Chin Woman Parking Space:କାହିଁକି ୧୯୬ ପାର୍କିଂ ସ୍ପେଶ୍ କିଣିଲେ ଜଣେ ମହିଳା?
ଏଭଳି ଅତ୍ୟଧିକ ଦରରେ ପାର୍କିଂ ସ୍ପେଶ୍ ବିକ୍ରି ଦେଖି ସ୍ଥାନୀୟ ଲୋକଙ୍କ ଭିତରେ କ୍ଷୋଭ ସୃଷ୍ଟି ହୋଇଥିଲା ଓ ମାମଲା ଅଦାଲତରେ ପହଞ୍ଚିଥିଲା। ହେଲେ ମହିଳାଙ୍କ ଏଭଳି ନିବେଶକୁ ଆଇନଗତ ବୋଲି ମାନ୍ୟତା ଦେଇଥିଲେ ଅଦାଲତ। ଦୂରଦୃଷ୍ଟି ଥିବାରୁ ୨୦୧୮ରେ ନିବେଶ କରିଥିବା ମହିଳା ଜଣକ ଆଜି ଚଢ଼ା ଦରରେ ଚାହିଦାକୁ ଦେଖି ପାର୍କିଂ ସ୍ପେଶ୍ ବିକ୍ରି କରି ଏବେ ଚର୍ଚ୍ଚାରେ।

ପାର୍କିଂ କିଣି ଚର୍ଚ୍ଚାରେ ମହିଳା। ପ୍ରାୟ ୨୦ କୋଟି ଟଙ୍କା(ପ୍ରାୟ ୨ ମିଲିୟନ ଡଲାର)ରେ ୧୯୬ଟି ପାର୍କିଂ ସ୍ପେଶ୍ କିଣି ଏକଦା ଉପହାସର ଶୀକାର ହେଉଥିବା ମହିଳା ଆଜି ଦୂରଦୃଷ୍ଟି ସମ୍ପନ୍ନା ବୋଲି ବିବେଚିତ ହୋଇଛନ୍ତି ଚୀନରେ। ଏ ମହିଳା ଜଣ ଚୀନର ହୁନାନ ପ୍ରାନ୍ତର ଚାଙ୍ଗସା ସହରରେ ଏକ ରେସିଡେନ୍ସିଆଲ ପ୍ରକଳ୍ପରେ ୧୯୬ ପାର୍କିଂ ସ୍ପେଶ୍ କିଣିଥିଲେ। ଏହା ୨୦୧୮ ମସିହାର କଥା। ଯେତେବେଳେ ଏହି ପ୍ରକଳ୍ପରେ ଗୋଟିଏ ବି ପାର୍କିଂ ସ୍ପେଶ୍ କିଣିବାକୁ ଲୋକେ କୁଣ୍ଠାବୋଧ ପ୍ରକାଶ କରୁଥିଲେ। ସେତେବେଳେ ସଂପୃକ୍ତ ମହିଳା ଏକକାଳୀନ ୧୯୬ ପାର୍କିଂ ସ୍ପେଶ୍ କିଣିଥିଲେ। ଏହା ତୁଛା ପାଗଳାମି ଓ ଅର୍ଥ ଅପଚୟ ବୋଲି ସେତେବେଳେ ତାଙ୍କୁ ଲୋକେ ଟାହିଟାପରା କରୁଥିଲେ। ହେଲେ ଧୀରେ ଧୀରେ ଏହି ଏରିଆର ବିକାଶ ସାଙ୍ଗକୁ ପ୍ରକଳ୍ପର ଚାହିଦା ଅହେତୁକ ବଢ଼ିଲା। ଆଉ ଯେତେବେଳେ ଜନସଂଖ୍ୟାକୁ ତାଳ ଦେଇ ପାର୍କିଂ ସ୍ପେଶର ଚାହିଦା ବଢ଼ିଲା। ଏହାକୁ ଦେଖି ସଂପୃକ୍ତ ମହିଳା ପାର୍କିଂ ଦର ଦୁଇଗୁଣା କରିଦେଲେ। ଆଉ ୮୦ ପ୍ରତିଶତରୁ ଅଧିକ ଦରରେ ବିକ୍ରି କରିବାକୁ ଲାଗିଲେ ପାର୍କିଂ ସ୍ପେଶ୍। ଏଭଳି ଅତ୍ୟଧିକ ଦରରେ ପାର୍କିଂ ସ୍ପେଶ୍ ବିକ୍ରି ଦେଖି ସ୍ଥାନୀୟ ଲୋକଙ୍କ ଭିତରେ କ୍ଷୋଭ ସୃଷ୍ଟି ହୋଇଥିଲା ଓ ମାମଲା ଅଦାଲତରେ ପହଞ୍ଚିଥିଲା। ହେଲେ ମହିଳାଙ୍କ ଏଭଳି ନିବେଶକୁ ଆଇନଗତ ବୋଲି ମାନ୍ୟତା ଦେଇଥିଲେ ଅଦାଲତ। ଦୂରଦୃଷ୍ଟି ଥିବାରୁ ୨୦୧୮ରେ ନିବେଶ କରିଥିବା ମହିଳା ଜଣକ ଆଜି ଚଢ଼ା ଦରରେ ଚାହିଦାକୁ ଦେଖି ପାର୍କିଂ ସ୍ପେଶ୍ ବିକ୍ରି କରି ଏବେ ଚର୍ଚ୍ଚାରେ। ତାଙ୍କର ନିବେଶ ଯେ ବେଶ୍ ଭଲ ଥିଲା, ଏହା ଉଣା ଅଧିକେ ସମସ୍ତଙ୍କୁ ଜଣାପଡ଼ିଲାଣି। ଏହା ବ୍ୟତୀତ ଚୀନରେ କ୍ୟାସଲେସ ଓ ସ୍ମାର୍ଟ ପାର୍କିଂ ବି ଚର୍ଚ୍ଚାରେ। ଯେଉଁଠି ପେମେଣ୍ଟ ନ କଲେ ଅଟୋମେଟିକ ବ୍ୟାରିଅର ଗାଡ଼ିକୁ ସେଇଠାରେ ହିଁ ଲକ୍ କରିଦିଏ। ଆଉ କ୍ୟୁଆର-କୋଡ୍ ଜରିଆରେ ଟଙ୍କା ପୈଠ କଲେ ଯାଇ ଲକ୍ ଖୋଲିଥାଏ।
କେମିତି ଆରମ୍ଭ ହୋଇଥିଲା ଏ ଘଟଣା?
ଏହି ଆବାସିକ ପ୍ରକଳ୍ପ ୨୦୧୮ ମସିହାରେ ନିର୍ମାଣ ଶେଷ ହୋଇ ବିକ୍ରି ପାଇଁ ଆସିଥିଲା। ସେତେବେଳେ ଅଞ୍ଚଳରେ ଦୋକାନ, ସ୍କୁଲ୍ ଓ ସାର୍ବଜନୀନ ପରିବହନ ଭଳି ସୁବିଧା କମ୍ ଥିବାରୁ ଲୋକେ ସେଠାରେ ଘର କିଣିବାକୁ ବିଶେଷ ଆଗ୍ରହ ଦେଖାଉ ନଥିଲେ। ପାର୍କିଂ ସ୍ପେସ୍ର ଚାହିଦା ମଧ୍ୟ କମ୍ ଥିଲା। କିନ୍ତୁ ସଂପୃକ୍ତ ମହିଳା ଭବିଷ୍ୟତରେ ଏହି ଅଞ୍ଚଳର ବିକାଶ ହେବ ବୋଲି ଆକଳନ କରିଥିଲେ। ସ୍ଥାନୀୟ ବିକାଶ ଯୋଜନାକୁ ଅନୁଧ୍ୟାନ କରି ସେ ଏକାଥରକେ ୧୯୬ଟି ପାର୍କିଂ ସ୍ପେସ୍ କିଣିଥିଲେ।
