Wildlife Safety: ହାତୀଙ୍କ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ
ହାତୀପଲର ଯାତାୟାତ ସମୟରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା।ବନ କର୍ମଚାରୀଙ୍କ ଦକ୍ଷ ଭିଡ଼ ନିୟନ୍ତ୍ରଣ ଓ ସମନ୍ୱୟ ଯୋଗୁଁ ହାତୀପଲକୁ ସୁରକ୍ଷିତ ଭାବେ ପାର କରାଯାଇପାରିଥିଲା।
S
By Swarna Prava GiriPublished: Oct 24, 2026, 05:54 PM •1 min read •7 Views
ଢେଙ୍କାନାଳ ବନଖଣ୍ଡ ଅନ୍ତର୍ଗତ ମେରାମଣ୍ଡଳୀ ଅଞ୍ଚଳରେ ବନ ବିଭାଗକୁ ମିଳିଛି ବଡ଼ ସଫଳତା। ୪୦ଟି ହାତୀଙ୍କ ଏକ ପଲ ସୁରକ୍ଷିତ ଭାବେ NH-55 ଜାତୀୟ ରାଜପଥ ଓ ରେଳ ଲାଇନ ଅତିକ୍ରମ କରିଛନ୍ତି। ତେବେ ହାତୀପଲର ଯାତାୟାତ ସମୟରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା।ବନ କର୍ମଚାରୀଙ୍କ ଦକ୍ଷ ଭିଡ଼ ନିୟନ୍ତ୍ରଣ ଓ ସମନ୍ୱୟ ଯୋଗୁଁ ହାତୀପଲକୁ ସୁରକ୍ଷିତ ଭାବେ ପାର କରାଯାଇପାରିଥିଲା। ହାତୀପଲ ଅତିକ୍ରମ କରିବା ପରେ ରାସ୍ତାକଡ଼ରେ ଲଗାଯାଇଥିବା ବ୍ୟାରିକେଡ୍ ହଟାଇ ଦିଆଯାଇଥିଲା। ବନ୍ୟପ୍ରାଣୀଙ୍କ ସୁରକ୍ଷା ସହ ମଣିଷ ଓ ହାତୀଙ୍କ ମଧ୍ୟରେ ସହାବସ୍ଥାନ ସୁନିଶ୍ଚିତ କରିବା ଦିଗରେ ଏହା ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଢେଙ୍କାନାଳ ବନଖଣ୍ଡର DFOଙ୍କ ପକ୍ଷରୁ X ମାଧ୍ୟମରେ ସୂଚନା ଦିଆଯାଇଛି।
Comments0
Leave a Reply
Loading comments...
