ପ୍ରି-କ୍ୱାର୍ଟର ଫାଇନାଲରେ ଆମେରିକା
ଏବେ ୭ ତାରିଖରେ ବେଲଜିୟମ ସହ ଲଢ଼ିବ ଆମେରିକା। ଯଦି ଆମେରିକା ଏହି ମୁକାବିଲା ଜିତେ। ତାହେଲେ ୨୦୦୨ ପରେ ପ୍ରଥମ ଥର ବିଶ୍ୱକପର କ୍ୱାର୍ଟର ଫାଇନାଲରେ ଜାଗା ପକ୍କା କରିବାକୁ ସଫଳ ହେବ।ଅନ୍ତିମ ଅଧଘଣ୍ଟା ୧୦ଜଣ ଖେଳାଳୀଙ୍କୁ ନେଇ ଖେଳିଥିଲା ଆମେରିକା। ଆଉ ୨-୦ରେ ଜିତ୍ ସହ ଲଗାତାର ଚତୁର୍ଥ ଥର ଫିଫା ବିଶ୍ୱକପର ପ୍ରି-କ୍ୱାର୍ଟର ଫାଇନାଲରେ ମାରିଛି ଏଣ୍ଟ୍ରି।

ଫିଫା ବିଶ୍ୱକପ ଇତିହାସରେ କ୍ରମାଗତ ଚତୁର୍ଥ ଥର ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଆମେରିକା। ବୋସନିଆ ଓ ହର୍ଜେଗୋବିନାଙ୍କୁ ୨-୦ରେ ହରାଇ ଆମେରିକା ପହଞ୍ଚିଛି। ଏବେ ୭ ତାରିଖରେ ବେଲଜିୟମ ସହ ଲଢ଼ିବ ଆମେରିକା। ଯଦି ଆମେରିକା ଏହି ମୁକାବିଲା ଜିତେ। ତାହେଲେ ୨୦୦୨ ପରେ ପ୍ରଥମ ଥର ବିଶ୍ୱକପର କ୍ୱାର୍ଟର ଫାଇନାଲରେ ଜାଗା ପକ୍କା କରିବାକୁ ସଫଳ ହେବ। ଆମେରିକା ପାଇଁ ମ୍ୟାଚରେ ପୁରା ଛାଇ ରହିଥିବା ଫୋଲାରିନ ବୋଲୋଗୁନ ଏକ ଗୋଲ୍ କରିଥିଲେ। ବୋସନିଆ ଓ ହର୍ଜେଗୋବିନା ଉପରେ ଲଗାତାର ଆକ୍ରମଣାତ୍ମକ ଖେଳି ଚାପ ସୃଷ୍ଟି କରିଥିବା ବୋଲୋଗୁନଙ୍କୁ ମିଳିଥିଲା ରେଡକାର୍ଡ। ଅନ୍ତିମ ଅଧଘଣ୍ଟା ୧୦ଜଣ ଖେଳାଳୀଙ୍କୁ ନେଇ ଖେଳିଥିଲା ଆମେରିକା। ଆଉ ୨-୦ରେ ଜିତ୍ ସହ ଲଗାତାର ଚତୁର୍ଥ ଥର ଫିଫା ବିଶ୍ୱକପର ପ୍ରି-କ୍ୱାର୍ଟର ଫାଇନାଲରେ ମାରିଛି ଏଣ୍ଟ୍ରି। ରାଉଣ୍ଡ ଅଫ-୩୨ରେ ବୋସନିଆ ଓ ହର୍ଜୋଗୋବିନାକୁ ହରାଇ ଅନ୍ତିମ ୧୬ରେ ଜାଗା ପକ୍କା କରିଛି। ସାନ ଫ୍ରାନସିସ୍କୋରେ ଖେଳାଯାଇଥିବା ଏହି ମ୍ୟାଚରେ ଆମେରିକା ଦମଦାର ପ୍ରଦର୍ଶନ କରିଥିଲା। ଫିଫା ବିଶ୍ୱକପର ନକଆଉଟ ପର୍ଯ୍ୟାୟରେ କୌଣସି ୟୁରୋପୀୟ ଟିମ୍ ବିରୁଦ୍ଧରେ ଆମେରିକାର ଏହା ଦ୍ୱିତୀୟ ଜିତ୍ ଅଟେ। ଏହା ସହ ୟୁରୋପୀୟ ଦେଶ ବିରୁଦ୍ଧରେ ଚାଲିଆସୁଥିବା ୧୨ଟି ମ୍ୟାଚର ହାରର ସ୍ଥିତି ବି ସମାପ୍ତ କରିଦେଇଛି ଆମେରିକା। ଜୁନ୍ ୧୩ ତାରିଖରେ ପାରାଗୁଏକୁ ୪-୧ରେ ହରାଇ ପ୍ରଥମ ଥର ଜିତିଥିଲା ଓପନିଂ ମ୍ୟାଚ। ୩୨ ବର୍ଷ ପରେ ନିଜ ଘରେ ଓପନିଂ ମ୍ୟାଚ୍ ଜିତିବାର କୀର୍ତ୍ତି ରଚିଥିଲା ଆମେରିକା। ପିଫା ବିଶ୍ୱକପ ଟୁର୍ଣ୍ଣାମେଣ୍ଟରେ କେବେ ବି ୩ ଗୋଲରୁ ଅଧିକ ଗୋଲ କରିନଥିଲା ଆମେରିକା। କିନ୍ତୁ ଓପନିଂ ମ୍ୟାଚରେ ପ୍ରଥମାର୍ଦ୍ଧରେ ହିଁ ୩ ଟି ଗୋଲ ଦେଇଥିଲା। ଏହି ମ୍ୟାଚରେ ବି ଫୋଲାରିନ ବାଲୋଗୁନଙ୍କ ଜାଦୁ ଦେଖିବାକୁ ମିଳିଥିଲା।
