Antilia Bomb Scare:ଏଣ୍ଟିଲିଆ ବୋମାକାଣ୍ଡରେ ସଚିନଙ୍କୁ ଜାମିନ- ଚାଲେଞ୍ଜ କଲା ଏନଆଇଏ
ଏଭଳି ଶୁଣାଣୀରୁ ଓହରିବାରେ ଏହା ଦ୍ୱିତୀୟ ଥର ହେଲା। ପୂର୍ବରୁ ଜଷ୍ଟିସ ଏସଭି କୋତଓ୍ୱାଲ ବି ଏନଆଇଏ ପିଟିସନର ଶୁଣାଣୀରୁ ଓହରିଯାଇଥିଲେ। ଏବେ ବମ୍ୱେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏନଆଇଏ ଅନୁରୋଧ କରିଛି, ଏ ମାମଲାକୁ ଅନ୍ୟ ବେଞ୍ଚକୁ ଦିଆଯାଉ। ସଚିନ ଓ୍ୱାଜେଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ସସର୍ତ୍ତ ଜାମିନ ଦେଇଥିଲେ ଗତକାଲି ଏନଆଇଏ କୋର୍ଟ।

ଅମ୍ୱାନୀଙ୍କ ଆଣ୍ଟାଲିଆ କେସରେ ପୁଲିସ ଅଫିସର ସଚିନ ଓ୍ୱାଜେଙ୍କ ମାମଲା ଶୁଣାଣୀରୁ ଓହରିଲେ ବିଚାରପତି। ସଚିନ ଓ୍ୱାଜେଙ୍କୁ ମିଳିଥିବା ଜାମିନ ବିରୁଦ୍ଧରେ ଏନଆଇଏ ଏହାକୁ ବମ୍ୱେ ହାଇକୋର୍ଟରେ ଚାଲେଞ୍ଜ କରିଥିଲା। ହେଲେ ଜଷ୍ଟିସ ଭାରତୀ ଡାଙ୍ଗରେଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏ ମାମଲା ଶୁଣାଣୀରୁ ଓହରିଯାଇଛନ୍ତି। ଏଭଳି ଶୁଣାଣୀରୁ ଓହରିବାରେ ଏହା ଦ୍ୱିତୀୟ ଥର ହେଲା। ପୂର୍ବରୁ ଜଷ୍ଟିସ ଏସଭି କୋତଓ୍ୱାଲ ବି ଏନଆଇଏ ପିଟିସନର ଶୁଣାଣୀରୁ ଓହରିଯାଇଥିଲେ। ଏବେ ବମ୍ୱେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଏନଆଇଏ ଅନୁରୋଧ କରିଛି, ଏ ମାମଲାକୁ ଅନ୍ୟ ବେଞ୍ଚକୁ ଦିଆଯାଉ। ଗତ କାଲି ଅର୍ଥାତି ସେପ୍ଟେମ୍ୱର ୨୯ରେ ମୁମ୍ୱାଇର ଏନଆଇଏ କୋର୍ଟ ଆଣ୍ଟିଲିଆ ବୋମା ଧମକ ଓ ମନସୁଖ ହିରେନ ହତ୍ୟା ମାମଲାରେ ଚାକିରୀରୁ ବରଖାସ୍ତ ଅଧିକାରୀ ସଚିନ ଓ୍ୱାଜେଙ୍କୁ ୧ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ସସର୍ତ୍ତ ଜାମିନ ଦେଇଥିଲେ। ସଚିନଙ୍କ ଆତଯାତ ଉପରେ କଡ଼ା ପ୍ରତିବନ୍ଧକ ଲଗାଇଛନ୍ତି ଓ ମୁମ୍ୱାଇ ସମେତ ୫ ଜିଲ୍ଲାରେ ତାଙ୍କ ପ୍ରବେଶ ଉପରେ ରୋକ୍ ବି ଲଗାଇଛନ୍ତି। ଏନଆଇଏର ସ୍ୱତନ୍ତ୍ର ଅଦାଲତର ବିଚାରପତି ଜଷ୍ଟିସ ଚକୋର ଏସ.ବାବିସ୍କର କହିଥିଲେ ଯେ, ସଚିନଙ୍କ ବିରୁଦ୍ଧରେ ୟୁଏପିଏ ଆଧାରରେ ଆତଙ୍କବାଦି ଗତିବିଧିର ପ୍ରଥମ ଦୃଷ୍ଟତା ମାମଲା ପ୍ରମାଣିତ କରିବାରେ ବିଫଳ ହୋଇଛି ତଦନ୍ତ ଏଜେନ୍ସି। ଏମିତି କୌଣସି ପର୍ଯ୍ୟାପ୍ତ ପ୍ରମାଣ ବି ନାହିଁ, ଯେଉଁଥିରୁ ଅମ୍ୱାନୀ ପରିବାର ଏ ଘଟଣାରେ ଆତଙ୍କିତ ଥିଲେ ବା ତାଙ୍କର ଦୈନନ୍ଦିନ କାର୍ଯ୍ୟକଳାପରେ କୌଣସି ବାଧା ଆସିଥିଲା। ଫେବୃଆରୀ ୨୫, ୨୦୨୧। ଉଦ୍ୟୋଗପତି ମୁକେଶ ଅମ୍ୱାନୀଙ୍କ ଦକ୍ଷିଣ ମୁମ୍ୱାଇସ୍ଥିତ ଏଣ୍ଟିଲିଆ ପାଖରେ ଏକ ଏସୟୁଭି ମିଳିଥିଲା। ଯେଉଁଥିରେ ଜିଲୋଟିନ ଓ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା। ଏହି ଗାଡ଼ି ସହ ଜଡ଼ିତ ବ୍ୟବସାୟୀ ମନସୁଖ ହିରେନଙ୍କ ଶବ ମାର୍ଚ୍ଚ ୫, ୨୦୨୧ରେ ଠାଣେର ଏକ ଖାଇରେ ମିଳିଥିଲା। ଏହି ଦୋହରା ମାମଲାରେ ମାର୍ଚ୍ଚ ୨୦୨୧ରେ ସଚିନ ଓ୍ୱାଜେଙ୍କୁ ପୁଲିସ ଗିରଫ କରିଥିଲା। ଶୁଣାଣୀ ପୁରା କରି ରାୟ ସଂରକ୍ଷିତ ରଖିବା ପରେ ଜଷ୍ଟିସ ଭାରତୀ ଡାଙ୍ଗରେ ଓ ଜଷ୍ଟିସ ମଞ୍ଜୁଷା ଦେଶପାଣ୍ଡେଙ୍କ ଖଣ୍ଡପୀଠ ଏହି ମାମଲାରେ ଆଗକୁ ଶୁଣାଣୀ ବା ଆଦେଶ ପାରିତ କରିବା ଆଗରୁ ଓହରିଯାଇଥିଲେ।
