Vigilance Arrest:ଆୟ ବହିର୍ଭୁତ ସମ୍ପତ୍ତି ମାମଲାରେ ଶିଶିର ଦାସଙ୍କୁ ଧରିଲା ଭିଜିଲାନ୍ସ
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଶିଶିର କୁମାର ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କ ସହ ସମ୍ପର୍କିତ ବରମୁଣ୍ଡା, ବ୍ରହ୍ମପୁର ଓ ଖୋର୍ଦ୍ଧା ଅଞ୍ଚଳରେ ଏକାଧିକ ପ୍ରାସାଦ ଘର ଓ ପ୍ଲଟ୍ ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଶିଶିର କୁମାର ଦାସଙ୍କୁ ଗିରଫ କରିଛି ଭିଜିଲାନ୍ସ। ତାଙ୍କ ସହ ସମ୍ପର୍କିତ ବରମୁଣ୍ଡା, ବ୍ରହ୍ମପୁର ଓ ଖୋର୍ଦ୍ଧା ଅଞ୍ଚଳରେ ଏକାଧିକ ପ୍ରାସାଦ ଘର ଓ ପ୍ଲଟ୍ ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି ପ୍ରଦୀପ କୁମାର ପ୍ରଧାନ କହିଛନ୍ତି ,ତଦନ୍ତ ବେଳେ ନଗଦ ଟଙ୍କା, ଇନସ୍ୟୁରାନ୍ସ ଓ ବ୍ୟାଙ୍କ ଡିପୋଜିଟ୍ ସମେତ ପ୍ରାୟ ୮୨ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଏହାସହ ଜଣାଶୁଣା ଆୟ ତୁଳନାରେ ୧୬୦ ପ୍ରତିଶତ ଅଧିକ ସମ୍ପତ୍ତି ଠାବ ହୋଇଥିବା ସେ ସୂଚନା ଦେଇଛନ୍ତି | ସୂଚନା ଅନୁସାରେ, ଶିଶିର କୁମାର ଦାସ ୧୯୯୮ ମସିହାରେ ଚାକିରି ଆରମ୍ଭ କରିଥିବା ବେଳେ ୨୦୧୫ରେ ନିୟମିତ ହୋଇଥିଲେ | ୨୦୨୨ରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ପଦକୁ ପଦୋନ୍ନତି ପାଇଥିବା ସୂଚନା ମିଳିଛି | ତେବେ ତାଙ୍କ ନାମରେ ଏତେ ପରିମାଣର ଆୟ ବହିର୍ଭୁତ ସମ୍ପତ୍ତି କିପରି ଠୁଳ ହେଲା ଏବଂ ସମ୍ପତ୍ତିର ପ୍ରକୃତ ଉତ୍ସ କଣ, ସେନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି । ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି ପ୍ରଦୀପ କୁମାର ପ୍ରଧାନ ଏନେଇ ସୂଚନା ଦେଇଛନ୍ତି ।
