ପାର୍କିଂ ଲରିକୁ ପିଟିଲା କାର୍- ୮ ଇଞ୍ଜିନିୟରିଂ ଛାତ୍ର ମୃତ
ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଶବ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ସମସ୍ତ ଛାତ୍ର ତାମିଲନାଡ଼ୁର ଡିଣ୍ଡିଗୁଲ ସ୍ଥିତ ପିଏସଏମ ଇଞ୍ଜିନିୟରିଂ କଲେଜର।
P
By Pradeep Kumar NayakPublished: Sep 5, 2026, 11:42 AM •1 min read •2 Views

କେରଳର ତ୍ରିଶୂରରେ ମର୍ମନ୍ତୁଦ ଦୁର୍ଘଟଣା। ପାର୍କିଂରେ ଥିବା ଲରିକୁ ପିଟିଲା କାର୍। ବିଳମ୍ୱିତ ରାତିରେ ଘଟିଥିବା ଏହି ଦୁର୍ଘଟଣାରେ ୮ ଛାତ୍ରଙ୍କ ମୃତ୍ୟୁ ଘଟିଛି। ତ୍ରିଶୂରର କୈପାମଙ୍ଗଳମର ପନାମବିକ୍କୁନ୍ନୁ ପାଖରେ ନାସନାଲ ହାଇଓ୍ୱେ-୬୬ ଉପରେ ଛିଡ଼ା ହୋଇଥିଲା ଏକ ମାଲବାହୀ ଟ୍ରକ। ଆଉ ପ୍ରାୟ ରାତି ୧୧ଟା ୪୫ରେ ଦ୍ରୁତ ଗତିରେ ଆସି ଏକ କାର୍ ପଛପଟୁ ପିଟିଥିଲା। କାରରେ ଥିଲେ ତାମିଲନାଡୁର ୮ ଜଣ ଛାତ୍ର। ସମସ୍ତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଗଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଶବ ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ସମସ୍ତ ଛାତ୍ର ତାମିଲନାଡ଼ୁର ଡିଣ୍ଡିଗୁଲ ସ୍ଥିତ ପିଏସଏମ ଇଞ୍ଜିନିୟରିଂ କଲେଜର। ସ୍ଥାନୀୟ ଲୋକଙ୍କ ସହାୟତାରେ ଅଗ୍ନିଶମ ବିଭାଗ ଓ ପୁଲିସ ସମସ୍ତ ଶବକୁ କାର୍ ଭିତରୁ ବାହାର କରିଥିଲେ। ତ୍ରିଶୂର ମେଡିକାଲ କଲେଜରେ ଶବ ବ୍ୟବଛେଦ ହେବ। କାରଟି ଗୁରୁବାୟୁରରୁ କୋଣ୍ଡୁଗଲ୍ଲୁର ଯାଉଥିଲା। କାର୍ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବାରୁ ଗ୍ୟାସ୍ କଟରରେ କାଟି ଶବକୁ ବାହାର କରାଯାଇଥିଲା।
P
Pradeep Kumar NayakSR JOURNALIST
Comments0
Leave a Reply
Loading comments...
