Hanuman Ansh:'ହନୁମାନ୍ ଅଂଶ': ଫିଲ୍ମ ସୁପରହିଟ୍ କିନ୍ତୁ ସିନେମା ହଲ୍କୁ ଲସ୍
'ହନୁମାନ୍ ଅଂଶ'ର ବମ୍ପର ହିଟ୍ କିନ୍ତୁ ଫ୍ଲପ ହେଲା ପପକର୍ଣ୍ଣ ବିଜନେସ୍ ! ହାଉସଫୁଲ୍ ସୋ' ଚାଲିଥିଲେ ବି ଫାଙ୍କା ପଡୁଛି ସିନେମାଘର କ୍ୟାଣ୍ଟିନ | ହଲ୍ ବାହାରେ ଜୋତା ଆଉ ହଲ୍ ଭିତରେ 'ଜୟ ଶ୍ରୀରାମ ' ର ନାରା | ଖାଇବା ପିଇବା ବନ୍ଦକରି ଆଧ୍ୟାତ୍ମିକତା ରେ ହଜୁଛନ୍ତି ଦର୍ଶକ | 'ହନୁମାନ୍ ଅଂଶ' ଫିଲ୍ମ ଦେଖିବାକୁ ଆସୁଥିବା ଦର୍ଶକଙ୍କ ଏହି ଭଳି ଅଦ୍ଭୁତପୂର୍ବ ଆଚରଣ ସିନେମା ହଲ୍ ମାଲିକଙ୍କ ' ପପକର୍ଣ୍ଣ ଆଉ ସମୋସା ' ବ୍ୟବସାୟ କୁ ସିଧା ସଳଖ ପ୍ରଭାବିତ କରିଛି |
ମାତ୍ର ୨ କୋଟି ଟଙ୍କାର ବଜେଟରେ ତିଆରି ହୋଇ ୩୮୦ କୋଟିରୁ ଅଧିକ ଆୟ କରିଥିବା ଫିଲ୍ମ 'ହନୁମାନ୍ ଅଂଶ' ଆଜି ସାରା ଦେଶରେ ଚର୍ଚ୍ଚାର ବିଷୟ!
ତେବେ,ଏହି ଆଧ୍ୟାତ୍ମିକ ସୁପରହିଟ୍ ଫିଲ୍ମଟି ହଲ୍ ଓ ମଲ୍ଟିପ୍ଲେକ୍ସ ମାଲିକମାନଙ୍କୁ ଆର୍ଥିକ ପ୍ରଭାବିତ କରୁଛି। ଯାହାର ମୂଳ କାରଣ ହେଉଛି ଦର୍ଶକଙ୍କ ଭକ୍ତିପୂର୍ଣ୍ଣ ଆଚରଣ | ସାଧାରଣତଃ ସିନେମା ହଲଗୁଡ଼ିକର ୬୦% ରୁ ୭୦% ଅସଲ ଲାଭ ଟିକେଟ୍ ବିକ୍ରିରୁ ନୁହେଁ, ବରଂ କ୍ୟାଣ୍ଟିନରେ ବିକ୍ରି ହେଉଥିବା ପପକର୍ଣ୍ଣ, ସମୋସା, ପିଜା ଓ କୋଲ୍ଡଡ୍ରିଙ୍କସରୁ ହୋଇଥାଏ। କିନ୍ତୁ 'ହନୁମାନ୍ ଅଂଶ' ଦେଖିବାକୁ ଆସିଥିବା ଲୋକେ 'ଦର୍ଶକ' ନୁହଁ, ବରଂ 'ଶ୍ରଦ୍ଧାଳୁ' ସାଜି ହଲ୍କୁ ଆସୁଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ । ନୀମ କରୋଲି ବାବାଙ୍କ ଜୀବନୀ ଓ ହନୁମାନ୍ ଭକ୍ତି ଉପରେ ଆଧାରିତ ଫିଲ୍ମ 'ହନୁମାନ୍ ଅଂଶ' ର ଆଧ୍ୟାତ୍ମିକ କାହାଣୀ ଦେଖିବା ସମୟରେ ହଲ୍ ଭିତରେ ଏକ ପବିତ୍ର ଓ ଧାର୍ମିକ ପରିବେଶ ସୃଷ୍ଟି ହେଉଛି । ଲୋକମାନେ ଖାଲି ପାଦରେ ହଲକୁ ପ୍ରବେଶ କରିବା ସହ ଫିଲ୍ମ ଚାଲିଥିବା ସମୟରେ କିଛି ବି ଖାଇବା ବା ପିଇବାକୁ ଅପବିତ୍ର