Damoh Murder: ଦିଅର ସହ ଭାଉଜର ଅବୈଧ ସମ୍ପର୍କ ସନ୍ଦେହ- ପତ୍ନୀ ଓ ୩ ପିଲାଙ୍କୁ କୁରାଢ଼ୀରେ ହାଣି ହତ୍ୟା
ପରିବାରର ମର୍ଡର ପରେ ସେ ପ୍ରାୟ ୩ ଘଣ୍ଟା ଯାଏ ଘର ବାହାରେ କୁରାଢ଼ୀ ଧରି ବସିଥିଲା। ପତ୍ନୀ ଓ ପିଲାଙ୍କୁ ମାରି ସେ କୌଣସି ପ୍ରକାର ଅନୁତପ୍ତ ନୁହେଁ ବୋଲି କହିଛି ଦ୍ୱାରକା। ଗାଁରେ ଗଣେଶ ଉତ୍ସବ ଚାଲିଥିଲା।

ନିଜ ଭାଇ ସହ ପତ୍ନୀର ସମ୍ପର୍କର ସନ୍ଦେହରୁ ଜଘନ୍ୟ କାଣ୍ଡ। ପତ୍ନୀ ଓ ୩ ପିଲାଙ୍କୁ କଲା ବୀଭତ୍ସ ହତ୍ୟା। ଦମୋହରେ ପତ୍ନୀ ଓ ୩ ପିଲାଙ୍କୁ କୁରାଢ଼ୀରେ ହତ୍ୟା କରିଥିବା ଦ୍ୱାରକା ପଟେଲକୁ ପୁଲିସ ଗିରଫ କରି ଜେଲ୍ ପଠାଇଛି। ପୁଲିସର ପଚରାଉଚୁରାରେ ଦ୍ୱାରକା କହିଛି, ପତ୍ନୀର ସାନ ଭାଇ ସହ ସମ୍ପର୍କ ଥିଲା। ଘଟଣା ଦିନ ପତ୍ନୀକୁ ସାଙ୍ଗରେ ନେଇ ଦିଲ୍ଲୀ ପଳାଇବାକୁ ଯୋଜନା କରିଥିଲା। ସେଥିଲାଗି ସେ ଗାଁକୁ ଆସିଥିଲା। କବିରପୁର ଗାଁର ଦ୍ୱାରକା ସେପ୍ଟେମ୍ୱର ୧୯ ସକାଳେ ପତ୍ନୀ ୨୭ ବର୍ଷୀୟା ଖେମାବାଇ, ୭ ବର୍ଷର ଝିଅ ଉର୍ମିଳା, ୪ ବର୍ଷର ପୁଅ ଉମେଶ ଓ ବର୍ଷକର ପୁଅ ରାଜାକୁ ମାରିଦେଲା। ଅଭିଯୁକ୍ତ ଦ୍ୱାରକା ଦିଲ୍ଲୀରେ ମଜଦୁରି କରେ। ପରିବାରର ମର୍ଡର ପରେ ସେ ପ୍ରାୟ ୩ ଘଣ୍ଟା ଯାଏ ଘର ବାହାରେ କୁରାଢ଼ୀ ଧରି ବସିଥିଲା। ପତ୍ନୀ ଓ ପିଲାଙ୍କୁ ମାରି ସେ କୌଣସି ପ୍ରକାର ଅନୁତପ୍ତ ନୁହେଁ ବୋଲି କହିଛି ଦ୍ୱାରକା। ଗାଁରେ ଗଣେଶ ଉତ୍ସବ ଚାଲିଥିଲା। ଉତ୍ସବର ମାହୋଲ ଥିଲା। ଶୁକ୍ରବାର ରାତିରେ ସମସ୍ତେ ସଂଧ୍ୟା ଆଳତିରେ ସାମିଲ୍ ହୋଇଥିଲେ। ୧୦ଟା ପରେ ଯେଝା ଯେଝା ଘରକୁ ଫେରିଯାଇଥିଲେ। ହେଲେ ଶନିବାର ସକାଳୁ ଯାହା ଘଟିଲା, ତାହା ଥିଲା ସମସ୍ତଙ୍କର କଳ୍ପନା ବାହାରର କଥା।
