Ghaziabad Shocker : ପ୍ରେମ ସମ୍ପର୍କରୁ ହତ୍ୟା ଷଡ଼ଯନ୍ତ୍ର ସନ୍ଦେହ
ଗଜିୟବାଡି ଇନ୍ଦ୍ରାପୁରମ ରେ ଜଣେ ସିନିୟର ଆକାଉଣ୍ଟଟାଣ୍ଟଘର ଭିତରେ ଆକ୍ରମଣ ହୋଇଥିଲା | ପୋଲିସ ଅଭିଯୁକ୍ତ ସ୍ତ୍ରୀ ଓ ତାର ଜିମ ଟ୍ରେନର ପ୍ରେମିକକୁ ହେପାଜତକୁ ନେଇଛି , ଯାହା ଉପରେ ହତ୍ୟା କରିବାର ଷଡ଼ଯନ୍ତ୍ର କରିବାର ଅଭିଯୋଗ ହୋଇଛି |

ଇନ୍ଦ୍ରାପୁରମ ଥାନା କ୍ଷେତ୍ରରେ ବସୁନ୍ଦରା ସେକ୍ଟର ନିବାସୀ ପୋଷ୍ଟେଲ ବିଭାଗର ସିନିୟର ଆକାଉଣ୍ଟଟ ପାଇଁ ଗତ ସୋମବାର ତଡକେ ଘରେ ପଶି ଛୁରୀରେ ଜୀବନଘାତୀ ଆକ୍ରମଣ କରାଯାଇଥିଲା | ଆକ୍ରମଣକାରି ତାଙ୍କ ଉପରେ ପାଖାପାଖି ୧୨ ଟି ସ୍ଥାନରେ ଛୁରୀରେ ଆକ୍ରମଣ କରିଛନ୍ତି | ଗମ୍ଭୀର ଅବସ୍ଥାରେ ତାଙ୍କୁ ପ୍ରାଇଭେଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଅଭିଯୋଗ ଯେ , ତାଙ୍କ ପତ୍ନୀ ହତ୍ୟା ଷଡଯନ୍ତ୍ରରେ ନିଜ ଜିମଟ୍ରେନର ସହ ମିଶି ଆକ୍ରମଣ କରିଛନ୍ତି | ପୋଲିସ ସ୍ତ୍ରୀ ଓ ଜିମଟ୍ରେନରଙ୍କୁ ପଚରାଉଚରା କରିବା ପାଇଁ ହେପାଜତକୁ ନେଇଛି | ପୋଲିସ ଅନୁସାରେ ରିପୋର୍ଟ ଦାଖଲ କରାଯିବା ପରେ ଆଗକୁ କାର୍ଯ୍ୟନୁଷ୍ଠାନ କରାଯିବ |
ଶଶାଙ୍କ ଓ ପ୍ରିୟାଙ୍କ ସାଢ଼େ ତିନି ବର୍ଷର ଝିଅ
ମୂଳତଃ ଝାନ୍ସୀର ବାସିନ୍ଦା ଶଶାଙ୍କ କନ୍ଥାରିଆ (୩୫) ତାଙ୍କ ପତ୍ନୀ ପ୍ରିୟା ଶର୍ମା ଓ ସାଢ଼େ ତିନି ବର୍ଷର ଝିଅଙ୍କ ସହ ବସୁନ୍ଧରା ସେକ୍ଟର-୧ରେ ଏକ ଭଡ଼ା ଘରେ ରହୁଛନ୍ତି। ଶଶାଙ୍କ ଓ ତାଙ୍କ ପତ୍ନୀ ପ୍ରିୟା ଶର୍ମା ଉଭୟେ ଦିଲ୍ଲୀର ଡାକ ବିଭାଗରେ ବରିଷ୍ଠ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟରତ। ଚାକିରିରେ ପ୍ରିୟା ଶଶାଙ୍କଙ୍କଠାରୁ ଏକ ବର୍ଷ ଜୁନିୟର ।
ଜିମ ଟ୍ରେନି ସହିତ ବାହା ହେବାକୁ ଚାହୁଁଥିଲେ ପ୍ରିୟା
ପୋଲିସ ମୂତାବକ ପ୍ରିୟା ଵଶଂଧୂଆର ସ୍ଥିତ ଫିଟନେସ ହେଡ଼କୋଚ୍ କ୍ୱାର୍ଟର ଜିମ ରେ ଜିମ କରୁଥିଲେ | ସେଠାରେ ଶାମଳୀର ବଝେଡି ଗାଁ ରେ ରହୁଥିବା ପ୍ରତାପ ସିଂହ ଜିମ ଟ୍ରେନର ଥିଲା |ତଦନ୍ତରେ ଜଣାପଡିଛି ଯେ ଜିମ କରିବା ସମୟରେ ପ୍ରିୟ ଓ ଜିମ ଟ୍ରେନର ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା | ପରସ୍ପର