ବନ୍ଧୁକ ଖୋଜିବାକୁ ଯାଇ ଡ୍ରାଇଭର ଘରୁ ୩କୋଟି ପାଇଲା ପୁଲିସ ..
ସୌରଭ କହିଥିଲେ, ଏ ଟଙ୍କା ତାଙ୍କର ସମ୍ପର୍କୀୟ ରମେଶ ଅହିରଓ୍ୱାରଙ୍କର। ଯିଏ ଭୋପାଳରେ ପିଡବ୍ଲୁଡି ଇଞ୍ଜିନିୟର ଅଛନ୍ତି। ସେ ଏ ଟଙ୍କା ୮ ମାସ ତଳେ ତାଙ୍କ ଘରେ ରଖିକି ଯାଇଛନ୍ତି। ସେପଟେ ଏ ଟଙ୍କା ତାଙ୍କର ନୁହେଁ କି ସେ ଏ ବାବଦରେ କିଛି ଜାଣିନାହାନ୍ତି କହି ସଫା ସଫା ମନା କରିଦେଇଛନ୍ତି ଇଞ୍ଜିନିୟର ରମେଶ।

ରିଲ୍ସ ଅପଲୋଡରୁ ବଡ଼ କ୍ୟାସକାଣ୍ଡର ଖୁଲାସା। ସୋସିଆଲ ମିଡିଆରେ ପିସ୍ତଲ ସହ ଫଟୋ, ରିଲ୍ ଅପଲୋଡ କରିଥିବା ଯୁବକକୁ ଖୋଜୁଥିଲା ପୁଲିସ। ଯୁବକ କୁଆଡ଼ୁ ଆଣିଲା ପିସ୍ତଲ। ରିଲକୁ ଦେଖି ଏହାର ରହସ୍ୟ ଓଗାଳିବାକୁ ଯାଇ ଖୋଜୁ ଖୋଜୁ ପହଞ୍ଚିଯାଇଥିଲା ଜଣେ ଅଟୋ ଡ୍ରାଇଭରଙ୍କ ଘରେ। ଅଟୋ ଡ୍ରାଇଭର ସୌରଭ ଅହିରଓ୍ୱାର ଘରେ ତଲାସି ଅଭିଯାନ କରିଥିଲା ପୁଲିସ। ହେଲେ ପିସ୍ତଲ ମିଳିଲାନାହିଁ। ଆଉ ଘରେ ଭିତରେ ଥିବା ଏକ ବନ୍ଦ ଆଲମାରି ଉପରେ ପୁଲିସର ନଜର ପଡ଼ିଲା। ଯାହାର ଚାବି ପରିବାରର କାହା ପାଖରେ ବି ନଥିଲା। ଏଥିରେ ପୁଲିସର ସନ୍ଦେହ ବଢ଼ିଥିଲା। ସେଥିଲାଗି ତାଲା ଭାଙ୍ଗିଥିଲା। ଆଉ ଭିତରୁ ମିଳିଥିଲା ନୋଟ ଭର୍ତ୍ତି ବଡ଼ ବଡ଼ ଚାରୋଟି ବ୍ୟାଗ୍। ବ୍ୟାଗରେ ଥିଲା ୩ କୋଟିରୁ ଉର୍ଦ୍ଧ୍ୱ ଟଙ୍କା। ଏତେ ବିପୁଳ ଟଙ୍କା ଗଣିବାକୁ ଟଙ୍କା ମେସିନ ମଗାଇଥିଲା ପୁଲିସ। ପ୍ରାୟ ୫ ଘଣ୍ଟା ଧରି ଗଣତି ଚାଲିଥିଲା। ଏ ଟଙ୍କା କାହାର ବୋଲି ପଚାରିଥିଲା ପୁଲିସ। ସୌରଭ କହିଥିଲେ, ଏ ଟଙ୍କା ତାଙ୍କର ସମ୍ପର୍କୀୟ ରମେଶ ଅହିରଓ୍ୱାରଙ୍କର। ଯିଏ ଭୋପାଳରେ ପିଡବ୍ଲୁଡି ଇଞ୍ଜିନିୟର ଅଛନ୍ତି। ସେ ଏ ଟଙ୍କା ୮ ମାସ ତଳେ ତାଙ୍କ ଘରେ ରଖିକି ଯାଇଛନ୍ତି। ସେପଟେ ଏ ଟଙ୍କା ତାଙ୍କର ନୁହେଁ କି ସେ ଏ ବାବଦରେ କିଛି ଜାଣିନାହାନ୍ତି କହି ସଫା ସଫା ମନା କରିଦେଇଛନ୍ତି ଇଞ୍ଜିନିୟର ରମେଶ। ଫଳରେ ମାମଲା ଜଟିଳ ହୋଇଛି। ଏ ଟଙ୍କାର ଅସଲ ମାଲିକ କିଏ। ଆଉ କେଉଁ ସ୍ରୋତରୁ ଏ ଟଙ୍କା ଆସିଛି। ଏହାର ରହସ୍ୟ ଓଗାଳିବାକୁ ଲୋକାୟୁକ୍ତ ୫ ଜଣିଆ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଗଠନ କରିଛନ୍ତି। ଯିଏ ସବୁ ଦିଗକୁ ଘାଣ୍ଟିବ। ଆୟକର ବିଭାଗ ଓ ଏଜେନ୍ସି ଟଙ୍କାର ସ୍ରୋତ ଓ ଏହାର ଅସଲ ମାଲିକଙ୍କୁ ଠାବ କରିବ। ମଧ୍ୟପ୍ରଦେଶର ସାଗର ଜିଲ୍ଲା ଅନ୍ତର୍ଗତ ଗୋପାଳଗଞ୍ଜ ଥାନା ଏରିଆରେ ଏଭଳି ଚକିତ କଲା ଭଳି ଖବର ଆସିଛି। ସୌରଭ ପିସ୍ତଲ ଓ ଅନ୍ୟାନ୍ୟ ହତିଆର ସହ ରିଲ୍ କରି ସୋସିଆଲ ମିଡିଆରେ ଭାଇରାଲ କରିଥିଲା।
