Malkangiri Hospital Negligence : ମାଲକାନଗିରି ମେଡିକାଲରେ ଅଭାବନୀୟ ଘଟଣା
ଡାକ୍ତରଙ୍କ ଅବହେଳା ନେଇ ସାଂଘାତିକ ଅଭିଯୋଗ, ସିଜରିଂ ନହେବାରୁ ଚାଲିଗଲା ପ୍ରସୂତିଙ୍କ ଜୀବନ!
S
By Swarna Prava GiriPublished: Oct 23, 2026, 11:37 AM •1 min read •3 Views
ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା। ଡାକ୍ତରଙ୍କ ଅବହେଳା ଓ ଠିକ୍ ସମୟରେ ଚିକିତ୍ସା ନମିଳିବା ନେଇ ପରିବାର ପକ୍ଷରୁ ଗୁରୁତର ଅଭିଯୋଗ।ସୂଚନା ଅନୁଯାୟୀ, କାଲିମେଳା ଅଞ୍ଚଳରୁ ରାତି ପ୍ରାୟ ୧୦ଟା ସମୟରେ ଜଣେ ଗୁରୁତର ପ୍ରସୂତିଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସଠିକ୍ ସମୟରେ ସିଜରିଂ ଓ ଆବଶ୍ୟକ ଚିକିତ୍ସା ନହେବାରୁ ତାଙ୍କ ଅବସ୍ଥା ଆହୁରି ଗୁରୁତର ହୋଇଥିବା ପରିବାର ଅଭିଯୋଗ କରିଛି। ପରେ ତାଙ୍କୁ ICUକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଶେଷରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ଦାୟୀ ଡାକ୍ତର ଓ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।ତେବେ ଘଟଣାର ପ୍ରକୃତ କାରଣ ଓ ଚିକିତ୍ସାରେ ଅବହେଳା ହୋଇଥିଲା କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
Comments0
Leave a Reply
Loading comments...