ବିବାହ କରିବାକୁ ଚାଁହୁଥିଲେ | କିନ୍ତୁ ଶଶାଙ୍କ ସେମାନଙ୍କ ମଝିରେ ଏକ ବାଧା ହୋଇ ଛିଡ଼ା ହେଲା | ଶଶାଙ୍କକୁ ରାସ୍ତାରୁ ହଟାଇବା ପାଇଁ ପ୍ରତାପ ସିଂହ ଗତ ସୋମବାରକୁ ତଡକେ ପାଖାପାଖି ୫ସମୟରେ ତାଙ୍କ ଘରେ ପଶି ଶଶାଙ୍କ ଉପରେ ଜୀବନ ରୁ ମାରିବା ପାଇଁ ଆକ୍ରମଣ କରିଥିଲେ | ସୂଚନା ପୋଲିସ ସେଠାରେ ପହଞ୍ଚି ଆହତ ଶଶାଙ୍କକୁ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି କରିଥିଲା |
ଉଭୟ ଅଭିଯୁକ୍ତ ପୁଲିସ ହେପାଜତରେ
ଇନ୍ଦିରାପୁରମ୍ର ଏସିପି ସୂର୍ଯ୍ୟବଳୀ ମୌର୍ଯ୍ୟ କହିଛନ୍ତି ଯେ, ଶଶାଙ୍କଙ୍କ ପରିବାର ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ସୂଚନା ଦିଆଯାଇଛି। ତାଙ୍କ ଭାଇ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ ଦାଖଲ କରିବେ ବୋଲି କହିଛନ୍ତି। ପ୍ରାଥମିକ ତଦନ୍ତରୁ ଜିମ୍ ଟ୍ରେନର ଓ ଶଶାଙ୍କଙ୍କ ପତ୍ନୀଙ୍କ ମଧ୍ୟରେ ସମ୍ପର୍କ ଥିବା କଥା ସାମ୍ନାକୁ ଆସିଛି। ଉଭୟଙ୍କୁ ହେପାଜତକୁ ନେଇ ପଚରାଉଚରା କରାଯାଉଛି। ମାମଲା ରୁଜୁ କରିବା ପରେ ପରବର୍ତ୍ତୀ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।
ପ୍ରିୟା ଘରୁ ବାହାରିବାର ତିନି ମିନିଟ୍ ପରେ ଘରେ ପଶିଥିଲା ଅଭିଯୁକ୍ତ
ଘଟଣା ପରେ ପୁଲିସ ଘରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରିଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ପ୍ରିୟା ଶର୍ମା ପ୍ରତିଦିନ ଭଳି ସକାଳ ୫ଟା ୨୭ ମିନିଟ୍ରେ ଜିମ୍ ଯିବା ପାଇଁ ଘରୁ ବାହାରିଥିଲେ। ଅଭିଯୋଗ ଅନୁଯାୟୀ, ଯୋଜନା ମୁତାବକ ସେ ଘରର ମୁଖ୍ୟ ଫାଟକରେ ତାଲା ପକାଇ ନଥିଲେ। ଏହାର ମାତ୍ର ତିନି ମିନିଟ୍ ପରେ ଅଭିଯୁକ୍ତ ଜିମ୍ ଟ୍ରେନର ପ୍ରତାପ ସିଂହ ଘର ଭିତରକୁ ପ୍ରବେଶ କରିଥିଲା। ସେଥିରେ ସେ ୩ ମାସର ଝିଅ ସହ ଖଟରେ ଶୋଇଥିବା ବେଳେ ଶଶାଙ୍କ ଉପରେ ବାରମ୍ବାର ଆକ୍ରମଣ କରିଥିଲା | ଚିଲେଇବାର ଘଟଣାସ୍ଥଳୁ ଫେରାର ହୋଇଯାଇଥିଲା | ତଦନ୍ତରେ ଜଣା ପଡିଥିଲା ଯେ ,ପ୍ରତାପ ସିଂହ ଅବିବାହିତା ଥିଲେ |
ଆକ୍ରମଣ ପରେ ଘରୁ ବାହାରକୁ ଦୌଡ଼ି ପଳାଇଲେ ଶଶାଙ୍କ
