APAAR ID- ଅଭିଭାବକଙ୍କୁ ନାହିଁ କରିବାର ବିକଳ୍ପ ଦିଅ
ସ୍କିମ୍ ବ୍ୟବହାରରେ ଛାତ୍ରଙ୍କୁ ଆଧାର କାର୍ଡ କରିବାକୁ ବାଧ୍ୟ କରାଯାଉଛି। ଏଥିରେ ପିଲାଙ୍କ ପ୍ରାଇଭେସି ବା ଗୋପନୀୟତା ତଥା ବ୍ୟକ୍ତିଗତ ଡାଟାର ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନବାଚୀ ଛିଡ଼ା କରୁଛି।ଯେତେବେଳେ ସୁପ୍ରିମକୋର୍ଟ ଜାଣିଲେ ଯେ, ଏହି ଆଦେଶକୁ କେହି ଚ୍ୟାଲେଞ୍ଜ୍ କରିନାହାନ୍ତି। ଏହା ପରେ ଖଣ୍ଡପୀଠ କହିଛନ୍ତି, ସିବିଏସଇ ପୁରା ଦେଶରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଲାଗୁ କରିବ। ଏହା ସହ ଗୋପନୀୟତା ଓ ଡାଟା ସୁରକ୍ଷା ସମ୍ୱନ୍ଧୀୟ ଚିନ୍ତା ଉପରେ ବି ବିଚାର କରିବାକୁ ପଡ଼ିବ।

ପୁରା ଦେଶରେ ଲାଗୁ କର ଓଡ଼ିଶା ହାଇକୋର୍ଟଙ୍କ ଆଦେଶ। ସିବିଏସଇକୁ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ। ଅପାର ଆଇଡି ସ୍କିମକୁ ନେଇ ସୁପ୍ରିମକୋର୍ଟଙ୍କ ନିର୍ଦେଶ। ଏହି ସ୍କିମ ଲାଗୁ ହେଲେ ଅଭିଭାବକଙ୍କୁ ନା କହିବାର ବିକଳ୍ପ ମିଳିବ। ଅପାର ଆଇଡି। ଅର୍ଥାତ APAAR (ଅଟୋମେଟେଡ ପର୍ମାନେଣ୍ଟ ଏକାଡେମିକ ଆକାଉଣ୍ଟ ରେଜିଷ୍ଟ୍ରି) ID ପାଇଁ ବ୍ୟବହାର ହେବାକୁ ଥିବା ମଡେଲକୁ ସହମତି ବା କନସେଣ୍ଟ ଫର୍ମରେ ପୁରା ଦେଶରେ ଲାଗୁ କର। ଫଳରେ ଅଭିଭାବକଙ୍କୁ (Opt-Out)ର ସୁଯୋଗ ମିଳିବ। ଯିଏ ଏହି ସ୍କିମରେ ସାମିଲ ହେବାକୁ ଚାହୁଁନଥିବେ, ସେମାନଙ୍କ ପାଖରେ ବିକଳ୍ପ ରହିପାରିବ। APAAR ID ଯୋଜନାର ସାମ୍ୱିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ପଡ଼ିଥିବା ପିଟିସନର ଶୁଣାଣୀ କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲା ବାଗଚି ଓ ଜଷ୍ଟିସ ବି ମୋହନଙ୍କ ଖଣ୍ଡପୀଠ। ଆବେଦନରେ କୁହାଯାଇଥିଲା- ଏହି ସ୍କିମ୍ ବ୍ୟବହାରରେ ଛାତ୍ରଙ୍କୁ ଆଧାର କାର୍ଡ କରିବାକୁ ବାଧ୍ୟ କରାଯାଉଛି। ଏଥିରେ ପିଲାଙ୍କ ପ୍ରାଇଭେସି ବା ଗୋପନୀୟତା ତଥା ବ୍ୟକ୍ତିଗତ ଡାଟାର ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନବାଚୀ ଛିଡ଼ା କରୁଛି। ଆବେଦନକାରୀଙ୍କ ଓକିଲ ଇନ୍ଦିରା ଜୟସିଂ କହିଥିଲେ, ସରକାର ଯଦିଓ ଅପାର ଯୋଜନାକୁ ଭଲ୍ୟୁଣ୍ଟାରି ବୋଲି କହୁଛନ୍ତି। କିନ୍ତୁ ବାସ୍ତବରେ ଅପାର ଆଇଡି ଆଧାର ସହ ଜଡ଼ିତ ଅଛି। ଆଉ ପରୀକ୍ଷାରେ ବସିବାକୁ ହେଲେ ଅନେକ ସ୍କୁଲ ଏହାକୁ ଅନିର୍ବାର୍ଯ୍ୟ କରୁଛନ୍ତି। ଶିକ୍ଷା ହେଉଛି ସାମ୍ୱିଧାନିକ ଅଧିକାର। ଏହାକୁ ଆଧାର ବା ଅପାର ଆଇଡି ସହ ଯୋଡ଼ାଯାଇପାରିବନି। ଏପରିକି ସହମତି ଫର୍ମରେ ଅଭିଭାବକଙ୍କୁ ମନା କରିବାର ବିକଳ୍ପ ବି ଦିଆଯାଇନି। ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ଅଧିନିୟମ, ୨୦୨୩ (DPDP Act) ର ନଜିର ଦେଇ ଇନ୍ଦିରା କହିଥିଲେ, ସହମତି ପ୍ରତ୍ୟାହାର କରିବାର ଅଧିକାର ଓ ପିଲାଙ୍କ ତଥ୍ୟ ସୁରକ୍ଷା ସୁନିଶ୍ଚିତ ହେବା ଜରୁରୀ। ଅବଶ୍ୟ ଯୋଜନାର ଉଦ୍ଦେଶ୍ୟକୁ ସମର୍ଥନ କରିଛନ୍ତି ପ୍ରଧାନ ବିଚାରପତି। ଏହା ଛାତ୍ରଛାତ୍ରୀଙ୍କ ଲାଗି ଏକ ୟୁନିକ୍ ଏକାଡେମିକ ଆଇଡି ହେବା ଶିକ୍ଷାବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ ଢଙ୍ଗରେ ସଞ୍ଚାଳନରେ ସାହାଯ୍ୟ କରିବ। ଏହା ଛାତ୍ରଙ୍କ ରେକର୍ଡ ରଖିବା, ଶିକ୍ଷକ-ଛାତ୍ର ଅନୁପାତର ଅନୁଧ୍ୟାନ କରିବାରେ ଉପଯୋଗୀ ସାଜିବ। ଦେଶରେ ସବୁ କଥାକୁ ସନ୍ଦେହ ନଜରରେ ଦେଖିବା ଅନୁଚିତ। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଅଟେ। ହେଲେ ଇନ୍ଦିରା ୨୦୨୫ ଡିସେମ୍ୱର ଓଡ଼ିଶା ହାଇକୋର୍ଟଙ୍କ ଏକ ନିଷ୍ପତ୍ତିର ନଜିର ଦେଇଥିଲେ। ଯେଉଁଠି ଅପାର ସହମତି ଫର୍ମରେ ଅଭିଭାବକଙ୍କୁ ସହମତି ଦେବାକୁ ମନା କରିବା ବା ଯୋଜନାରୁ ବାହାରିବାର ସ୍ପଷ୍ଟ ବିକଳ୍ପ ଯୋଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଥିଲାଗି ଏହି ଆଦେଶକୁ ପୁରା ଦେଶରେ ଲାଗୁ କରାଯାଉ। ଯେତେବେଳେ ସୁପ୍ରିମକୋର୍ଟ ଜାଣିଲେ ଯେ, ଏହି ଆଦେଶକୁ କେହି ଚ୍ୟାଲେଞ୍ଜ୍ କରିନାହାନ୍ତି। ଏହା ପରେ ଖଣ୍ଡପୀଠ କହିଛନ୍ତି, ସିବିଏସଇ ପୁରା ଦେଶରେ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଲାଗୁ କରିବ। ଏହା ସହ ଗୋପନୀୟତା ଓ ଡାଟା ସୁରକ୍ଷା ସମ୍ୱନ୍ଧୀୟ ଚିନ୍ତା ଉପରେ ବି ବିଚାର କରିବାକୁ ପଡ଼ିବ। ଜୁଲାଇ ୨୯, ୨୦୨୩। ଓ୍ୱାନ ଷ୍ଟୁଡେଣ୍ଟ, ଓ୍ୱାନ ୟୁନିକ ଆଇଡି ଆଧାରରେ ଅପାର ଯୋଜନାର ଶୁଭାରମ୍ଭ କରିଥିଲେ କେନ୍ଦ୍ର ସରକାର। ପ୍ରତି ଛାତ୍ରଙ୍କୁ ଆଧାର ସହ ଜଡ଼ିତ ଏକ ସ୍ଥାୟୀ ଡିଜିଟାଲ ଏକାଡେମିକ ପରିଚୟପତ୍ର ଦେବା ଏହାର ଉଦ୍ଦେଶ୍ୟ। ଯାହା ଦ୍ୱାରା ପିଲାଙ୍କ ଶିକ୍ଷାଗତ ଯୋଗ୍ୟତାର ରେକର୍ଡସ ଓ ଉପଲବ୍ଧି ଜୀବନତମାମ ଡିଜିଟାଲ ରୂପରେ ସୁରକ୍ଷିତ ଓ ଏକୀକୃତ ରେକର୍ଡ ଭାବେ ରଖାଯାଇପାରିବ। ହେଲେ ଆବେଦନକାରୀଙ୍କ କହିବା କଥା, ଆଧାର ସହ ଜଡିତ ଆଜୀବନ ଏକାଡେମିକ ପରିଚୟ ଓ ତାହା ସହ ସମ୍ୱନ୍ଧିତ ଡାଟା ପ୍ରୋସେସିଂ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ଅଧିକାର, ଶିକ୍ଷା ଅଧିକାର ତଥା ସମ୍ୱିଧାନର ଅନୁଛେଦ ୧୪,୧୯,୨୧ ଓ ୨୧ଏ ର ଉଲ୍ଲଂଘନ କରୁଛି। ଅପାରରେ ସାମିଲ ହେଉନଥିବା ପିଲାଙ୍କ ସହ କୌଣସି ପ୍ରକାର ଭେଦଭାବ ଯେଭଳି ନ ହେଉ। ସେମାନଙ୍କୁ ଏଣ୍ଟ୍ରାନ୍ସ, ପରୀକ୍ଷା, ପ୍ରମାଣପତ୍ରରୁ ବଞ୍ଚିତ କରାନଯାଉ।
