତାଲିକାରୁ ବାଦ ପଡ଼ିଛି | ଦେଶର ନାଗରିକମାନେ ଦେଶରେ ରହି ବିଭିନ୍ନ ସୁବିଧା ପାଇପାରିବେ, କିନ୍ତୁ ଭୋଟ ଦେଇପାରିବେ ନାହିଁ | ଏହା ଗଣତାନ୍ତ୍ରିକ ବ୍ୟବସ୍ଥା ପାଇଁ ପ୍ରଶ୍ନ ସୃଷ୍ଟି କରୁଛି ବୋଲି ସେ କହିଛନ୍ତି | SIRକୁ ନେଇ ବିଭିନ୍ନ ରାଜନୈତିକ ଦଳ, ଗଣସଂଗଠନ, ଛାତ୍ର ସଂଗଠନ ଓ GEN-Z ପକ୍ଷରୁ ପ୍ରତିବାଦ ହୋଇଥିବା ଦାବି କରିଛନ୍ତି ଅରୁଣ ସାହୁ | ନିର୍ବାଚନ କମିଶନ ଯଦି କୌଣସି ଭୁଲ କରିନାହାନ୍ତି, ତେବେ SIR ତାଲିକାରୁ ବାଦ ପଡ଼ିଥିବା ନାମକୁ ପୁଣି ଯୋଡ଼ିବା ପାଇଁ ପ୍ରକ୍ରିୟା କାହିଁକି ଆରମ୍ଭ ହୋଇଛି ବୋଲି ସେ ପ୍ରଶ୍ନ କରିଛନ୍ତି | ଅନ୍ୟପଟେ ଓଡ଼ିଶାର ରାଜନୈତିକ ସମୀକରଣ ନେଇ ମଧ୍ୟ ବଡ଼ ଦାବି କରିଛନ୍ତି ବିଧାୟକ | ଓଡ଼ିଶାବାସୀଙ୍କ ମଧ୍ୟରେ ବିଜେଡି ପ୍ରତି ସ୍ନେହ, ଶ୍ରଦ୍ଧା ଓ ଆସ୍ଥା ବଢ଼ୁଥିବା ସେ କହିଛନ୍ତି | ଲୋକେ ପୁଣି ବିଜେଡି ଉପରେ ଭରସା କରିବେ ବୋଲି ଅରୁଣ ସାହୁ ଦାବି କରିଛନ୍ତି। ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ମଧ୍ୟ ବଢ଼ୁଥିବା ସେ କହିଛନ୍ତି | କୋଭିଡ ସମୟର ମେଡିସିନ କ୍ରୟକୁ ନେଇ ଉଠିଥିବା ଦୁର୍ନୀତି ଅଭିଯୋଗ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଅରୁଣ ସାହୁ। ଯଦି ଦୁର୍ନୀତି ହୋଇଛି, ତେବେ ବର୍ତ୍ତମାନର ଶାସକ ଦଳ କ୍ଷମତାରେ ଥିବାରୁ ଆଇନ ଅନୁଯାୟୀ ଆକ୍ସନ ନେଉ ବୋଲି ସେ କହିଛନ୍ତି।
