ପୋଖରୀକୁ ଖସିଲା ବରଯାତ୍ରୀ କାର: ୫ ମୃତ, ୨ ଗୁରୁତର
ଢେଙ୍କାନାଳ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବରଯାତ୍ରୀ ହେଲା ଶେଷଯାତ୍ରା । ଭାରସାମ୍ୟ ହରାଇ ପୋଖରୀକୁ ଖସିପଡ଼ିଥିଲା କାର । ୫ ଯୁବକ ମୃତ, ୨ ଗୁରୁତର। ପୋଲିସର ତଦନ୍ତ ଜାରି।
S
By Subhadra DasPublished: Jul 23, 2026, 12:48 PM •1 min read •10 Views
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଛାଟିଆ ଗାଁ ନିକଟସ୍ଥ ହାଡ଼ିଆ ବନ୍ଧରେ ଗତକାଲି ବିଳମ୍ବିତ ରାତିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାହାଘରରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ପୋଖରୀକୁ ଖସିଲା କାର । ଏହି ଦୁର୍ଘଟଣାରେ କାର ଭିତରେ ଥିବା ୭ଜଣଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ବର୍ଷା ଦିନ ହେତୁ ପୋଖରୀରେ ଅଧିକ ପାଣି ଥିବାରୁ କାରଟି ସମ୍ପୂର୍ଣ୍ଣ ବୁଡ଼ିଯାଇଥିଲା। ମୃତକ ହେଲେ ବାଙ୍ଗୁରସିଂହ ଗାଁର ଏବଂ ଜଣେ ଟାଉନ ଅଞ୍ଚଳ ବୋଲି ଜଣାପଡିଛି।
ଖବର ପାଇ, ସ୍ଥାନୀୟ ଲୋକଙ୍କ ସହଯୋଗ ଏବଂ ଅଗ୍ନିଶମ ବିଭାଗର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ହାଡ଼ିଆ ବନ୍ଧ ରାସ୍ତା କଡ଼ରେ ସୁରକ୍ଷା ବ୍ୟାରିକେଡ୍ ନଥିବାରୁ ଏପରି ଦୁର୍ଘଟଣା ହେଉଛି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୋଲିସର ତଦନ୍ତ ଜାରି ରହିଛି।
S
Subhadra DasContent Writer
Comments0
Leave a Reply
Loading comments...
