ଭିଏତନାମାରେ ଓଲଟିଲା ଟୁରିଷ୍ଟ ବୋଟ୍। ୧୫ ଭାରତୀୟ ମୃତ
ଭିଏତନାମାରେ ଓଲଟିଲା ଟୁରିଷ୍ଟ ବୋଟ୍। ୧୫ ଭାରତୀୟ ମୃତ, ବୋଟରେ ଥିଲେ ୩୬ ଭାରତୀୟ। ମୃତକଙ୍କ ଭିତରେ ଅଧିକାଂଶ ତେଲେଙ୍ଗାନା ଓ ଆନ୍ଧ୍ରର। ରୁଟ୍ ନ୍ୟୋଗୋଇ ଦୀପକୁ ବୁଲିବାକୁ ଯାଉଥିଲେ। ପ୍ରାୟ ୪ଶହ ମିଟର ଦୂରରେ ଓଲଟିପଡ଼ିଲା।
ଭିଏତନାମାରେ ଓଲଟିଲା ଟୁରିଷ୍ଟ ବୋଟ୍। ୧୫ ଭାରତୀୟ ମୃତ। ଭିଏତନାମର ସର୍ବବୃହତ ଦ୍ୱୀପ ଫୁ କ୍ୱୋକରେ ଭୟାବହ ନୌକା ଦୁର୍ଘଟଣା ଘଟିଛି। ପର୍ଯ୍ୟଟକ ବୋଝାଇଥିବା ଏକ ନୌକା ଓଲଟିଯିବାରୁ ୩୨ ଜଣ ଭାରତୀୟ ପର୍ଯ୍ୟଟକ ଓ ୩ ଜଣ କ୍ରୁ ସଦସ୍ୟଙ୍କୁ ନେଇ ଯାଉଥିବା ଏକ ସ୍ପିଡବୋଟ୍ ଶନିବାର ହୋନ୍ ମେ ରୁଟ୍ ଏନଗୋଆଇ ନିକଟରେ ଓଲଟି ପଡ଼ିବାରୁ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନୌକାରେ ମୋଟ ୩୬ ଜଣ ଥିଲେ।
ସୂଚନା ଅନୁସାରେ, ଶନିଵାର ସକାଳ ସାଢ଼େ ୧୦ଟା ସମୟରେ ଓସେନ୍ ପିଅର୍ ଆଇଲ୍ୟାଣ୍ଡ୍ କମ୍ପାନୀ ପରିଚାଳିତ ସ୍ପିଡବୋଟ୍ ଆନ୍ ଥୋଇ ବନ୍ଦରକୁ ଯାଉଥିବା ବେଳେ ହୋନ୍ ମେ ରୁଟ୍ ନ୍ୟୋଗୋଇ ଦୀପକୁ ଵୁଲିଵାକୁ ଯିଵା ଵେଳେ ପ୍ରାୟ ୪୦୦ ମିଟର ଦୂରରେ ହଠାତ୍ ଓଲଟି ପଡ଼ିଥିଲା ବୋଟ୍ । ଏହାଫଳରେ ବୋଟ୍ରେ ଥିବା ସମସ୍ତ ଯାତ୍ରୀ ସମୁଦ୍ରରେ ପଡ଼ିଯାଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକମାନେ ତୁରନ୍ତ ଉଦ୍ଧାର କାର୍ଯ୍ୟରେ କରିଥିଲେ। କିନ୍ତୁ ବୋଟ୍ ତଳେ କେତେକ ପର୍ଯ୍ୟଟକ ଚାପି ହୋଇ ରହିଥିବାରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କେତେକ ଯାତ୍ରୀଙ୍କୁ ସଚେତ ଅବସ୍ଥାରେ ଉଦ୍ଧାର କରାଯାଇଛି। ତେଵେ ମୃତକଙ୍କ ଭିତରେ ଅଧିକାଂଶ ରହିଛନ୍ତି ତେଲେଙ୍ଗାନା ଓ ଆନ୍ଧ୍ରର ପର୍ଯ୍ୟଟକ । ୨୧ ଜଣଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଶାସନ ପକ୍ଷରୁ ଉଦ୍ଧାର ଓ ତଦନ୍ତ କାର୍ଯ୍ୟ ଜାରି ରହିଛି। ମୃତକଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