ମନେକରୁଛନ୍ତି ଫଳରେ, କ୍ୟାଣ୍ଟିନ୍ କାଉଣ୍ଟରଗୁଡ଼ିକ ସମ୍ପୂର୍ଣ୍ଣ ଫାଙ୍କା ପଡ଼ିରହଉଛି | ତେବେ,ଆଧ୍ୟାତ୍ମିକତାର ଏହି ଲହରୀ ସିନେମା ହଲର କୋଟି କୋଟି ଟଙ୍କାର 'ପପକର୍ଣ୍ଣ ବିଜନେସ୍'କୁ ଧରାଶାୟୀ କରିଦେଇଛି | ତେବେ ପାରମ୍ପରିକ ସିନେମାଘର ଖାଦ୍ୟ ବଦଳରେ ଯଦି ସାତ୍ତ୍ୱିକ ଖାଦ୍ୟର ବ୍ୟବସ୍ଥା କରାଯାଏ ତେବେ ଏହି ସମସ୍ୟା ମଧ୍ୟ ରହିବନାହିଁ ବୋଲି ସୋସିଆଲ ମିଡିଆରେ ପରିଚର୍ଚ୍ଚା ଚାଲିଛି |
ହେଲେ, ଭାରତରେ ଅଭିନବତାର କେବେ ଅଭାବ ହୁଏନାହିଁ | ହନୁମାନ ଅଂଶ ଫିଲ୍ମର ଆଧ୍ୟାତ୍ମିକ ପରିବେଶ ସହିତ ମେଳ ଖାଇବା ପାଇଁ ଅନେକ ସିନେମା ହଲ୍ ଏବଂ ପ୍ରମୁଖ ଚେନ୍ ଅତ୍ୟନ୍ତ ସୃଜନଶୀଳ ଉପାୟ ଗ୍ରହଣ କରିଛନ୍ତି। ଦର୍ଶକଙ୍କ ଆଚରଣ ସହିତ ଲଢ଼ିବା ପରିବର୍ତ୍ତେ କେତୋଟି ସିନେମା ହଲ ପରିସ୍ଥିତି ସହ ଖାପ ଖୁଆଇବା ପାଇଁ ନିଜ ଢାଞ୍ଚାରେ ପରିବର୍ତ୍ତନ କରିଥିବାର ଦେଖା ଦେଇଛି | ଏମିତି ଏକ ସୃଜନଶୀଳ ପଦକ୍ଷେପ ନେଇଛି INOX, ନିଜର କେତୋଟି ମଲ୍ଟିପ୍ଲେକ୍ସରେ 'ପ୍ରସାଦ' କାଉଣ୍ଟର ଆରମ୍ଭ କରି | ବିଶେଷକରି ଗୋରଖପୁରର INOX ସିଟି ମଲ୍ - ଥିଏଟରରେ, ଦର୍ଶକମାନେ ହଲ୍କୁ ଏକ ପବିତ୍ର ସ୍ଥାନ ଭାବରେ ବ୍ୟବହାର କରୁଥିଲେ ବୋଲି ସ୍ୱୀକାର କରି, ପରିଚାଳନା କମିଟି ଦର୍ଶକ ମାନଙ୍କୁ ପ୍ରସାଦ ଭାବରେ ଲଡୁ, ବୋତଲ ପାଣି ଏବଂ ସୁନ୍ଦରକାଣ୍ଡର କପି ବଣ୍ଟନ କରିବା ସହିତ ଏକ କଷ୍ଟୋମାଇଜ୍ଡ୍ ଖାଦ୍ୟ ଏବଂ ପାନୀୟ ରଣନୀତି ପ୍ରଚଳନ କରିଥିଲା।
ଏହି ଫିଲ୍ମର ନିର୍ଦ୍ଦେଶନା ଓ କାହାଣୀ ବିଶାଲ ଚତୁର୍ବେଦୀ ଦେଇଥିବା ବେଳେ, ପ୍ରଥମେ ସହ-ନିର୍ଦ୍ଦେଶକ ଭାବେ କାମ କରୁଥିବା ଅଭିନେତା ଶୋଭିନବ ସତ୍ୟା ଏଥିରେ ନୀମ କରୋଲି ବାବାଙ୍କ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମଟି ୪00 କୋଟି ଲକ୍ଷରେ ଥିବାବେଳେ ୧00 ସିନେମାଘରେ ଚାଲିବାର ଶୁଣିବାକୁ ମିଳୁଛି |
