Anganwadi Workers Protest: ୧୦ ଦଫା ଦାବି ନେଇ ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ
୧୦ ଦଫା ଦାବି ପୂରଣ ନେଇ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ବିକ୍ଷୋଭ। ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ର କରିବାକୁ ସଂଘର ଚେତାବନୀ | for 10-Point Demands, Warn of Intensified Stir
ଦୀର୍ଘ ବର୍ଷ ଧରି ରାଜ୍ୟରେ ଶିଶୁ ଓ ମାତୃ ବିକାଶ କ୍ଷେତ୍ରରେ ନିରନ୍ତର ସେବା ଯୋଗାଇ ଆସୁଥିବା ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ନିଜର ବିଭିନ୍ନ ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ୱାର୍କର୍ସ ସଂଘ ପକ୍ଷରୁ ୧୦ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।
ସଂଘର ଅଭିଯୋଗ ଅନୁଯାୟୀ, ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନେ ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବା ସହ ନିଜର ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଆସୁଛନ୍ତି। ହେଲେ ଦାବିଗୁଡ଼ିକ ପ୍ରତି ଆବଶ୍ୟକ ଗୁରୁତ୍ୱ ଦିଆଯାଉନଥିବା ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିସହ ସରକାରଙ୍କ କେତେକ ନୂତନ ନିୟମ ଓ ବିଭାଗୀୟ ଅବ୍ୟବସ୍ଥା ଯୋଗୁଁ କର୍ମୀମାନେ ମାନସିକ ଓ ଆର୍ଥିକ ଚାପରେ ରହୁଥିବା କୁହାଯାଇଛି।
ସଂଘ ପକ୍ଷରୁ ଉଠାଯାଇଥିବା ପ୍ରମୁଖ ଦାବି ମଧ୍ୟରେ ୫୫ ବର୍ଷରୁ ଅଧିକ ବୟସ୍କ ଅଙ୍ଗନବାଡ଼ି କର୍ମୀଙ୍କୁ ବହିଷ୍କାର କରିବା ବନ୍ଦ କରିବା, ପଦୋନ୍ନତି କ୍ଷେତ୍ରରେ ରହିଥିବା ୪୫ ବର୍ଷ ବୟସ ସୀମା ଉଚ୍ଛେଦ କରିବା ଏବଂ ଗତ ୩ ବର୍ଷ ଧରି ବକେୟା ରହିଥିବା ପୋଷକ ରାଶି ପ୍ରଦାନ କରିବା ଆଦି ଦାବି ରହିଛି।
ଏହି ୧୦ ଦଫା ଦାବି ପୂରଣ ନିମନ୍ତେ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ତେବେ ସରକାର ଯଦି ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କ ଦାବି ପ୍ରତି ଶୀଘ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ନକରନ୍ତି, ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।
