Arnab Cyclone Alert:ବାତ୍ୟା ଅର୍ଣ୍ଣବକୁ ନେଇ ସଜାଗ ଗଞ୍ଜାମ ପ୍ରଶାସନ
ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବକୁ ନେଇ ଗଞ୍ଜାମ ଜିଲ୍ଲାରେ ପ୍ରସ୍ତୁତି ଜୋରଦାର ହୋଇଛି। ଗୋପାଳପୁର ବାତ୍ୟା ଆଶ୍ରୟସ୍ଥଳୀରେ ଔଷଧଠାରୁ ଆରମ୍ଭ କରି ଯୋଗାଯୋଗ ଉପକରଣ ପର୍ଯ୍ୟନ୍ତ ସବୁ ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଜିଲ୍ଲାପାଳ।
ଗଞ୍ଜାମ: ବାତ୍ୟା ଅର୍ଣ୍ଣବକୁ ନେଇ ସଜାଗ ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ବାତ୍ୟାର ମୁକାବିଲା ଏବଂ ଜରୁରୀ ପରିସ୍ଥିତିରେ ଲୋକଙ୍କୁ ସୁରକ୍ଷିତ ରଖିବା ଲାଗି ଆଶ୍ରୟସ୍ଥଳୀଗୁଡ଼ିକରେ ଥିବା ବ୍ୟବସ୍ଥାର ଯାଞ୍ଚ ଆରମ୍ଭ ହୋଇଛି। ଏହି କ୍ରମରେ ଆଜି ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତୀ ଭାସନ ଗୋପାଳପୁରସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଛନ୍ତି। ସେଠାରେ ଲୋକଙ୍କ ରହିବା ବ୍ୟବସ୍ଥା ସହ ଜରୁରୀ ସାମଗ୍ରୀର ଉପଲବ୍ଧତା ଓ କାର୍ଯ୍ୟକ୍ଷମ ସ୍ଥିତିକୁ ନିଜେ ତଦାରଖ କରିଛନ୍ତି। ଆଶ୍ରୟସ୍ଥଳୀରେ ଗଚ୍ଛିତ ଔଷଧ, ଡାକବାଜି ଯନ୍ତ୍ର, ଆସିକା ଲାଇଟ୍ ସମେତ ଅନ୍ୟାନ୍ୟ ଆବଶ୍ୟକୀୟ ସରଞ୍ଜାମର ସ୍ଥିତି ଯାଞ୍ଚ କରିଛନ୍ତି ଜିଲ୍ଲାପାଳ। ବାତ୍ୟା ସମୟରେ ଉଦ୍ଧାର କାର୍ଯ୍ୟ, ଲୋକଙ୍କୁ ସତର୍କ ସୂଚନା ପ୍ରଦାନ ଏବଂ ଆଶ୍ରୟସ୍ଥଳୀରେ ରହିବା ବ୍ୟବସ୍ଥାରେ ଯେପରି କୌଣସି ଅସୁବିଧା ନହୁଏ, ସେଥିପ୍ରତି ପ୍ରଶାସନ ଗୁରୁତ୍ୱ ଦେଉଛି। ଗୋପାଳପୁର ଆଶ୍ରୟସ୍ଥଳୀ ପରିଦର୍ଶନ ପରେ ଜିଲ୍ଲାର ଅନ୍ୟ ବାତ୍ୟା ଆଶ୍ରୟସ୍ଥଳୀଗୁଡ଼ିକୁ ମଧ୍ୟ ଜିଲ୍ଲାପାଳ ଯାଇ ସେଠାକାର ପ୍ରସ୍ତୁତି ଯାଞ୍ଚ କରିବାର କାର୍ଯ୍ୟକ୍ରମ ରହିଛି। ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲାରେ ପ୍ରସ୍ତୁତିକୁ ଆହୁରି ସୁଦୃଢ଼ କରିବା ଉପରେ ପ୍ରଶାସନ ଧ୍ୟାନ ଦେଉଛି।
