Love Marriage Turns Kidnap:ଲଭ ମ୍ୟାରେଜରୁ ଅପହରଣ- ଦୁର୍ଘଟଣା ଖୋଲିଦେଲା ରହସ୍ୟ
କାରରେ ୪ ଜଣ ଯୁବକ ପୂଜାକୁ ଅପହରଣ କରି ନେଉଥିଲେ। ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ବେଳେ ଜଣେ ଫେରାର୍ ହୋଇଯାଇଛି। ପୂଜାଙ୍କ ବାପା ଗୁନା ରାମୁ ଝିଅର ପ୍ରେମବିବାହରେ କ୍ଷୁବ୍ଧ ଥିଲେ। ସେଥିଲାଗି ଝିଅକୁ ଅପହରଣ କରିବାକୁ ରାଜସ୍ଥାନରୁ ୪ ଜଣଙ୍କୁ ପଠାଇଥିଲେ ଗୁନା ରାମୁ।

ଲଭ ମ୍ୟାରେଜ କରି ବେଙ୍ଗାଲୁରୁ ଆସିଥିବା ଝିଅକୁ ଆଉ କେହି ନୁହେଁ। ଝିଅର ବାପା ଅପହରଣ କରିବାକୁ ରଚିଥିଲେ ଷଡ଼ଯନ୍ତ୍ର। ଅପହରଣ ଲାଗି ୪ ଜଣ ଗୁଣ୍ଡାଙ୍କୁ ପଠାଇଥିଲେ। ହେଲେ ମଝି ରାସ୍ତାରେ ଘଟିଗଲା ଅଭାବନୀୟ କାଣ୍ଡ। ରାଜସ୍ଥାନର ପୂଜା ପ୍ରାୟ ୯ ମାସ ତଳେ ପରିବାର ଇଛା ବିରୁଦ୍ଧରେ ଓମ୍ ପ୍ରକାଶଙ୍କ ସହ ଲଭ ମ୍ୟାରେଜ୍ କରିଥିଲେ। ବିବାହ ପରେ ଏହି ଯୋଡ଼ି ବେଙ୍ଗାଲୁରୁରେ ଆସି ରହୁଥିଲେ। କିନ୍ତୁ ପରିଜନଙ୍କ ହସ୍ତକ୍ଷେପ ପରେ ଏ ଘଟଣା ପୁରା ଅପହରଣ ମାମଲାକୁ ବଦଳିଗଲା। ଝିଅକୁ ଜବରଦସ୍ତି ଅପହରଣ କରି ନେବା ବେଳେ ବିରୋଧ ହୋଇଥିଲା। ଆଉ କାର୍ ଧକ୍କାରେ ୬ ଜଣ ହେଲେ ଆହତ। ବେଙ୍ଗାଲୁରୁର ରାଜସ୍ଥାନ ନମ୍ୱର ଥିବା ହ୍ୟୁଣ୍ଡାଇ ଭେନ୍ୟୁ କାର୍ ଅନେକଙ୍କୁ ଟକ୍କର ମାରିଥିଲା। ଲୋକେ କାରକୁ ପିଛା କରି ସେଥିରେ ବସିଥିବା ଲୋକଙ୍କୁ କାବୁ ପରେ ଅସଲ କାହାଣୀ ପଦାକୁ ଆସିଥିଲା। କାରରେ ୪ ଜଣ ଯୁବକ ପୂଜାକୁ ଅପହରଣ କରି ନେଉଥିଲେ। ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ବେଳେ ଜଣେ ଫେରାର୍ ହୋଇଯାଇଛି। ପୂଜାଙ୍କ ବାପା ଗୁନା ରାମୁ ଝିଅର ପ୍ରେମବିବାହରେ କ୍ଷୁବ୍ଧ ଥିଲେ। ସେଥିଲାଗି ଝିଅକୁ ଅପହରଣ କରିବାକୁ ରାଜସ୍ଥାନରୁ ୪ ଜଣଙ୍କୁ ପଠାଇଥିଲେ ଗୁନା ରାମୁ। ବୁଧବାର ରାତି ୮ଟାରେ ପୁଜାଙ୍କୁ ଅପହରଣ କରି କାରରେ ପଳାଉଥିଲା ବେଳେ ସେମାନଙ୍କ ଗାଡ଼ି ଅନ୍ୟ ଗାଡ଼ି ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୨ ଜଣ ପିଲା ସମେତ ୬ଜଣ ଆହତ ହୋଇଥିଲେ। ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଦୁର୍ଘଟଣା ପରେ ଉପସ୍ଥିତ ଲୋକେ କାରର ପିଛା କରି ଅଭିଯୁକ୍ତଙ୍କୁ ଧରିଥିଲେ। ଉତ୍ୟକ୍ତ ଲୋକେ ଅଭିଯୁକ୍ତଙ୍କୁ ପିଟିଥିଲେ। ଅଭିଯୁକ୍ତ ହେଲେ ରାକେଶ, କରଣ ଓ ଅୟାନ। କାର୍ ଚଳାଉଥିବା ଅନ୍ୟ ଅଭିଯୁକ୍ତ ସଦ୍ଦାମ ଫେରାର ହୋଇଯାଇଛି। ପୁଲିସ ଗାଡ଼ିକୁ ସିଜ୍ କରିଛି। ସେପ୍ଟେମ୍ୱର ୧୬ ଅର୍ଥାତ ଗତ କାଲି ସଂଧ୍ୟାରେ ଅଗ୍ରହାରା ଦଶରହଲ୍ଲିସ୍ଥିତ ପୂଜା ଓ ଓମ୍ ଘରେ ଏମାନେ ପହଞ୍ଚିଥିଲେ। ସେମାନେ ପୂଜାକୁ ଜବରଦସ୍ତି ଘରୁ ଉଠାଇନେଇ କାରରେ ବସାଇଥିଲେ। ହେଲେ ପଳାଇବା ବେଳେ ଅନ୍ୟ ଗାଡ଼ିକୁ ଧକ୍କା ଦେବାରୁ ସବୁ ଗୁମର ଖୋଲିଗଲା।
