ସ୍ୱାମୀକୁ ହତ୍ୟା କରି ଶବକୁ ଖଣ୍ଡ-ଖଣ୍ଡ କଲେ ସ୍ତ୍ରୀ ଓ ପ୍ରେମିକ
ତାମିଲନାଡୁର ରାଜଧାନୀ ଚେନ୍ନାଇରୁ ଏକ ଅତି ନିର୍ମମ ହୃଦୟବିଦାରକ ହତ୍ୟାକାଣ୍ଡ ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛି । ଜଣେ ବିବାହିତା ମହିଳା ନିଜ ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି

ଚେନ୍ନାଇ: ତାମିଲନାଡୁର ରାଜଧାନୀ ଚେନ୍ନାଇରୁ ଏକ ଅତି ନିର୍ମମ ହୃଦୟବିଦାରକ ହତ୍ୟାକାଣ୍ଡ ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛି । ଜଣେ ବିବାହିତା ମହିଳା ନିଜ ପ୍ରେମିକ ସହ ମିଶି ନିଜ ସ୍ୱାମୀଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିଛନ୍ତି। ଖାଲି ହତ୍ୟା ନୁହେଁ, ପୁରା କାଣ୍ଡର କାରନାମା ଲୁଚାଇବା ପାଇଁ ମୃତ ଦେହକୁ ଖଣ୍ଡ ଖଣ୍ଡ କରି କାଟି ରେଳ ଷ୍ଟେସନ ଓ ବିଭିନ୍ନ ସ୍ଥାନରେ ଫିଙ୍ଗି ଦେଇଛନ୍ତି। ଯାହା ଖାଲି ଅମାନବୀୟ ନୁହେଁ, ଜଘନ୍ୟ ଅପରାଧ ମଧ୍ୟ ।
ଘଟଣା ଅନୁସାରେ ଗତକାଲି (ସୋମବାର) ମଧ୍ୟାହ୍ନରେ ଏହି ଜଘନ୍ୟ କାଣ୍ଡ ସାମ୍ନାକୁ ଆସିଲା, ଯେତେବେଳେ ଚେନ୍ନାଇର ପେରାମ୍ବୁର ରେଳ ଷ୍ଟେସନ ପ୍ଲାଟଫର୍ମ ନମ୍ବର 4 ନିକଟରୁ ପୋଲିସକୁ ଏକ ବ୍ୟାଗ୍ରୁ ମଣିଷର କଟା ହାତ ଓ ଗୋଡ଼ ମିଳିଥିଲା। ଘଟଣାକୁ ନେଇ ପୋଲିସ ତୁରନ୍ତ ତଦନ୍ତ ଆରମ୍ଭ କରିଥିଲା । ସ୍ଥାନୀୟ ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହିତ ମୃତକଙ୍କ ପରିଚୟ ଖୋଜିବାରେ ଲାଗିଲା । ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ ପରେ ପୋଲିସ ଜଣେ ମହିଳା ଓ ପୁରୁଷ ସନ୍ଦେହଜନକ ଭାବେ ସେହି ବ୍ୟାଗ୍ଟିକୁ ଧରି ଯାଉଥିବାର ଦେଖିବାକୁ ପାଇଥିଲା । ଏହି ଆଧାର କରି ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରି ଗିରଫ କରିବାରେ ସଫଳ ହୋଇଥିଲା। ଗିରଫ ଉଭୟ ହେଉଛନ୍ତି ରେତା ଖାତୁନ, ତାଙ୍କ ପ୍ରେମିକ ଅସରଫ ଅଲ୍ଲୀ । ଗିରଫ ଉଭୟଙ୍କୁ ପୋଲିସ ଜେରା କରିବା ପରେ ଯେଉଁ ତଥ୍ୟ ସାମନାକୁ ଆସିଛି ତାହାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । କାରଣ ଗିରଫ ମହିଳା ଜଣଙ୍କ ଥିଲେ ମୃତକଙ୍କ ପତ୍ନୀ । ପତ୍ନୀଙ୍କ ପ୍ରେମରେ କଣ୍ଟା ସାଜିଥିଲେ ସ୍ୱାମୀ । ଯାହାକୁ ନେଇ ନିଜ ସ୍ୱାମୀଙ୍କୁ ମାରିବା ପାଇଁ ଷଡଯନ୍ତ୍ର ରଚିଥିଲା ପତ୍ନୀ । ଆଉ ପ୍ରେମିକ ସହ ମିଶି କରିଥିଲେ ହତ୍ୟା । ଯେଉଁ ପରିସ୍ଥିତିରେ ମୃତଦେହ ମିଳିଥିଲା ପୋଲିସ ଏହାକୁ ପ୍ରଥମେ ଆତ୍ମହତ୍ୟା ଚିନ୍ତା କରିଥିଲା । କିନ୍ତୁ ପାରିପାର୍ଶିକ ସ୍ଥିତି ଏହା ହତ୍ୟାକାଣ୍ଡ ଭାବେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । କାରଣ ମୃତକଙ୍କ ବିଭିନ୍ନ ଅଙ୍ଗ ପ୍ରତ୍ୟେଙ୍ଗ ଶରୀରୁ କାଟି ଦିଆଯାଇଥିଲା । ପରେ ପୋଲିସ ଏହାକୁ ହତ୍ୟାକାଣ୍ଡ ମାମଲା ରୁଜୁ କରି ଚେନ୍ନାଇ ପୋଲିସକୁ ହସ୍ତାନ୍ତର କରିଥିଲା । ପୋଲିସ ପ୍ରାଥମିକ ପ୍ରମାଣ ସଂଗ୍ରହ ସହ ତଦନ୍ତକୁ ଯୋରଦାର କରିଥିଲା । ପୋଲିସ ଅଧିକାରୀ
ଗ୍ରେଟର ଚେନ୍ନାଇର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସୂଚନା ଅନୁସାରେ ଷ୍ଚେସନରୁ ମୃତଦେହ ଜବତ ପରେ ପୁରା ମାମଲାର ରହସ୍ୟ ପର୍ଦ୍ଦାଫାସ ପାଇଁ ପୋଲିସ ଶହେରୁ ଅଧିକ ସିସିଟିଭି ଯାଞ୍ଚ କରିଥିଲା । ବିଭିନ୍ନ ଅନଲାଇନ କ୍ୟାବ ଡ୍ରାଇଭରଙ୍କୁ ପଚରା ଉଚୁରା କରିଥିଲା । ସମଗ୍ର ଅଞ୍ଚଳର ମୋବାଇଲ ଟ୍ରାଂକି କରି ପୋଲିସ ଚେନ୍ନାଇ ସ୍ଥିତି ତେନ୍ନାମପେଟ ସ୍ଥିତ ଏକ ଘରେ ପହଞ୍ଚିଲା । ଯେଉଁଠାରୁ ରେତା ଖାତୁନ, ତାଙ୍କ ପ୍ରେମିକ ଅସରଫ ଅଲ୍ଲୀଙ୍କୁ ପୋଲିସ ନିଜ ହେପାଜତକୁ ଆଣିଥିଲା । ଜେରା ପରେ ଉଭୟ ସବୁ ସତ ଓଗାଳିଥିଲେ । ପୋଲିସର ସୂଚନା ଅନୁସାରେ ରେତା ଖାତୁନ କ୍ୟାନସର ପାଇଁ ଚିକିତ୍ସିତ ହେବାକୁ ଆସୁଥିବା ରୋଗୀଙ୍କ ପାଇଁ ବ୍ରୋକର ଭାବେ କାମ କରୁଥିଲା । ପରିବାରରେ ସବୁବେଳେ ସ୍ୱାମୀ ସହ ଝଗଡ ହେଉଥିଲା । ଯାହାକୁ ନେଇ ଉଭୟ ମଧ୍ୟରେ ସମ୍ପର୍କ ଫାଟ ହୋଇଥିଲା । ସ୍ୱାମୀ ଅମୀର ଅଲ୍ଲୀ କୁ ହଟାଇବା ପାଇଁ ଖାତୁନ ନିଜ ବନ୍ଧୁ ଅସର ସହ ଯୋଗାଯୋଗ କରିଥିଲା । ଉଭୟ ମିଶି ଯୋଜନା କରିବା ସହ ଜୁନ 2 ରେ କ୍ଷୀରରେ ନିଦ ବଟିକା ଦେଇ ହତ୍ୟା କରିଥିଲେ ।
