AAI Yatri Seva Abhiyan: ୨୪ ଦିନିଆ ଯାତ୍ରୀ ସେବା ଅଭିଯାନ- ସୁଖଦ ଅନୁଭୂତି ଦେଲା AAI
ସେବା, ସ୍ୱଛତା ଓ ହସହସ ମୁହଁରେ ସୁଗମ ଯାତ୍ରାର ଅନୁଭବ ଦେବାକୁ ଚାଲିଥିଲା ଏହି ଅଭିଯାନ। କର୍ମଚାରୀଙ୍କ ଭିତରେ ଶିଷ୍ଟାଚାରକୁ ପ୍ରାଥମିକତା ଦିଆଯାଇଛି। ଏ ସନ୍ଦର୍ଭରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ଦେବାକୁ ବିମାନବନ୍ଦର କର୍ତ୍ତୃପକ୍ଷ ସଂକଳ୍ପବଦ୍ଧ। ସୁଖଦ ଯାତ୍ରାର ଅନୁଭବ ବିମାନବନ୍ଦରରେ ଯେଭଳି ଯାତ୍ରୀ ପାଇବେ, ତାହା ଥିଲା ପ୍ରାଥମିକତା।

ଶେଷ ହେଲା ଯାତ୍ରୀ ସେବା ଅଭିଯାନ। ସେପ୍ଟେମ୍ୱର ୧୭ରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ଆଜି ସରିଛି। ୨୪ ଦିନ ହେଲା ବିଭିନ୍ନ ବିମାନବନ୍ଦରରେ ସେବା, ସମ୍ମାନ ଓ ସୁବିଧା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ କରିଥିଲା ଭାରତୀୟ ବିମାନସେବା ପ୍ରାଧିକରଣ (AAI)। ବିମାନବନ୍ଦରରେ ଯାତ୍ରୀଙ୍କ ସୁରକ୍ଷା, ସ୍ୱଛତା, ସହଜ ଓ ସୁବିଧାଜନକ ଯାତ୍ରାର ଅନୁଭବ ପ୍ରଦାନ କରିବା ତଥା ସେବାରେ ଗୁଣାବତ୍ତାକୁ ସୁଧାରିବା ଉଦ୍ଦେଶ୍ୟ ଥିଲା। ଟର୍ମିନାଲ ଭବନ, ପ୍ରତୀକ୍ଷାଳୟ ଓ ଶୌଚାଳୟର ସଫେଇ ଉପରେ ପ୍ରାଥମିକତା ଦିଆଯାଇଥିଲା। ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କ ଲାଗି ହ୍ୱିଲଚେୟାର, ସୁଲଭ ମାର୍ଗ ଓ ପ୍ରାଥମିକତା ଭିତ୍ତିରେ ସହାୟତା ଦିଆଯିବା। ଓ୍ୱାଇଫାଇ, ମୋବାଇଲ ଚାର୍ଜିଂ ପଏଣ୍ଟ ଓ ଡିଜି ସେବାକୁ ଅଧିକ ଭଲ କରିବା ଥିଲା ଉଦ୍ଦେଶ୍ୟ। ସେବା, ସ୍ୱଛତା ଓ ହସହସ ମୁହଁରେ ସୁଗମ ଯାତ୍ରାର ଅନୁଭବ ଦେବାକୁ ଚାଲିଥିଲା ଏହି ଅଭିଯାନ। କର୍ମଚାରୀଙ୍କ ଭିତରେ ଶିଷ୍ଟାଚାରକୁ ପ୍ରାଥମିକତା ଦିଆଯାଇଛି। ଏ ସନ୍ଦର୍ଭରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ଦେବାକୁ ବିମାନବନ୍ଦର କର୍ତ୍ତୃପକ୍ଷ ସଂକଳ୍ପବଦ୍ଧ। ସୁଖଦ ଯାତ୍ରାର ଅନୁଭବ ବିମାନବନ୍ଦରରେ ଯେଭଳି ଯାତ୍ରୀ ପାଇବେ, ତାହା ଥିଲା ପ୍ରାଥମିକତା। ବିମାନବନ୍ଦରରେ ପ୍ରକୃତି ଓ ପରିବେଶ ସୁରକ୍ଷା ନେଇ ବି ଯାତ୍ରୀଙ୍କୁ ସଚେତନତା କରାଯାଇଥିଲା। ସ୍ୱଛ ବାତାବରଣ, ସୁବ୍ୟବସ୍ଥିତ ପାର୍କିଂ, ସିଟିଂ ବ୍ୟବସ୍ଥା ଓ ବିନା ପ୍ରତିବନ୍ଧକରେ କନେକ୍ଟିଭିଟିକୁ ସୁନିଶ୍ଚିତ କରାଯାଇଛି। ବରିଷ୍ଠ ନାଗରିକ, ମହିଳା ଓ ପିଲାଙ୍କ ଯାତ୍ରାକୁ ଅଧିକ ଆରାମଦାୟକ କରିବାକୁ ବିଶେଷ ଡେସ୍କ କରାଯାଇଛି। ଲମ୍ୱା ଲାଇନରୁ ଯାତ୍ରୀଙ୍କୁ ମୁକ୍ତି ଲାଗି ଡିଜି-ସେବାକୁ ଅଧିକ ପ୍ରୋତ୍ସାହିତ କରାଯାଇଥିଲା। ଏହି ଅଭିଯାନ ଅବସରରେ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି, ହସ୍ତଶିଳ୍ପ ଓ ପର୍ଯ୍ୟଟନକୁ ପ୍ରମୁଖ ଏଣ୍ଟ୍ରି ପଏଣ୍ଟରେ ପ୍ରଦର୍ଶିତ କରାଯାଇଥିଲା। ଯାତ୍ରୀଙ୍କ ଭିତରେ ଅତିଥି ଦେବୋ ଭବର ଭାବନାକୁ ଧ୍ୟାନରେ ରଖି ସ୍ଥାନୀୟ ସାଂସ୍କୃତିକ କାର୍ଯ୍ୟକ୍ରମର ଝଲକ ବି ପ୍ରସ୍ତୁତ କରାଯାଇଥିଲା।

