୮ ବର୍ଷର ସମ୍ପର୍କ-୨ ମାସର ବିବାହ : ଅଫିସ ପାର୍ଟିରେ ମିଳିଲା ଶବ!
ଶରୀରରେ ଆଘାତର ଚିହ୍ନ ଥିଲା ସତ। ହେଲେ ରକ୍ତର କୌଣସି ଛିଟା ନଥିଲା। ତାଙ୍କୁ ତୁରନ୍ତ ଟ୍ରମାସେଣ୍ଟର ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଆକୃତି ସୁତାର ନିଜ ଅଫିସର ସହକର୍ମୀ ଅରସ୍ତୁ ସିକ୍କାଙ୍କ ସହ ୮ ବର୍ଷ ଧରି ରିଲେସନସିପରେ ଥିଲେ।

ଦିଲ୍ଲୀର ଲୋଧିକଲୋନୀରେ ୨୮ ବର୍ଷର ନବବିବାହିତାଙ୍କ ରହସ୍ୟମୟୀ ମୃତ୍ୟକୁ ନେଇ ପୁଲିସ ହରଡ଼ଘଣାରେ। ପରିବାର ଏହାକୁ ଯୌତୁକଜନିତ ହତ୍ୟାକାଣ୍ଡର ଆରୋପ ଲଦିଥିବା ବେଳେ ପୁଲିସ ବିଭିନ୍ନ ଦିଗକୁ ନେଇ ଖୋଳତାଡ଼ କରୁଛି। ଆତ୍ମହତ୍ୟା ଘଟଣାକୁ ପରିବାର ପ୍ରତ୍ୟାଖ୍ୟାନ କରିଛି। ଆକୃତି ସୁତାରଙ୍କ ବିବାହକୁ କେବଳ ୨ ମାସ ହୋଇଥିଲା। ବିବାହର ଦେଢ଼ ମାସ ପରେ ଅଫିସରେ ପାର୍ଟି ରଖିବାକୁ ଦମ୍ପତ୍ତି କହିଥିଲେ। କିନ୍ତୁ ପାର୍ଟି ପୂର୍ବରୁ ଆକୃତିଙ୍କୁ ହତ୍ୟା କରିଦେଲେ ବୋଲି ତାଙ୍କ ପରିବାର ଅଭିଯୋଗ ବାଢ଼ିଛନ୍ତି। ପୁଷ୍ପବିହାରରେ ରହୁଥିବା ଆକୃତି ଶନିବାର ସଂଧ୍ୟାରେ ଦିଲ୍ଲୀର ଲୋଧିକଲୋନୀର ପାଲିକାକୁଞ୍ଜସ୍ଥିତ ଏନଡିଏମସି ଫ୍ଲାଟର ତୃତୀୟ ମହଲାରୁ ଖସିପଡ଼ି ଗୁରୁତର ଆହତ ହୋଇଥିଲେ। ଯେଉଁଠି ଆକୃତିଙ୍କ ଶବ ମିଳିଥିଲା। ତାଙ୍କ ମାଆଙ୍କ ଘରୁ ମାତ୍ର ୧୦ କିଲୋମିଟର ଦୂରରେ ଅଛି। କିଛି ଲୋକ ରାତି ୯ଟାରେ ତାଙ୍କୁ ରାସ୍ତାକଡ଼ରେ ଦେଖିଥିଲେ। ଆଉ ପୁଲିସକୁ ସୂଚନା ଦେଇଥିଲେ। ଶରୀରରେ ଆଘାତର ଚିହ୍ନ ଥିଲା ସତ। ହେଲେ ରକ୍ତର କୌଣସି ଛିଟା ନଥିଲା। ତାଙ୍କୁ ତୁରନ୍ତ ଟ୍ରମାସେଣ୍ଟର ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଆକୃତି ସୁତାର ନିଜ ଅଫିସର ସହକର୍ମୀ ଅରସ୍ତୁ ସିକ୍କାଙ୍କ ସହ ୮ ବର୍ଷ ଧରି ରିଲେସନସିପରେ ଥିଲେ। ଏପ୍ରିଲ ୨୪, ୨୦୨୬ରେ ବିବାହ କରିଥିଲେ। ବିବାହ ପରେ ଦୁହେଁ ଅଫିସରେ ପାର୍ଟି ରଖିଥିଲେ। କିନ୍ତୁ ପାର୍ଟି ପୂର୍ବରୁ ତାଙ୍କର ଶବ ସମସ୍ତଙ୍କୁ ହତବାକ୍ କରିଛି। ଆତ୍ମହତ୍ୟାର ଥିଓରୀକୁ ମାନିବାକୁ ପରିବାର ଲୋକେ ନାରାଜ। ବିବାହ ପାଇଁ ଛୁଟି ନେବା ପରେ ଜୁଲାଇ ୧କୁ କାମକୁ ଫେରିଥିଲେ। ଛୁଟିରେ ରହିବା ସତ୍ତ୍ୱେ ଶନିବାର ଅଫିସ ଯାଇଥିଲେ। ଏ ଘଟଣା ହତ୍ୟା ନା ଅଘଟଣ। ବିବାହର ୨ ମାସ ଭିତରେ ଯୌତୁକ ଲାଗି କଅଣ ଏମିତି କିଏ ନିର୍ଯ୍ୟାତନା ଦେଇଥାଏ କି। ନବଦମ୍ପତ୍ତି ତ ଅଫିସରେ ପାର୍ଟି ରଖିଥିଲେ। ତା ହେଲେ ଅଚାନକ ଆତ୍ମହତ୍ୟା ବା ମର୍ଡର କାହିଁକି। ୮ ବର୍ଷ ଧରି ସମ୍ପର୍କରେ ଥାଇ ବି ୨ ମାସ ଭିତରେ ଏମିତି କଅଣ ମତଭେଦ ଘଟିଲା। ନା ଏହି ମୃତ୍ୟୁ ପଛରେ ଆଉ କାହାର ହାତ ରହିଛି। ଏ ସବୁ ଦିଗକୁ ଘାଣ୍ଟୁଛି ପୁଲିସ।
