Love and War:ଭଂସାଲୀଙ୍କ ‘ଲଭ୍ ଆଣ୍ଡ ୱାର୍’: ବିକିଙ୍କ ଦୁଇଟି ଲୁକ୍ ରିଭିଲ୍
ଶେଷରେ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ଘଟିଛି। ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ 'ଲଭ୍ ଆଣ୍ଡ ୱାର୍' ରୁ ମେକର୍ସ ବିକି କୌଶଲଙ୍କ ଦୁଇଟି ଲୁକ୍ ରିଭିଲ୍ କରିଛନ୍ତି ।

ସଞ୍ଜୟ ଲୀଲା ଭଂସାଲୀ ଫ୍ୟାନ୍ସଙ୍କ ବ୍ୟାକୁଳତା ବଢାଇବାରେ କୌଣସି କମି ରଖୁନାହାନ୍ତି | ଗଙ୍ଗୁବାଇ କାଠିୟାବାଡି ପରେ ତାଙ୍କର ମୋଷ୍ଟ ଆୱେଟେଡ଼ ଫିଲ୍ମ ' ଲଭ ଆଣ୍ଡ ୱାର ' ଅଭିନେତାଙ୍କ ଗୋଟିଏ ପରେ ଗୋଟିଏ ଦମଦାର ପୋଷ୍ଟ ସାମ୍ନାକୁ ଆସିଛି | ସବୁଠୁ ପ୍ରଥମେ ସେ ରଣବୀର କପୁରଙ୍କ ଦୁଇଟି ଲୁକ ସେୟାର କରିଥିଲେ ,ଯାହାକୁ ଦେଖିବା ପରେ ଫ୍ୟାନ୍ସମାନେ ଅଭିନେତାଙ୍କ ପ୍ରଶଂସା କରି ଥକୁନଥିଲେ | ଏହା ପରେ ଫିଲ୍ମରୁ ୱାଲିଆ ଭଟଙ୍କ କେବର୍ ଗର୍ଲ ଥିମ ପୋଷ୍ଟର ସାମ୍ନାକୁ ଆସିଥିଲା | ଏବେ ଶେଷରେ ମେର୍କସ 'ଲଭ୍ ଆଣ୍ଡ ୱାର୍' ଫିଲ୍ମର ତୃତୀୟ ଷ୍ଟାର ଭିକି କୌଶଲଙ୍କ ପୋଷ୍ଟର କୁ ରିଲିଜ୍ କରିଛନ୍ତି , ଯେଉଁଥିରେ ସେ ଇଣ୍ଟେସ ଲୁକ୍ ରେ ଦେଖିବାକୁ ମିଳିଛି | ଭିକି କୌଶଳ ନିଜର ଇନଷ୍ଟାଗ୍ରାମ 'ଲଭ୍ ଆଣ୍ଡ ୱାର୍' ରେ ନିଜର ଫାଷ୍ଟ ଲୁକ୍ କୁ ସେୟାର କରିଛନ୍ତି | ପ୍ରଥମ ପୋଷ୍ଟରେ ଭିକି ରାଗ ଓ ଇଣ୍ଟେସ ଲୁକ୍ ରେ ଚାହିଁ ରହିଛନ୍ତି | ତାଙ୍କ ହାତରେ ଲିଟର ଓ ମୁହଁରେ ସିଗାରେଟ , ଯାହା ତାଙ୍କ ସମ୍ପୂର୍ଣ୍ଣ ଲୁକ୍ କୁ ଆହୁରି ଚାଁର୍ମିଙ୍ଗ କରୁଛି | ଏହା ସହିତ ତାଙ୍କ ଲୋକକୁ ରେଟ୍ରୋ ଟଚ୍ ମଧ୍ୟ ଦିଆଯାଇଛି |ଏହି ପୋଷ୍ଟରେ ସେ କ୍ୟାପ୍ସନ ଲେଖିଥିଲେ,"ଆଂଖେ ମିଲେଗି ପର ହଟେଗି ନେହି | ସଞ୍ଜୟ ଲୀଲା ଭଂସାଲି 'ଲଭ୍ ଆଣ୍ଡ ୱାର୍' |" ଏହା ସହିତ ମେର୍କସ ଆଉ ଗୋଟିଏ ପୋଷ୍ଟର ସେୟାର କରିଛନ୍ତି | ଯେଉଁଥିରେ ଭିକି ପାଣି ଭିତରେ ବସି , ତାଙ୍କ ହାତରେ ଫୁଲତୋଡ଼ା ଧରି ଥିବାର ଦେଖିବାକୁ ମିଳିଛି | ଏହି ପୋଷ୍ଟର ସେୟାର କରି ମେକର୍ସ କ୍ୟାପ୍ସନରେ ଲେଖିଛନ୍ତି ,"ୱେ ଦ୍ୱିବାନୀ ହେ ,ଉସକା ଇନତଜାର ହେ...."| ଏହି ଲୁକ୍ ୟୁଜର୍ସଙ୍କୁ ବେଶ ପସନ୍ଦ ଆସିଛି | ଜଣେ ୟୁଜର୍ସ ଲେଖିଛନ୍ତି , 'ଆମେ ଭଂସାଲିଙ୍କ ଭିଜନ କୁ ଭଲ ଭାବରେ ଦେଖି ପାରୁଛୁ ,ବହୁତ ଇନଟ୍ରେଷ୍ଟିଙ୍ଗ ପୋଷ୍ଟର ଅଟେ' | ଫିଲ୍ମ 'ଲଭ୍ ଆଣ୍ଡ ୱାର୍' ରିଲିଜ ଡେଟ୍ ୨୧ଜାନୁଆରୀ ୨୦୨୭ ସିନେମାଘରେ ଦେଖିବାକୁ ମିଳିବ |
