ପ୍ରେସମିଟରେ ମୋଦିଙ୍କୁ ସାଲ୍ୟୁଟ କରି ଟ୍ରାନ୍ସଫର!
ଆଗ୍ରା କେଣ୍ଟରେ ରେଲଓ୍ୱେ ଅଧିକାରୀ ଓ ଆରପିଏଫ ଭିତରେ ବିବାଦକୁ ନେଇ ପ୍ରେସ କନଫରେନ୍ସ କରିଥିଲେ ରାଜମୋହନ। ଆଉ ପ୍ରେସମିଟ ବେଳେ ଅଚାନକ ଛିଡ଼ା ହୋଇ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାଲ୍ୟୁଟ୍ କରିଥିଲେ। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଦ୍ରୁତ ଭାବେ ଭାଇରାଲ ହୋଇ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଥିଲା।

ପ୍ରେସମିଟରେ ମୋଦିଙ୍କୁ ସାଲ୍ୟୁଟ କରିବାରୁ ଅଫିସରଙ୍କୁ ବଦଳି। ରେଲଓ୍ୱେ ପୁଲିସ ଫୋର୍ସର ସିନିୟର ଡିଭିଜନ ସିକ୍ୟୁରିଟି କମାଣ୍ଡାଣ୍ଟ ପି.ରାଜମୋହନଙ୍କୁ ଟ୍ରାନ୍ସଫର କରିଦିଆଯାଇଛି। ଆଉ ଏହି ବଦଳିକୁ ଆଡମିନିଷ୍ଟ୍ରେଟିଭ ଆଧାରରେ ଆକ୍ସନ ବୋଲି କହିଛି ରେଳବାଇ ବୋର୍ଡ। ଆଗ୍ରା କେଣ୍ଟରେ ରେଲଓ୍ୱେ ଅଧିକାରୀ ଓ ଆରପିଏଫ ଭିତରେ ବିବାଦକୁ ନେଇ ପ୍ରେସ କନଫରେନ୍ସ କରିଥିଲେ ରାଜମୋହନ। ଆଉ ପ୍ରେସମିଟ ବେଳେ ଅଚାନକ ଛିଡ଼ା ହୋଇ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହା ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାଲ୍ୟୁଟ୍ କରିଥିଲେ। ଏହି ଦୃଶ୍ୟ ସୋସିଆଲ ମିଡିଆରେ ଦ୍ରୁତ ଭାବେ ଭାଇରାଲ ହୋଇ ବ୍ୟାପକ ଚର୍ଚ୍ଚାର ବିଷୟ ପାଲଟିଥିଲା। ଆଗ୍ରା ଷ୍ଟେସନରେ ରେଲଓ୍ୱେର ଜଣେ ଅଧିକାରୀଙ୍କୁ ଆରପିଏଫ ଜବାନ ଘୋଷାରି ପିଟିଥିଲେ। ଏହା ପରେ ଆରପିଏଫର ପକ୍ଷ ରଖିବାକୁ ଯାଇ ରାଜମୋହନ ପ୍ରେସମିଟ୍ ଡାକିଥିଲେ। ଆରପିଏଫ କର୍ମଚାରୀଙ୍କ ସମର୍ଥନରେ ହୋଇଥିବା ପ୍ରଦର୍ଶନରେ କିଛି ଲୋକ ରେଳ ରୋକିବାକୁ ଷଡ଼ଯନ୍ତ୍ର କରିଥିଲେ। ମାଡପିଟ୍ ଭୁଲ। କିନ୍ତୁ ତାଙ୍କ ଜବାନ ଡ୍ୟୁଟି କରୁଥିଲେ। ସେମାନଙ୍କୁ ଉସୁକାଇ ଦିଆଯାଇଥିଲା। ଆଉ ରାଜମୋହନଙ୍କ ଏହି ବୟାନରେ ମାମଲା ଅଧିକ ଚର୍ଚ୍ଚାକୁ ଆସିଥିଲା। ରେଲଓ୍ୱେ ଅଧିକାରୀଙ୍କୁ ମାଡ଼ ଘଟଣାରେ ୪ ଆରପିଏଫ କର୍ମଚାରୀଙ୍କୁ ଅଲଗା ଅଲଗା ଜାଗାକୁ ବଦଳି କରିଦିଆଯାଇଛି। ଆଗ୍ରା କ୍ୟାଣ୍ଟ ରେଳ ଷ୍ଟେସନରେ ହୀରାକୁଦ ଏକ୍ସପ୍ରେସ୍କୁ କେନ୍ଦ୍ର କରି RPF କର୍ମଚାରୀ ଓ ଜଣେ ଡେପୁଟି ଷ୍ଟେସନ ସୁପରିଣ୍ଟେଣ୍ଡେଣ୍ଟଙ୍କ ମଧ୍ୟରେ ଘଟିଥିବା ବିବାଦକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ହେଉଛି। ଏହି ଘଟଣା ପରେ RPFର ବରିଷ୍ଠ କମାଣ୍ଡାଣ୍ଟ ରାଜମୋହନ ପିଚାଇ ପ୍ରେସମିଟ୍ କରି ନିଜ ପକ୍ଷ ସ୍ପଷ୍ଟ କରିଥିଲେ। ପ୍ରେସମିଟ୍ରେ ରାଜମୋହନ କହିଥିଲେ ଯେ, କୌଣସି ପରିସ୍ଥିତିରେ ମାଡ଼ମାରିବା କିମ୍ୱା ହିଂସାକୁ ସମର୍ଥନ କରାଯାଇପାରିବ ନାହିଁ। ତେବେ ସେ କହିଥିଲେ, ଘଟଣା ସମୟରେ ସମ୍ପୃକ୍ତ RPF କର୍ମଚାରୀମାନେ ନିଜର ସରକାରୀ କର୍ତ୍ତବ୍ୟ ପାଳନ କରୁଥିଲେ ଏବଂ ଘଟଣାର ସମ୍ପୂର୍ଣ୍ଣ ସତ୍ୟ ତଦନ୍ତ ପରେ ସାମ୍ନାକୁ ଆସିବ। ସେ ସାଧାରଣ ଲୋକଙ୍କୁ ଅନୁରୋଧ କରି କହିଥିଲେ ଯେ, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କେବଳ କିଛି ସେକେଣ୍ଡର ଭିଡିଓ ଦେଖି କୌଣସି ନିଷ୍କର୍ଷରେ ପହଞ୍ଚନ୍ତୁ ନାହିଁ। ସମଗ୍ର ଘଟଣାର ତଦନ୍ତ ଚାଲିଛି ଏବଂ ତଦନ୍ତ ରିପୋର୍ଟ ପରେ ପ୍ରକୃତ ଚିତ୍ର ସ୍ପଷ୍ଟ ହେବ ବୋଲି ସେ କହିଥିଲେ। ଏହାଛଡ଼ା ଅଭିଯୋଗ କରିଥିଲେ ଯେ, କିଛି ଲୋକ ରେଳ ସେବାକୁ ବାଧା ଦେବା ଓ ଟ୍ରେନ୍ ଅଟକାଇବା ପାଇଁ ଲୋକଙ୍କୁ ଉସକାଉଥିଲେ, ଯାହା ଯାତ୍ରୀ ସୁରକ୍ଷା ପାଇଁ ଚିନ୍ତାଜନକ। ଏହି ପ୍ରେସମିଟ୍ର କିଛି ସମୟ ପରେ ରାଜମୋହନ ପିଚାଇଙ୍କୁ ପ୍ରଶାସନିକ କାରଣ ଦର୍ଶାଇ ଉତ୍ତର-ପୂର୍ବ ରେଳବାଇର କନଷ୍ଟ୍ରକ୍ସନ୍ ୱିଙ୍ଗକୁ ଡେପୁଟି ଚିଫ୍ ସିକ୍ୟୁରିଟି କମିଶନର ଭାବେ ବଦଳି କରାଯାଇଥିଲା। ତେବେ ଏହି ବଦଳି ଘଟଣା ସହ ଜଡ଼ିତ କି ନୁହେଁ, ସେନେଇ ରେଳବାଇ ପକ୍ଷରୁ କୌଣସି ସ୍ପଷ୍ଟ ମତ ଦିଆଯାଇନାହିଁ।
