CJI On Anonymous Complaint: ବିଲ୍ଡରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ସିବିଆଇ (CBI) ତଦନ୍ତ ନିର୍ଦ୍ଦେଶ
ସୁପ୍ରିମକୋର୍ଟରେ ଜଜ ଓ ଓକିଲଙ୍କ ବିରୋଧରେ ଅଜ୍ଞାତ ଅଭିଯୋଗ ନେଇ CJI ସୂର୍ଯ୍ୟକାନ୍ତ ବିଲ୍ଡରଙ୍କୁ କଡା ଭର୍ତ୍ସନା କରିଛନ୍ତି |
ସୁପ୍ରିମକୋର୍ଟରେ ଜର୍ଜଙ୍କ ଆମିକଶ କ୍ୟୁରି ଏବଂ ଓକିଲଙ୍କ ବିରୋଧରେ ବଡ ସଂଖ୍ୟାରେ ଅଭିଯୋଗ ହୋଇଛି | ମୁଖ୍ୟ ବିଚାରପତି ଏହି ଅଭିଯୋଗୁଡିକ ବହୁତ ଗମ୍ଭୀରତାର ସହ ନେଇଥିଲେ | ସୁପ୍ରିମକୋର୍ଟରେ ଅନେକ ରିୟଲଷ୍ଟେଟ କମ୍ପାନୀ ଓ ବିଲ୍ଡର୍ସର ସବସିଡି ଯୋଜନାର ଅପବ୍ୟବହାର ଏବଂ ଘର କ୍ରେତାମାନଙ୍କୁ ଠକିବା ,ପ୍ରୋଜେକ୍ଟରେ ବିଳମ୍ବ କରିବା ଏବଂ ନିବେଶିତ ଟଙ୍କା ଫେରସ୍ତ କରିବାକୁ ମନା କରିବା ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ପରେ ହିଁ ଏହି ଘଟଣା ସାମ୍ନାକୁ ଆସିଛି | ବିଲ୍ଡର୍ସଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ ହେବା ପରେ ଜଜମାନଙ୍କ ବିରୁଦ୍ଧରେ ଅଜ୍ଞାତ ଅଭିଯୋଗ ଆସିବାକୁ ଲାଗିଲା | ଏହାକୁ ନେଇ ସୁପ୍ରିମକୋର୍ଟ ବିଲ୍ଡର୍ସଙ୍କୁ କଡା ଭର୍ତ୍ସନା କରିଥିଲେ | ଚିଫ୍ ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନଙ୍କ ଖଣ୍ଡପୀଠ କହିଛନ୍ତି, “ଏହି ଅଭିଯୋଗଗୁଡ଼ିକ ପଛରେ କିଏ ଅଛନ୍ତି ତାହା ଜାଣିବା ପାଇଁ ଆମେ CBI ତଦନ୍ତର ନିର୍ଦ୍ଦେଶ ଦେବୁ |” CJI ସୂର୍ଯ୍ୟକାନ୍ତ ପଚାରିଥିଲେ, “ଏହି ମାମଲାଗୁଡ଼ିକରେ ବିଲ୍ଡରମାନଙ୍କ ପକ୍ଷରୁ କେଉଁ ଓକିଲମାନେ ପ୍ରତିନିଧିତ୍ୱ କରୁଛନ୍ତି? ଆପଣମାନେ (ବିଲ୍ଡର) ଆମକୁ ଏବେ ଗୁମନାମ ଅଭିଯୋଗ ପଠାଇବା ଆରମ୍ଭ କରିଦେଲେ? ଆପଣମାନେ ଜାଣିନାହାନ୍ତି କି ଆମେ କେତେ କଠୋର ଅଟୁ?” ଭାଟୀଙ୍କ ଆଡ଼କୁ ମୁହଁ କରି CJI କହିଥିଲେ, “ପରବର୍ତ୍ତୀ ଶୁଣାଣି ତାରିଖରେ ଆମେ ଆପଣଙ୍କୁ ଅଭିଯୋଗଗୁଡ଼ିକର ଆଉ ଏକ ସେଟ୍ ଦେବୁ | ଆପଣ ସେଗୁଡ଼ିକର ତଦନ୍ତ କରନ୍ତୁ ଏବଂ ଏହି ଅଭିଯୋଗଗୁଡ଼ିକ ଲେଖିବା ପାଇଁ କିଏ ଦାୟୀ ତାହା ଖୋଜି ବାହାର କରନ୍ତୁ | ଆମର ମତ ହେଉଛି, ଏଥିରୁ ଅଧିକାଂଶ ବିଲ୍ଡର ହୋଇଥିବେ ଏବଂ ନିଶ୍ଚିତ ଭାବେ କିଛି ଓକିଲ ମଧ୍ୟ ଥିବେ, ଯେଉଁମାନେ ସେମାନଙ୍କୁ ଭୁଲ୍ ପରାମର୍ଶ ଦେଇଥିବେ |” ଏପ୍ରିଲ ୨୦୨୫ରେ, ସୁପ୍ରିମକୋର୍ଟ ବିଲ୍ଡର୍ସଙ୍କ ଓ ବ୍ୟାଙ୍କ ଜରିଆରେ ହେଉଥିବା ସବସିଡି ଯୋଜନାର ଅପବ୍ୟବହାର ପାଇଁ CBIକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା | ଭାଟି ପୁରୁଣା ଶୁଣାଣିରେ ତଦନ୍ତ ବିଷୟରେ କହିଥିଲେ CBI ୫୦ଟି FIR ପଞ୍ଜିକୃତ ହୋଇଛି ଏବଂ ତା ମଧ୍ୟରେ ୧୭ଟି ଚାର୍ଟସିଟ ଏବଂ ଏକ କ୍ଲୋଜର ରିପୋର୍ଟ ଦାଖଲ କରାଯାଇଛି | ଭାଟି କହିଥିଲେ କେତେକ ବ୍ୟାଙ୍କ ଅଧିକାରୀ ବିଲ୍ଡର୍ସଙ୍କ ପାଖକୁ ଯାଇ ଓ ତାଙ୍କ ଚାର୍ଟସିଟ ସେମାଙ୍କୁ ଅଭିଯୁକ୍ତ ଭାବରେ ନାମିତ କରାଯାଇଛି , ଏବେ ଏଜେନ୍ସି ତାଙ୍କ ବିରୁଦ୍ଧରେ ଦୁର୍ନୀତି ନିବାରଣ ଆଇନର ବ୍ୟବସ୍ଥା ଲାଗୁ ରହିଛି | CBI ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ,ବ୍ୟାଙ୍କ ଅଫ ଇଣ୍ଡିଆ ,ୟୁକୋ ବ୍ୟାଙ୍କ ,HDFC ବ୍ୟାଙ୍କ ଓ ICICI ବ୍ୟାଙ୍କ ରୁ ବ୍ୟାଙ୍କ ଅଧିକାରୀରଙ୍କ ଉପରେ ମାମଲା ଚଳାଇବା ପାଇଁ ଅନୁମତି ମାଗିଥିଲେ |
