୭୭ତମ ବନ ମହୋତ୍ସବ: ବନ ସୁରକ୍ଷାରେ ଦେଶରେ ତୃତୀୟ ଓଡ଼ିଶା
ଭୁବନେଶ୍ୱର କପିଳେଶ୍ଵରଠାରେ ଆୟୋଜିତ ୭୭ତମ ରାଜ୍ୟସ୍ତରୀୟ ବନ ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବାର୍ତ୍ତା ଦେଇଛନ୍ତି।
ଭୁବନେଶ୍ୱର : ବିଶ୍ୱବ୍ୟାପୀ ଜଳବାୟୁ ପରିବର୍ତ୍ତନ ଓ ଗ୍ରୀଷ୍ମ ଲହରର ମୁକାବିଲା ପାଇଁ ବ୍ୟାପକ ବୃକ୍ଷରୋପଣ ହିଁ ଏକମାତ୍ର ସମାଧାନ। ଭୁବନେଶ୍ୱର କପିଳେଶ୍ଵରଠାରେ ଆୟୋଜିତ ୭୭ତମ ରାଜ୍ୟସ୍ତରୀୟ ବନ ମହୋତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବାର୍ତ୍ତା ଦେଇଛନ୍ତି। ବିକାଶ ଓ ପରିବେଶ ପରସ୍ପରର ପରିପୂରକ ବୋଲି ସେ ପ୍ରକାଶ କରିଛନ୍ତି। ଜଙ୍ଗଲ ସୁରକ୍ଷା ପାଇଁ ଅନୁଗୁଳର ‘ଜେରେଙ୍ଗ ବୁଧିପାହାଡ଼ ବନ ସୁରକ୍ଷା ସମିତି’ ଏବଂ ମୟୂରଭଞ୍ଜର ‘ଗୁଡ଼ଗୁଡ଼ିଆ ପରିବେଶ ବିକାଶ ସମିତି’କୁ ୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଜନଭାଗୀଦାରି ଉପରେ ଗୁରୁତ୍ୱ ଦେଇଛନ୍ତି। ୭୭ତମ ବନ ମହୋତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ଼ ସୂଚନା। ଗତ ୨ ବର୍ଷରେ ଓଡ଼ିଶାରେ ୫୫୮ ବର୍ଗ କିଲୋମିଟର ବନ ଆବରଣ ବୃଦ୍ଧି। ବନ ସୁରକ୍ଷାରେ ଦେଶରେ ତୃତୀୟ ସ୍ଥାନରେ ଓଡ଼ିଶା। ବଜ୍ରପାତରୁ ରକ୍ଷା ପାଇଁ ଲଗାଗଲା ୧୭.୯୦ ଲକ୍ଷ ତାଳ ଗଛ। ଚଳିତ ବର୍ଷ ୩ କୋଟି ୭୬ ଲକ୍ଷ ଚାରା ରୋପଣର ଲକ୍ଷ୍ୟ ରଖାଯାଇଥିଲା । ବନ ସୁରକ୍ଷା ଓ ସବୁଜବଳୟ ସୃଷ୍ଟିରେ ଓଡ଼ିଶା ଆଜି ସାରା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି। ବିଗତ ଦୁଇ ବର୍ଷରେ ରାଜ୍ୟରେ ୫୫୮ ବର୍ଗ କିଲୋମିଟର ବନ ଆବରଣ ବୃଦ୍ଧି ପାଇଛି। ମହାନଦୀ ସହ ୭ଟି ପ୍ରମୁଖ ନଦୀ ପାର୍ଶ୍ୱରେ ୧.୫ କିଲୋମିଟର ପ୍ରଶସ୍ତ ସବୁଜ ବଳୟ ସୃଷ୍ଟି କରାଯାଉଛି। ଚଳିତ ବର୍ଷ ପ୍ରାୟ ୯ ଲକ୍ଷ ଚାରା ରୋପଣର ଲକ୍ଷ୍ୟ ରହିଛି। ପ୍ରଧାନମନ୍ତ୍ରୀଙ୍କ ‘ଏକ ପେଡ୍ ମା କେ ନାମ’ ଅଭିଯାନ ସହ ଚଳିତ ବର୍ଷ ଓଡ଼ିଶାରେ ୩ କୋଟି ୭ଶ ଲକ୍ଷ ବୃକ୍ଷଚାରା ରୋପଣର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଜୁଲାଇ ୧ରୁ 'ବିକଶିତ ଭାରତ, ରୋଜଗାର ଗ୍ୟାରେଣ୍ଟି ଏବଂ ଆଜୀବିକା ମିଶନ କାର୍ଯ୍ୟକାରୀ ହୋଇଛି, ଯାହା ବୃକ୍ଷରୋପଣ ସହ ଲୋକଙ୍କୁ ରୋଜଗାର ଦେବ।
