Aadar Jain registers marriage :"ଟ୍ରାଏଲ୍ ପିରିୟଡ୍ ଶେଷ":ଲିଗାଲ ମ୍ୟାରେଜ କଲେ ରଣବୀର କପୁରଙ୍କ ଭାଇ
"ଟ୍ରାଏଲ୍ ପିରିୟଡ୍ ଶେଷ ହୋଇଛି; କୌଣସି ରିଟର୍ଣ୍ଣ କିମ୍ବା ଏକ୍ସଚେଞ୍ଜର ସୁବିଧା ନାହିଁ" ,ବିବାହ ପଞ୍ଜୀକରଣ ସମୟର ଫଟୋ ସେୟାର କରି ମଜାଳିଆ ଅନ୍ଦାଜରେ କହିଛନ୍ତି ଆଦର୍ ଜୈନ୍ | କରୀନା କପୁର ଏବଂ ରଣବୀର କପୁରଙ୍କ ସମ୍ପର୍କୀୟ ଭାଇ ତଥା ବଲିଉଡ୍ ଅଭିନେତା ଆଦର୍ ଜୈନ୍ ୨୧ ଫେବୃଆରୀ ୨୦୨୫ରେ ଏକ ଭବ୍ୟ ଉତ୍ସବରେ ଅଲେଖା ଆଡଭାନୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଏକ ବର୍ଷରୁ ଅଧିକ ସମୟ ପରେ ଆନୁଷ୍ଠାନିକ ଭାବେ ନିଜ ବିବାହ ପଞ୍ଜୀକରଣ କରିଛନ୍ତି ଆଦର୍ |
ବଲିଉଡ୍ ତାରକା ରଣବୀର କପୁରଙ୍କ ସମ୍ପର୍କୀୟ ଭାଇ ତଥା ଅଭିନେତା ଆଦର ଜୈନ୍ ପୁଣି ଥରେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ | ୨୦୨୫ ଜାନୁଆରୀରେ ଗୋଆରେ ୱାଇଟ୍ ୱେଡିଂ ଏବଂ ପରେ ମୁମ୍ବାଇରେ ହିନ୍ଦୁ ରୀତିନୀତିରେ ବିବାହ କରିଥିବା ଆଦର ଏବଂ ତାଙ୍କ ପତ୍ନୀ ଅଲେଖା ଆଡଭାନୀ ବିବାହର ଦେଢ଼ ବର୍ଷ ପରେ ନିଜ ବିବାହକୁ ଆଇନଗତ ଭାବେ ରଜିଷ୍ଟ୍ରେସନ କରିଛନ୍ତି। ବୁଧବାର ସୋସିଆଲ ମିଡିଆରେ ଏକ ମଜାଦାର ପୋଷ୍ଟ ସେୟାର କରି ଏହି ଦମ୍ପତି ଏହି ସୂଚନା ଦେଇଛନ୍ତି।
ନିଜର ମ୍ୟାରେଜ୍ ରଜିଷ୍ଟ୍ରେସନର ଫଟୋ ସେୟାର କରି ଲେଖିଛନ୍ତି— "ଟ୍ରାଏଲ୍ ପିରିୟଡ୍ ଶେଷ! ଏବେ କୌଣସି ରିଟର୍ନ୍ କିମ୍ବା ଏକ୍ସଚେଞ୍ଜ୍ ହୋଇପାରିବ ନାହିଁ। ଆମେ ଅଫିସିଆଲି ମିଷ୍ଟର ଏଣ୍ଡ ମିସେସ୍ ଜୈନ୍ ହୋଇଗଲୁ।" ଏହି ଫଟୋରେ ଦମ୍ପତି ପ୍ରଭୁ ଗଣେଶଙ୍କ ଆଗରେ ହାତ ଯୋଡ଼ି ଆଶୀର୍ବାଦ ନେଉଥିବାର ନଜର ଆସିଛନ୍ତି।
ଏହା ପୂର୍ବରୁ ଅଭିନେତ୍ରୀ ତାରା ସୁତାରିଆଙ୍କୁ ଡେଟ୍ କରିଥିଲେ ଆଦର୍ ଜୈନ୍ ,ଯେଉଁଠି ବ୍ରେକଅପ୍ ପରେ ଦେଇଥିବା ବିବାଦୀୟ ଟିପ୍ପଣୀକୁ ନେଇ ଟ୍ରୋଲ ହେଇଥିଲେ ଆଦର୍। ଏବେ କପୁର ପରିବାରର ଏହି ପୋଷ୍ଟକୁ ଫ୍ୟାନ୍ସ ଓ ବଲିଉଡ୍ ସେଲିବ୍ରିଟିମାନେ ବହୁତ ପସନ୍ଦ କରିବା ସହ ଏହି ନୂଆ ଜୀବନ ପାଇଁ ଶୁଭେଚ୍ଛାର ସୁଅ ଛୁଟାଉଛନ୍ତି |