୧୪ ନିୟୁତ ୟୁଆନ୍ରେ କିଣିଥିଲେ ୧୯୬ଟି ପାର୍କିଂ ସ୍ପେସ୍
ମହିଳା ଜଣକ ପ୍ରାୟ ୧ କୋଟି ୪୦ ଲକ୍ଷ ଚୀନ୍ ୟୁଆନ୍ ଖର୍ଚ୍ଚ କରି ଏହି ୧୯୬ଟି ପାର୍କିଂ ସ୍ପେସ୍ କିଣିଥିଲେ। ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ପ୍ରାୟ ୧୯–୨୦ କୋଟି ଟଙ୍କା ହେବ। ଏହି ପାର୍କିଂ ସ୍ପେସ୍ଗୁଡ଼ିକ ଉକ୍ତ କମ୍ପ୍ଲେକ୍ସର ମୋଟ ପାର୍କିଂ ସ୍ପେସ୍ର ପ୍ରାୟ ୪୦ ପ୍ରତିଶତ ଥିଲା। ସେତେବେଳେ ନିର୍ମାଣକାରୀ ସଂସ୍ଥା ଆର୍ଥିକ ସଙ୍କଟରେ ଥିବାରୁ ଏହି ବଡ଼ କାରବାର ପାଇଁ ରାଜି ହୋଇଥିଲା।
ଭଡ଼ା ଦୁଇଗୁଣ, ବିକ୍ରି ମୂଲ୍ୟରେ ୮୦% ବୃଦ୍ଧି
ମହିଳାଙ୍କ ଆକଳନ ଅନୁସାରେ ପରବର୍ତ୍ତୀ ସମୟରେ ଅଞ୍ଚଳର ବିକାଶ ହେଲା। ଆପାର୍ଟମେଣ୍ଟରେ ଲୋକ ରହିବାକୁ ଆସିବାରୁ ପାର୍କିଂ ସ୍ପେସ୍ର ଚାହିଦା ବଢ଼ିଲା। ମହିଳା ଜଣକ କିଛି ପାର୍କିଂ ସ୍ପେସ୍କୁ ମାସକୁ ୫୦୦ ୟୁଆନ୍ ଭଡ଼ାରେ ଦେଉଥିଲେ। ପୂର୍ବରୁ ନିର୍ମାଣକାରୀ ସଂସ୍ଥା ଧାର୍ଯ୍ୟ କରିଥିବା ଭଡ଼ା ତୁଳନାରେ ଏହା ପ୍ରାୟ ଦୁଇଗୁଣ ଥିଲା। ପ୍ରତ୍ୟେକ ପାର୍କିଂ ସ୍ପେସ୍କୁ ପ୍ରାୟ ୧ ଲକ୍ଷ ୟୁଆନ୍ ଦରରେ ବିକ୍ରି ପାଇଁ ରଖାଯାଇଥିଲା। କେତେକ ସ୍ପେସ୍ର ଦାମ୍ ମୂଳ କ୍ରୟ ମୂଲ୍ୟଠାରୁ ୮୦ ପ୍ରତିଶତ ଅଧିକ ଥିବା ଖବର ମିଳିଛି। ବାସିନ୍ଦାମାନେ ଭଡ଼ାକୁ ମାସକୁ ୩୦୦ ୟୁଆନ୍କୁ କମାଇବାକୁ ଅନୁରୋଧ କରିଥିଲେ। କିନ୍ତୁ ମହିଳା ଜଣକ ଏହାକୁ ଗ୍ରହଣ କରିନଥିଲେ। ନିଜର ପାର୍କିଂ ସ୍ପେସ୍କୁ ଅନ୍ୟମାନେ ବିନା ଅନୁମତିରେ ବ୍ୟବହାର ନକରିବା ପାଇଁ ସେ ପାର୍କିଂ ଲକ୍ ମଧ୍ୟ ଲଗାଇଥିଲେ।
କାହିଁକି ମହିଳାଙ୍କ ବିରୋଧରେ ମାମଲା ହେଲା?