ଆକ୍ରମଣ ସମୟରେ ଶଶାଙ୍କ ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ତାଙ୍କ ଶରୀରରୁ ପ୍ରଚୁର ରକ୍ତସ୍ରାବ ହେଉଥିଲା। ତଥାପି ସେ ସାହସ ଦେଖାଇ ଘରୁ ବାହାରକୁ ଦୌଡ଼ି ନିଜ ଜୀବନ ବଞ୍ଚାଇବା ସହ ଚିତ୍କାର କରିଥିଲେ। ଅଭିଯୁକ୍ତ ତାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଖସି ପଳାଇବାରେ ସଫଳ ହୋଇଥିଲେ। ବାପାଙ୍କୁ ଆହତ ଅବସ୍ଥାରେ ଦେଖି ଝିଅ ମଧ୍ୟ ପାଟି କରିଥିଲା। ଏହା ଶୁଣି ଘଟଣାସ୍ଥଳରେ ଏକାଠି ହୋଇଥିବା ଲୋକମାନେ ଅଭିଯୁକ୍ତଙ୍କୁ ଧରି ପକାଇଥିଲେ।
ଶଶାଙ୍କଙ୍କ ଅବସ୍ଥା ଦେଖି ଆଖପାଖର ଲୋକମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲା। ପଚରାଉଚରା ସମୟରେ ପ୍ରିୟା ଶର୍ମା ପ୍ରତାପ ସିଂହଙ୍କ ସହ ନିଜର ସମ୍ପର୍କ ଥିବା କଥାକୁ ଅସ୍ୱୀକାର କରିଥିଲେ। କିନ୍ତୁ ଅଭିଯୁକ୍ତ ପ୍ରତାପ ସିଂହ ଏହି ସମ୍ପର୍କକୁ ସ୍ୱୀକାର କରିଛନ୍ତି। ଘଟଣା ପରେ ନୋଏଡାରେ ରହୁଥିବା ପ୍ରିୟାଙ୍କ ଭଉଣୀ ଓ ଭିଣୋଇ ଥାନାରେ ପହଞ୍ଚିଥିଲେ। ଏହି ସମୟରେ ପୁଲିସ ସାଢ଼େ ତିନି ବର୍ଷର ଝିଅକୁ ସେମାନଙ୍କ ହସ୍ତାନ୍ତର କରିଥିଲା।
ଶଶାଙ୍କଙ୍କ ପ୍ରଥମ ଓ ପ୍ରିୟାଙ୍କ ଦ୍ୱିତୀୟ ବିବାହ
ତଦନ୍ତରୁ ଜଣାପଡ଼ିଛି ଯେ ପ୍ରିୟା ଶର୍ମାଙ୍କ ପ୍ରଥମ ବିବାହ ଦିଲ୍ଲୀରେ ହୋଇଥିଲା। ପ୍ରଥମ ସ୍ୱାମୀ ବେକାର ଥିବା କାରଣରୁ ଦୁହିଁଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏହା ପରେ ପ୍ରିୟା ତାଙ୍କୁ ଛାଡ଼ପତ୍ର ଦେଇଥିଲେ।ଏହି ସମୟରେ, ୨୦୧୯ ମସିହାରେ ପ୍ରିୟାଙ୍କ ନିଯୁକ୍ତି ଡାକ ବିଭାଗରେ ହୋଇଥିଲା। ସେଠାରେ ପୂର୍ବରୁ କାର୍ଯ୍ୟରତ ଶଶାଙ୍କଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ପ୍ରିୟା ଶଶାଙ୍କଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଅନ୍ୟପକ୍ଷରେ, ଶଶାଙ୍କଙ୍କର ଏହା ପ୍ରଥମ ବିବାହ ଥିଲା। ଘଟଣା ପରେ ନୋଏଡାରେ ରହୁଥିବା ପ୍ରିୟାଙ୍କ ଭଉଣୀ ଓ ଭିଣୋଇ ଥାନାରେ ପହଞ୍ଚିଥିଲେ। ପୁଲିସ ସେମାନଙ୍କ ହସ୍ତରେ ଦମ୍ପତିଙ୍କ ଝିଅକୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି।
