YASIN MALLICK DEMAND DIVORCE AND DEATH:ମୋତେ ଫାଶୀ ଦିଅ, ପତ୍ନୀ କାହିଁକି ବିଧବା ଭଳି ଜୀବନ ଜିଇଁବେ- ୟାସିନ୍
ମୁସାଲଙ୍କ ବୟାନ ଏମିତି ସମୟରେ ଆସିଛି, ଯେବେ ଦିଲ୍ଲୀର ତିହାର ଜେଲରେ ବନ୍ଦ ୟାସିନ ମଲ୍ଲିକ ପତ୍ନୀଙ୍କଠୁ ତଲାକ୍ ନେବାକୁ ଇଛା ଜାହିର କରିଛନ୍ତି। ମଲ୍ଲିକ ଜମ୍ମୁର TADA/POTA ଅଦାଲତରେ ସତ୍ୟପାଠ ଦାଖଲ କରି ତଲାକ ନେବାର ନିଷ୍ପତ୍ତି ଓ ଏହାର କାରଣ ଦର୍ଶାଇଛନ୍ତି। ମଲ୍ଲିକ କହିଛନ୍ତି, ସେ ଗଲା ୮ ବର୍ଷ ଧରି ପତ୍ନୀ ମୁଶାଲ ଓ ଝିଅ ରଜିୟା ସୁଲତାନାଙ୍କୁ ଭେଟିନାହାନ୍ତି କି ଫୋନରେ କଥା ହୋଇନାହାନ୍ତି।

କଶ୍ମିରୀ ଉଗ୍ରବାଦୀ ତଥା ବିଛିନ୍ନତାବାଦୀ ନେତା ୟାସିନ ମଲ୍ଲିକ ପାକିସ୍ତାନର ମୁଶାଲ ହୁସୈନଙ୍କ ସହ ବିବାହ କରିଥିଲେ। ଦୁହିଁଙ୍କର ଗୋଟିଏ ଝିଅ ଅଛି। ଆତଙ୍କବାଦ ମାମଲାରେ ଆଜୀବନ କାରାଦଣ୍ଡର ସଜ୍ଜା କାଟୁଛନ୍ତି ୟାସିନ୍। ସେପଟେ ମୁଶାଲ ନିଜ ଝିଅ ସହ ପାକିସ୍ତାନରେ ରହୁଛନ୍ତି। ଆତଙ୍କବାଦୀ ଗତିବିଧିରେ ଆଜୀବନ ଜେଲ୍ ଦଣ୍ଡ ଭୋଗୁଥିବା ୟାସିନଙ୍କ ମୁକ୍ତି ଲାଗି ଏବେ ଗୁହାରି କରିଛନ୍ତି ତାଙ୍କ ପତ୍ନୀ ମୁଶାଲ। ମୁଶାଲ ହୁସୈନ ମଲ୍ଲିକ ଏକ ଭିଡ଼ିଓ ସନ୍ଦେଶ ଜାରି କରି କହିଛନ୍ତି ଯେ, ଜେଲରେ ବନ୍ଦୀ ଥିବା ୟାସିନଙ୍କ ସ୍ୱାସ୍ଥ୍ୟବସ୍ଥା ବହୁତ ଖରାପ ଅଛି। ତାଙ୍କ ଜୀବନକୁ ବି ବିପଦ ଅଛି। ମୁଶାଲ ଆମେରିକା, ଚୀନ୍ ଓ ଇସଲାମିକ ଦେଶ ସଂଗଠନ OIC କୁ ଅପିଲ କରିଛନ୍ତି ଯେ, ତାଙ୍କ ସ୍ୱାମୀଙ୍କ ମୁକ୍ତି ଲାଗି ସେ ଉପାୟ ବାହାର କରନ୍ତୁ। ମୁଶାଲ ମଲିକ ପାକିସ୍ତାନୀ ପ୍ରୋପାଗାଣ୍ଡାର ପ୍ରଚାର କରି କହିଛନ୍ତି, ଯେବେ ୟାସିନ ମଲିକ ସଶସ୍ତ୍ର ବିଦ୍ରୋହ ଛାଡ଼ି ରାଜନୀତିକ ଲଢ଼େଇ ଆରମ୍ଭ କଲେ, ସେତେବେଳେ ଦୁନିଆ ଭରସା ଦେଇଥିଲା ଯେବେ କାଶ୍ମିରୀ ରାଜନୀତିକ ଲଢ଼େଇକୁ ସେ ଆସିବେ, ସେତେବେଳେ ଦୁନିଆ ତାଙ୍କର ସ୍ୱର ଶୁଣିବ। ମୁସାଲ କହିଛନ୍ତି, ୟାସିନ ମଲ୍ଲିକ ଆଜି ବି ଏଭଳି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କାରଣରୁ ଜେଲରେ ବନ୍ଦ ଅଛନ୍ତି। ସଜ୍ଜା କାଟୁଛନ୍ତି। ଦିନକୁ ଦିନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡ଼ୁଛି। ମୁସାଲଙ୍କ ବୟାନ ଏମିତି ସମୟରେ ଆସିଛି, ଯେବେ ଦିଲ୍ଲୀର ତିହାର ଜେଲରେ ବନ୍ଦ ୟାସିନ ମଲ୍ଲିକ ପତ୍ନୀଙ୍କଠୁ ତଲାକ୍ ନେବାକୁ ଇଛା ଜାହିର କରିଛନ୍ତି। ମଲ୍ଲିକ ଜମ୍ମୁର TADA/POTA ଅଦାଲତରେ ସତ୍ୟପାଠ ଦାଖଲ କରି ତଲାକ ନେବାର ନିଷ୍ପତ୍ତି ଓ ଏହାର କାରଣ ଦର୍ଶାଇଛନ୍ତି। ମଲ୍ଲିକ କହିଛନ୍ତି, ସେ ଗଲା ୮ ବର୍ଷ ଧରି ପତ୍ନୀ ମୁଶାଲ ଓ ଝିଅ ରଜିୟା ସୁଲତାନାଙ୍କୁ ଭେଟିନାହାନ୍ତି କି ଫୋନରେ କଥା ହୋଇନାହାନ୍ତି। ସେ ଚାହୁଁନାହାନ୍ତି କି ତାଙ୍କ ପତ୍ନୀ ଜଣେ ବିଧବା ଭଳି ଜୀବନ କାଟନ୍ତୁ। ତାଙ୍କ ପତ୍ନୀ ଓ ଝିଅକୁ ବି ସ୍ୱାଧୀନତାରେ ବଞ୍ଚିବାର ପୁରା ଅଧିକାର ଅଛି। ସେ ୨୫ ପୃଷ୍ଠାର ସତ୍ୟପାଠରେ ନିଜ ଲାଗି ଫାଶୀ ସଜ୍ଜାର ଡିମାଣ୍ଡ କରିଛନ୍ତି। ୟାସିନ୍ ପୂର୍ବରୁ ଟେରର ଫଣ୍ଡିଂ ମାମଲାରେ ତିହାର ଜେଲରେ ଆଜୀବନ ବନ୍ଦୀ ଜୀବନ କାଟୁଛନ୍ତି। କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକ ବର୍ତ୍ତମାନ ଦିଲ୍ଲୀର ତିହାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି। ୨୦୨୨ ମସିହାରେ ଏକ ଆତଙ୍କବାଦୀ ଅର୍ଥ ଯୋଗାଣ (ଟେରର ଫଣ୍ଡିଂ) ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ୟାସିନ ମଲିକ ଜମ୍ମୁ-କାଶ୍ମୀର ଲିବରେସନ ଫ୍ରଣ୍ଟ (JKLF)ର ନେତା ଥିଲେ। JKLFକୁ ଭାରତ ସରକାର ଏକ ନିଷିଦ୍ଧ ସଂଗଠନ ଭାବେ ଘୋଷଣା କରିଛନ୍ତି। ୟାସିନ ମଲିକ ଟେରର ଫଣ୍ଡିଂ ମାମଲାରେ ନିଜ ଅପରାଧ ସ୍ୱୀକାର କରିଥିଲେ। ଏହା ପରେ ଦିଲ୍ଲୀର ବିଶେଷ NIA କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ସହ ଜରିମାନା ଦଣ୍ଡ ଦେଇଥିଲେ। ତେବେ NIA ତାଙ୍କୁ ମୃତ୍ୟୁଦଣ୍ଡ ଦେବା ପାଇଁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛି। ଏହି ଆବେଦନ ଉପରେ ଆଇନଗତ ପ୍ରକ୍ରିୟା ଜାରି ରହିଛି। ୟାସିନ ମଲିକ ଜଣେ କାଶ୍ମୀର ବିଚ୍ଛିନ୍ନତାବାଦୀ ନେତା। ତାଙ୍କ ବିରୋଧରେ ପୁରୁଣା ଆତଙ୍କବାଦ ଓ ହିଂସା ସମ୍ପର୍କିତ ମାମଲା ମଧ୍ୟ ରହିଛି।
