ଋଷ ପାଇଁ ମଧ୍ୟସ୍ଥି କରିବେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ଼..
ଏ ପୁରା ମାମଲା ୟୁକ୍ରେନ-ଋଷ୍ ଯୁଦ୍ଧ ବେଳେ କୋଟି କୋଟି ଡଲାରର କ୍ଷତିପୂରଣ ଦାବି ସହ ଜଡ଼ିତ। ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରଶାସନ ଭାରତର ଚର୍ଚ୍ଚିତ ପୂର୍ବତନ ସିଜେଆଇଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ଗ୍ଲୋବାଲ ଆର୍ବିଟ୍ରେସନ ରିଭ୍ୟୁର ରିପୋର୍ଟ ଅନୁସାରେ, ଏହି ହାଇପ୍ରୋଫାଇଲ ମାମଲାକୁ ତୁଟାଇବାକୁ ୩ ସଦସ୍ୟ ବିଶିଷ୍ଟ ଏକ ଟ୍ରିବ୍ୟୁନାଲ ଗଠନ ହୋଇଛି।

ଋଷ୍ ବିବାଦ ତୁଟାଇବେ ପୂର୍ବତନ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼। ଋଷ୍ ଦେଲା ବଡ଼ ଦାୟିତ୍ୱ। ପୂର୍ବରୁ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ ଜଷ୍ଟିସ ଚନ୍ଦ୍ରଚୂଡ଼। ୟୁକ୍ରେନର ସରକାରୀ ଓସାଡ଼ ବ୍ୟାଙ୍କ୍ ସହ କୋଟି କୋଟି ଡଲାର ନିବେଶ ବିବାଦରେ ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ଼ଙ୍କୁ ମଧ୍ୟସ୍ଥି ଭାବେ ନିଯୁକ୍ତି ଦେଇଛି ଋଷ୍। ତେବେ ଆସନ୍ତୁ ଜାଣିବା କଅଣ ଏହି ହାଇପ୍ରୋଫାଇଲ୍ ମାମଲା ଓ ବିବାଦ। ଭାରତର ପୂର୍ବତନ ସିଜେଆଇ ଡିଓ୍ୱାଇ ଚନ୍ଦ୍ରଚୂଡ଼ ଅନ୍ତରାଷ୍ଟ୍ରୀୟ ସ୍ତରରେ ଏବେ ବଡ଼ ଆଇନଗତ ଭୂମିକା ନିର୍ବାହ କରିବାକୁ ଯାଉଛନ୍ତି। ଏ ପୁରା ମାମଲା ୟୁକ୍ରେନ-ଋଷ୍ ଯୁଦ୍ଧ ବେଳେ କୋଟି କୋଟି ଡଲାରର କ୍ଷତିପୂରଣ ଦାବି ସହ ଜଡ଼ିତ। ଋଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରଶାସନ ଭାରତର ଚର୍ଚ୍ଚିତ ପୂର୍ବତନ ସିଜେଆଇଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ଗ୍ଲୋବାଲ ଆର୍ବିଟ୍ରେସନ ରିଭ୍ୟୁର ରିପୋର୍ଟ ଅନୁସାରେ, ଏହି ହାଇପ୍ରୋଫାଇଲ ମାମଲାକୁ ତୁଟାଇବାକୁ ୩ ସଦସ୍ୟ ବିଶିଷ୍ଟ ଏକ ଟ୍ରିବ୍ୟୁନାଲ ଗଠନ ହୋଇଛି। କୋଷ୍ଟା ରିକାଙ୍କ ମଧ୍ୟସ୍ଥି ଓ ପୂର୍ବ ବ୍ୟାପାର ମନ୍ତ୍ରୀ ଡିୟାଲା ଜିମେନେଜ ଏହି ଟ୍ରିବ୍ୟୁନାଲର ଅଧ୍ୟକ୍ଷତା କରିବେ। ତାଙ୍କୁ ଋଷ ଓ ୟୁକ୍ରେନ ଓଶାଡ଼ବ୍ୟାଙ୍କ୍ ଦୁହେଁ ଆପୋଷ ସହମତିରେ ଚୟନ କରିଛନ୍ତି। ପୂର୍ବତନ ସିଜେଆଇ ଚନ୍ଦ୍ରଚୂଡ଼ଙ୍କୁ ଋଷ୍ ପକ୍ଷରୁ ନିଯୁକ୍ତ କରାଯାଇଛି। ଗ୍ରୀସର ମଧ୍ୟସ୍ଥ ତଥା ନାସନାଲ ୟୁନିଭରସିଟି ଅଫ ସିଙ୍ଗାପୁରରେ ପ୍ରଫେସର ଷ୍ଟାବରୋସ ବ୍ରେକୌଲକିସଙ୍କୁ ଓସାଡ଼ବ୍ୟାଙ୍କ ନିଯୁକ୍ତି ଦେଇଛି। ଏହି ମଧ୍ୟସ୍ଥତା ପ୍ରକ୍ରିୟା ଋଷ୍ ଓ ୟୁକ୍ରେନ ଭିତରେ ୧୯୯୮ରେ ହୋଇଥିବା ଦ୍ୱିପାକ୍ଷିକ ନିବେଶ ସନ୍ଧି ସହ ଜଡିତ ଏକ ମାମଲା। ଓଶାଡ଼ବ୍ୟାଙ୍କର ଦାବି ଯେ, ୨୦୨୨ରେ ଋଷର ସୈନ୍ୟ ଆକ୍ରମଣ ଓ ସେନା କାର୍ଯ୍ୟାନୁଷ୍ଠାନରେ ବିପୁଳ ଆର୍ଥିକ କ୍ଷତି ୟୁକ୍ରେନକୁ ସହିବାକୁ ପଡ଼ିଛି। ବ୍ୟାଙ୍କ ମୁତାବକ, ଡୋନେଟସ୍କ, ଲୁହାନସ୍କ, ଖେରସାନ ଓ ଜାପୋରିଜିୟା କ୍ଷେତ୍ରରେ ତାହାର ସମ୍ପତ୍ତି ଓ କାମ ପୁରା ଛଡ଼ାଇନିଆଗଲା। ଏହି କ୍ଷତି କୋଟି କୋଟି ଡଲାରର ଅଟେ। ଏହି ମାମଲାରେ ଓସାଡବ୍ୟାଙ୍କ ଜୁଲାଇ ୨୦୨୫ରେ ବିବାଦ ତୁଟାଇବାକୁ ଏକ ନୋଟିସ୍ ଋଷକୁ ପଠାଇଥିଲା। ହେଲେ ଋଷ୍ ପକ୍ଷରୁ କୌଣସି ଜବାବ ଆସିଲାନି। ସେଥିଲାଗି ବ୍ୟାଙ୍କ ଏହି କାର୍ଯାନୁଷ୍ଠାନ ଆରମ୍ଭ କଲା। ତେବେ ମଧ୍ୟସ୍ଥତା ଲାଗି ଯେବେ ଋଷ ପୂର୍ବତନ ସିଜେଆଇଙ୍କୁ ସମ୍ପର୍କ କରି ଅଫର୍ ଦେଲା। ଜଷ୍ଟିସ ଚନ୍ଦଚୂଡ଼ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।