ଅନ୍ୟ ବାସିନ୍ଦାଙ୍କ ଅଭିଯୋଗ ଥିଲା ଯେ ପାର୍କିଂ ସ୍ପେସ୍ ଏକ ଆବାସିକ କମ୍ପ୍ଲେକ୍ସର ଅତ୍ୟାବଶ୍ୟକ ସୁବିଧା। ଜଣେ ବ୍ୟକ୍ତି ମୋଟ ପାର୍କିଂ ସ୍ପେସ୍ର ୪୦ ପ୍ରତିଶତ କିଣି ନେଇ ଅଧିକ ଭଡ଼ା ଓ ଦାମ୍ ଦାବି କରିବା ଫଳରେ ଅନ୍ୟ ଲୋକଙ୍କ ପାଇଁ ପାର୍କିଂ ସମସ୍ୟା ସୃଷ୍ଟି ହେଉଛି। ସରକାରୀ ଅଧିକାରୀଙ୍କ ମଧ୍ୟସ୍ଥତାରେ ବିବାଦର ସମାଧାନ ହୋଇନଥିଲା। ଶେଷରେ କିଛି ବାସିନ୍ଦା ମହିଳା ଓ ନିର୍ମାଣକାରୀ ସଂସ୍ଥା ମଧ୍ୟରେ ହୋଇଥିବା କ୍ରୟ-ବିକ୍ରୟ ଚୁକ୍ତିକୁ ରଦ୍ଦ କରିବା ପାଇଁ ଅଦାଲତରେ ମାମଲା କରିଥିଲେ।
ଅଦାଲତ କ’ଣ ରାୟ ଦେଲେ?
୨୦୨୪ ମସିହା ଫେବୃଆରୀରେ ଚାଙ୍ଗସାର ଏକ ସ୍ଥାନୀୟ ଅଦାଲତ ମହିଳାଙ୍କ ସପକ୍ଷରେ ରାୟ ଦେଇଥିଲେ। ଅଦାଲତଙ୍କ ବିଚାରର ମୁଖ୍ୟ ଆଧାର ଥିଲା:
ନିର୍ମାଣକାରୀ ସଂସ୍ଥା ପୂର୍ବରୁ ଅନ୍ୟ ବାସିନ୍ଦାଙ୍କୁ ମଧ୍ୟ ପାର୍କିଂ ସ୍ପେସ୍ କିଣିବାର ସୁଯୋଗ ଦେଇଥିଲା।
ଅନ୍ୟ ବାସିନ୍ଦାମାନେ ସେତେବେଳେ କିଣିବାକୁ ଆଗ୍ରହ ଦେଖାଇନଥିଲେ।
ମହିଳା ଜଣକ ନିଜ ଟଙ୍କା ବିନିଯୋଗ କରି ବଜାରର ଆର୍ଥିକ ରିସ୍କ ନିଜେ ବହନ କରିଥିଲେ।
ଜଣେ ବ୍ୟକ୍ତି କେତୋଟି ପାର୍କିଂ ସ୍ପେସ୍ର ମାଲିକ ହୋଇପାରିବେ, ସେଥିପାଇଁ ଏପରି କୌଣସି ନିର୍ଦ୍ଦିଷ୍ଟ ଆଇନଗତ ସୀମା ନଥିବା କଥା ଅଦାଲତ ଉଲ୍ଲେଖ କରିଥିଲେ।
ଏହି ଆଧାରରେ ଅଦାଲତ ତାଙ୍କର ବହୁ ସଂଖ୍ୟକ ପାର୍କିଂ ସ୍ପେସ୍ କିଣିବା କାରବାରକୁ ବେଆଇନ ବୋଲି ଗ୍ରହଣ କରିନଥିଲେ।
